ବିଜେପୁର ଉପନିର୍ବାଚନ: ଆଜି ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ। ଆସନ୍ତା ୬ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବା ବେଳେ ହାତରେ ଆଉ ମାତ୍ର ୨ ଦିନ ରହିଛି। ତେଣୁ କଂଗ୍ରେସ ଆଜି ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି।  ରିପୁନାଥ ସେଠ୍ ନା ପ୍ରଣୟ ସାହୁ କିଏ ହେବ ଦଳର ପ୍ରାର୍ଥୀ ତାକୁ ନେଇ ଟଣାଓଟରା ଚାଲିଛି। ପ୍ରାର୍ଥୀ ଚୟନ କମିଟି ଦୁଇ ଜଣଙ୍କ ନାଁ ହାଇକମାଣ୍ଡଙ୍କ ପାଖକୁ ପଠାଇଛି।

ଗତକାଲି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଦଳୀୟ ନେତା ଓ ସମର୍ଥକଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଅନ୍ୟପକ୍ଷରେ ୫ ତାରିଖରେ ବିଜେଡି ପ୍ରାର୍ଥୀ ରୀତା ସାହୁ ପ୍ରାର୍ଥିପତ୍ର ଦାଖଲ କରିବେ।  ଫେବ୍ରୁଆରୀ ୨୪ରେ ବିଜେପୁରରେ ଭୋଟ୍‌ ଗ୍ରହଣ ହେବ।