‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ବିବାଦରେ ପପୁ, ଥାନାରେ ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ ପାଇଁ ବଢ଼ିଛି ଅଡୁଆ। ତାଙ୍କ ବିରୋଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି। ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବାରୁ ପପୁ ଓ ପ୍ରଯୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ନିର୍ମାଣ ହେଉଥିବା ଫିଲ୍ମକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିବାକୁ ଏଫ୍‌ଆଇଆର୍‌ରେ ଉଲ୍ଲେଖ ରହିଛି। ଆସନ୍ତା ଗଣେଶ ପୂଜାରେ ରିଲିଜ ହେବ ପପୁଙ୍କ ଫିଲ୍ମ […]

case-filed-against-a-poster-of-a-new-odia-film-for-denigrating-women

case-filed-against-a-poster-of-a-new-odia-film-for-denigrating-women

Manoranjan Sial
  • Published: Saturday, 17 August 2019
  • Updated: 17 August 2019, 05:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ ପାଇଁ ବଢ଼ିଛି ଅଡୁଆ। ତାଙ୍କ ବିରୋଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି। ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବାରୁ ପପୁ ଓ ପ୍ରଯୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ନିର୍ମାଣ ହେଉଥିବା ଫିଲ୍ମକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିବାକୁ ଏଫ୍‌ଆଇଆର୍‌ରେ ଉଲ୍ଲେଖ ରହିଛି।

ଆସନ୍ତା ଗଣେଶ ପୂଜାରେ ରିଲିଜ ହେବ ପପୁଙ୍କ ଫିଲ୍ମ ‘ମିଷ୍ଟର କହ୍ନେୟା’। ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାର ଏକ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି। ଯେଉଁଥିରେ ୭ ଜଣ ଝିଅ ତଳେ ଆଣ୍ଠେଇ ଥିବା ବେଳେ ସେମାନଙ୍କ ବେକରେ ଲାଗିଥିବା ରଶିକୁ ଧରି 'ସାରଥି' ଷ୍ଟାଇଲ୍‌ରେ ଛିଡ଼ା ହୋଇଛନ୍ତି ପପୁ। ଏହି ପୋଷ୍ଟରକୁ ସୋଶାଲ୍ ମିଡିଆରେ ଦୃଢ଼ ନିନ୍ଦା କରାଯାଇଛି। ଏଥିରେ ନାରୀମାନଙ୍କୁ ଅସମ୍ମାନିତ କରାଯାଇଥିବା କୁହାଯାଇଛି। ତା’ସହିତ ଏହା ସମାଜକୁ ଏକ ଖରାପ ବାର୍ତ୍ତା ଦେଉଛି ବୋଲି ଫେସ୍‌ବୁକ୍‌ରେ ଅନେକ ବ୍ୟକ୍ତି ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟ କେତେଜଣ ଏହାକୁ ଏକ ଅଯଥା ବିବାଦ ବୋଲି କହି ହିନ୍ଦୀ ଫିଲ୍ମ 'ପ୍ୟାର୍‌ କି ପଞ୍ଚନାମା'ର ପୋଷ୍ଟରକୁ ପୋଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସେହି ଫିଲ୍ମର ପୋଷ୍ଟରରେ ତିନି ଜଣ ମହିଳା ପୋଷା କୁକୁର ଭଳି ତିନିଜଣ ପୁରୁଷଙ୍କ ବେକରେ ଫିତା ବାନ୍ଧି ହସୁଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos