ସୀମା ସିଲ୍ ସମ୍ଭବପର ନୁହେଁ, ୬୭୯୮ଜଣ ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରାଜ୍ୟ ସରକାର ଏବେ ପଞ୍ଚାୟତଗୁଡ଼ିକ ମାଧ୍ୟମରେ ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ନେଇଛନ୍ତି। ସରପଞ୍ଚମାନଙ୍କୁ ରାଜ୍ୟ ସରକାର ଗତ ଦୁଇଦିନ ତଳେ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବାପରେ ଆସନ୍ତାକାଲି ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି କୋଭିଡ୍‌-୧୯ ପରିଚାଳନାରେ ସହଯୋଗ ଲୋଡ଼ିବେ। ରାଜ୍ୟର ସୀମାବର୍ତ୍ତୀ ସମସ୍ତ ସ୍ଥଳଭାଗକୁ ସିଲ୍ କରିବା […]

naveen24

naveen24

Manoranjan Sial
  • Published: Tuesday, 21 April 2020
  • Updated: 29 April 2020, 02:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରାଜ୍ୟ ସରକାର ଏବେ ପଞ୍ଚାୟତଗୁଡ଼ିକ ମାଧ୍ୟମରେ ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ନେଇଛନ୍ତି। ସରପଞ୍ଚମାନଙ୍କୁ ରାଜ୍ୟ ସରକାର ଗତ ଦୁଇଦିନ ତଳେ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବାପରେ ଆସନ୍ତାକାଲି ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି କୋଭିଡ୍‌-୧୯ ପରିଚାଳନାରେ ସହଯୋଗ ଲୋଡ଼ିବେ। ରାଜ୍ୟର ସୀମାବର୍ତ୍ତୀ ସମସ୍ତ ସ୍ଥଳଭାଗକୁ ସିଲ୍ କରିବା ସମ୍ଭବପର ନଥିବାରୁ ରାଜ୍ୟ ସରକାର ଏବେ ପଞ୍ଚାୟତ ପ୍ରତିନିଧିମାନଙ୍କ ମାଧ୍ୟମରେ ବାହାର ରାଜ୍ୟରୁ ଆସିଥିବା ଅବା ଆସିବାକୁ ଥିବା ଲୋକମାନଙ୍କ ଉପରେ ନଜର ରଖି କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।

ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ସୀମା ୪ଟି ରାଜ୍ୟ ସହ ରହିଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ପୁଲିସ ମୁତୟନ କରି ଗାଡ଼ିଗୁଡ଼ିକର ପ୍ରବେଶ ଉପରେ ନଜର ରଖାଯାଇ ପାରିବ, କିନ୍ତୁ ସମସ୍ତ ସ୍ଥଳଭାଗ ଉପରେ ନଜର ରଖିବା ସମ୍ଭବପର ନୁହେଁ। କାରଣ ଅଧିକାଂଶ ସୀମାବର୍ତ୍ତୀ ଅଂଚଳ ହେଉଛି ଜଙ୍ଗଲ। ପଶ୍ଚିମବଙ୍ଗ ସୀମାକୁ ଓଡ଼ିଶାର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ଲାଗିଛି ଯାହାକି ୨୦୨କିମି ପର୍ଯ୍ୟନ୍ତ ବ୍ୟାପିଛି। ସେହିପରି ଝାଡ଼ଖଣ୍ଡ ସୀମାକୁ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ବ୍ୟାପିଛି ଯାହାକି ୫୯୧କିମି ପର୍ଯ୍ୟନ୍ତ ଲମ୍ବିଛି। ଛତିଶଗଡ଼ ସୀମାରେ ରାଜ୍ୟର ୮ଟି ଜିଲ୍ଲା ରହିଛି ଓ ଏହାର ଲମ୍ବ ପ୍ରାୟ ୧୨୨୬କିମି। ଆନ୍ଧ୍ରପ୍ରଦେଶ ସୀମାକୁ ରାଜ୍ୟର ୫ଟି ଜିଲ୍ଲା ଲାଗିଛି ଓ ଏହାର ଲମ୍ବ ୫୨୫କିମି। ତେଣୁ ଏତେ ପରିମାଣର ସ୍ଥଳଭାଗ ଉପରେ ନଜର ରଖିବା ସମ୍ଭବପର ନୁହେଁ କି ପୁଲିସ ଦ୍ୱାରା ସବୁ ମାର୍ଗ ଉପରେ ନଜର ରଖିବା ସହଜ ନୁହେଁ। ତେଣୁ କରୋନା ପରିସ୍ଥିତିକୁ ଅକ୍ତିଆର କରିବାକୁ ହେଲେ ପଂଚାୟତଗୁଡ଼ିକର ସହଯୋଗ ଅତ୍ୟନ୍ତ ଜରୁରୀ। ପଞ୍ଚାୟତ ହିଁ ଆମମାନଙ୍କର ବଳ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୬୭୯୮ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆସନ୍ତାକାଲି ଭିଡିଓ କନଫରେନ୍ସିଂରେ କଥା ହୋଇ ସେମାନଙ୍କର ସହଯୋଗ ଲୋଡ଼ିବେ।

ଶ୍ରୀ ବାଗଚୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତକାଲି ମଧ୍ୟରାତ୍ରିରୁ ଓଡ଼ିଶାରେ ୧୧,୭୪୮ଟି ନମୂନା କୋଭିଡ-୧୯ ପରୀକ୍ଷା କରାଯାଇଛି। ଏବେସୁଦ୍ଧା ସମୁଦାୟ ୭୯ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ୨୯ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୪୯ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ବୋଲି ଶ୍ରୀ ବାଗଚୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos