ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସିଜୁଆରେ ଫ୍ଲାଟ ଦେବାକୁ କହି ୧ କୋଟି ୭୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ମାମଲାରେ ବିଲ୍ଡର ସଂସ୍ଥା ‘ବାସେରା ଡିଜାଇନ ପ୍ରାଇଭେଟ ଲିମିଟେଡ଼’ ଏମଡି ମନୋଜ ପଟ୍ଟନାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ମନୋଜଙ୍କ ପତ୍ନୀ ସୁଚିତ୍ରା ବିଶୋଇ ଫେରାର ଅଛନ୍ତି। ଏନେଇ ଆଜି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏସ୍ପି ଦିଲୀପ ତ୍ରିପାଠୀ।
ଠକେଇ ନେଇ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ ଜ୍ୟୋତିଶଙ୍କର ପଣ୍ଡା। ଅଭିଯୋଗ ପରେ ଫେରାର ହୋଇଯାଇଥିଲେ ବିଲ୍ଡର। ପଳାଶୁଣି ଅଫିସ ବନ୍ଦ କରି ୩ ବର୍ଷ ଧରି ସେ ଫେରାର ଥିଲେ। ଏବେ ତଦନ୍ତ ବଢିବା ସହ ବଢୁଛି ଅଭିଯୋଗ ସଂଖ୍ୟା।
ଶତାଧିକ ଲୋକେ ଏଭଳି ଠକେଇର ଶିକାର ହୋଇଥିବା ଇଓଡବ୍ଲୁ ପକ୍ଷରୁ ସୂଚନା ମିଳିଛି। ୨୦୧୭ରେ ଫ୍ଳାଟ ଦେବାକୁ କହି ଟଙ୍କା ନେଇଥିଲେ ମନୋଜ। ୨୦୨୨ ସୁଦ୍ଧା ମଧ୍ୟ ଲୋକଙ୍କୁ ଫ୍ଳାଟ ଦେଇନଥିବା ଅଭିଯୋଗ ହୋଇଛି। ବିଭିନ୍ନ ଥାନାରେ ମନୋଜ ପଟ୍ଟନାୟକଙ୍କ ନାଁରେ ମାମଲା ରହିଥିବା ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଇଏଏସ ବଦଳି: ଚିତ୍ରାଙ୍କୁ ଶ୍ରମ ଓ ଇଏସଆଇ, ସୁଧାଂଶୁ ଓଡ଼ଶା ଖଣି ନିଗମ ଏମଡି
ଆଇଏଏସ୍ ସ୍ତରରେ ଅଦଳବଦଳ। ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କଲେ ରାଜ୍ୟ ସରକାର।
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।
Miscellaneous
ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ
ବୈଷୟିକ ରିପୋର୍ଟ ହସ୍ତଗତ ହୋଇ ସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ଲେଖିଛନ୍ତି ମୁଖ୍ୟ ପ୍ରଶାସକ।
Miscellaneous
ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।