କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ପରଲୋକ

ଆସିକା(ମନୋଜ ମୁନି): ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୨୨ତାରିଖରେ ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରେ ଚାରିଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ମନୋଜଙ୍କୁ ଗୁଳିମାଡ଼ କରିଥିଲେ। ଏହାସହ ତାଙ୍କ ଗଳାକାଟି ଦେଇଥିଲେ। ମନୋଜଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। […]

manoj

manoj

Jyoshna Pradhan
  • Published: Friday, 24 May 2019
  • Updated: 24 May 2019, 08:24 AM IST

Sports

Latest News

ଆସିକା(ମନୋଜ ମୁନି): ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

୨୨ତାରିଖରେ ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରେ ଚାରିଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ମନୋଜଙ୍କୁ ଗୁଳିମାଡ଼ କରିଥିଲେ। ଏହାସହ ତାଙ୍କ ଗଳାକାଟି ଦେଇଥିଲେ।

ମନୋଜଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଛି।

[caption id="attachment_384907" align="aligncenter" width="750"]bike ଦୁର୍ବୃତ୍ତମାନେ ବାଇକ୍‌ ଛାଡ଼ି ଯାଇଛନ୍ତି।[/caption]

ଗୁଳିକାଣ୍ଡ ପରେ ଫେରାର ମାରିଥିବା ଦୁର୍ବୃତ୍ତମାନେ ଗୋଳନ୍ଥରାରେ ଜଣେ ନାବାଳକକୁ ଧକ୍କା ଦେଇଥିଲେ। ସେଠାରେ ସେମାନେ ଏକ ବାଇକ୍‌ ଓ ଦୁଇଟି ମାଉଜର ଫିଙ୍ଗି ଛୁ ମାରିଥିଲେ। ପୁଲିସ୍‌ ଦୁର୍ବୃତ୍ତଙ୍କୁ ଧରିବା ଲାଗି ତନାଘନା ଜାରି ରଖିଛି।

ସୂଚନାଯୋଗ୍ୟ, ଆସିକା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ ବିଜୟୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos