ବଲାଙ୍ଗୀରରେ ବିଶୁଦ୍ଧ ଜଳ ଯୋଗାଇବାରେ ସରକାର ବିଫଳ: ନରସିଂହ ମିଶ୍ର

 ଭୁବନେଶ୍ୱର: ବଲାଙ୍ଗୀରରେ ଜଣ୍ଡିସ୍ ବ୍ୟାପି ଥିବା ବେଳେ ଆଜି ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ ଦଳ ନେତା ନରିସିଂହ ମିଶ୍ର।  ସେ କହିଥିଲେ ଯେ ସରକାର ବଲାଙ୍ଗୀରବାସୀଙ୍କୁ ବିଶୁଦ୍ଧ ଜଳ ଯୋଗାଇବାରେ ବିଫଳ ହୋଇଛନ୍ତି। ପୂର୍ବରୁ ବଲାଙ୍ଗୀରବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନେବାକୁ ସେ ସରକାରଙ୍କୁ ବିଭିନ୍ନ ସମୟରେ ପରାମର୍ଶ ଦେଇଥିଲେ। ଏହି ପ୍ରସଙ୍ଗକୁ ସେ ବିଧାନସଭାରେ ମଧ୍ୟ […]

Nursingha

Nursingha

Rakesh Mallick
  • Published: Thursday, 07 May 2015
  • Updated: 07 May 2015, 08:43 AM IST

Sports

Latest News

 ଭୁବନେଶ୍ୱର: ବଲାଙ୍ଗୀରରେ ଜଣ୍ଡିସ୍ ବ୍ୟାପି ଥିବା ବେଳେ ଆଜି ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ ଦଳ ନେତା ନରିସିଂହ ମିଶ୍ର।  ସେ କହିଥିଲେ ଯେ ସରକାର ବଲାଙ୍ଗୀରବାସୀଙ୍କୁ ବିଶୁଦ୍ଧ ଜଳ ଯୋଗାଇବାରେ ବିଫଳ ହୋଇଛନ୍ତି। ପୂର୍ବରୁ ବଲାଙ୍ଗୀରବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନେବାକୁ ସେ ସରକାରଙ୍କୁ ବିଭିନ୍ନ ସମୟରେ ପରାମର୍ଶ ଦେଇଥିଲେ। ଏହି ପ୍ରସଙ୍ଗକୁ ସେ ବିଧାନସଭାରେ ମଧ୍ୟ ଉଠାଇଥିଲେ। ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ଯେ ବଲାଙ୍ଗୀର ବିଧାନସଭା ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ ନକରି ତାଙ୍କୁ ଭାଟୋରମାନେ ନିର୍ବାଚିତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଏତ ବଲାଙ୍ଗୀରବାସୀଙ୍କୁ ଅବହେଳା କରୁଛନ୍ତି।

 ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ସେ ବାରମ୍ବାର ପିଏଚଡି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଓ ମ୍ୟୁନିସିପାଲିଟିର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରତି ୱାର୍ଡକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ସେ ପରାମର୍ଶ ଦେଇଥିଲେ।  

 ସେହିପରି କେନ୍ଦ୍ରୀୟ ଅନୁଦାନ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଘେରିଥିଲେ। ନିକଟରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ଉଦ୍ଦିଷ୍ଟ ଅନେକ ଯୋଜନା ଲାଗି ଅର୍ଥ ବନ୍ଦ କରି ଦେଇଥିବା ବେଳେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ସେ କହିଛନ୍ତି। ଏନେଇ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଡିଲ୍ ହୋଇଛି ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ନରସିଂହ ମିଶ୍ରଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡିର ମୁଖପାତ୍ର ଅମରପ୍ରସାଦ ଶତପଥୀ।  ସେ କହିଛନ୍ତି ଯେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଜଣ୍ଡିସ ନେଇ ସରକାର ଅବଗତ ଅଛନ୍ତି ଓ ପଦକ୍ଷେପ ନେଉଛନ୍ତି। ରଜନୈତିକ ଉଦ୍ଦ୍ୟେଶ ରଖି କୌଣସି ଜିଲ୍ଲା ସହିତ ପକ୍ଷପାତିତା କରାଯାଉ ନାହିଁ।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos