କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୦ ଆହତ, ୪ ସଂକଟାପନ୍ନ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। କାହାର ସମ୍ପୂର୍ଣ୍ଣ ଶରୀର ଜଳି ଯାଇଛି ତ କାହାର ସମଗ୍ର ଶରୀର ରକ୍ତାକ୍ତ ହୋଇଯାଇଛି। ଏଥିରେ ବେଶୀ ମହିଳା ଓ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିବା ବେଳେ […]

burn

burn

Niranjan Mishra
  • Published: Wednesday, 23 November 2022
  • Updated: 23 November 2022, 11:02 PM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। କାହାର ସମ୍ପୂର୍ଣ୍ଣ ଶରୀର ଜଳି ଯାଇଛି ତ କାହାର ସମଗ୍ର ଶରୀର ରକ୍ତାକ୍ତ ହୋଇଯାଇଛି। ଏଥିରେ ବେଶୀ ମହିଳା ଓ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ ଗୋଟିଏ ବାଣର ବିସ୍ଫୋରଣ ପରେ ନିଆଁ ଯାଇ ବାଣୁଆ ଷ୍ଟକ୍ ରଖିଥିବା ବାଣ ଉପରେ ପଡ଼ିଥିଲା। ତା’ପରେ ସମସ୍ତ ବାଣ ଏକାବେଳେ ଫୁଟିବାରୁ ପ୍ରଚଣ୍ଡ ଶବ୍ଦ କରିଥିଲା। ଏହା ଚାରିଆଡ଼କୁ ଛିଟିକିବାରେ ଲାଗିଥିଲା। ଫଳରେ ଭସାଣରେ ଡିଜେ ବଜାଇ ନାଚୁଥିବା, ବାଣ ଦେଖୁଥିବା ଓ ଆଖପାଖରେ ଦୋକାନ କରିଥିବା ଲୋକଙ୍କ ଉପରେ ବାଣ ନିଆଁ ପଡ଼ିଥିଲା। ଏଥିରେ ୩୦ରୁ ଧିକ ଲୋକ ଆହତ ହୋଇଥିଲେ।

ଆହତଙ୍କ ଭିତରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଉଛି। ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହି ଅଘଟଣ ଘଟିଛି। ସେପଟେ କେନ୍ଦ୍ରାପଡ଼ା ଡାକ୍ତରଖାନାର ଜଳାପୋଡ଼ା ଚିକିତ୍ସା ବିଭାଗରେ ଆବଶ୍ୟକ ସଂଖ୍ୟକ ଶଯ୍ୟା ନ ଥିବାରୁ ଏତେ ସଂଖ୍ୟକ ଆହତଙ୍କୁ କିପରି ଚିକିତ୍ସା କରାଯିବ ସେ ନେଇ ସଙ୍କଟ ସୃଷ୍ଟି ହୋଇଛି।

ତେଣୁ ଆମ୍ବୁଲାନ୍ସରେ ଅଧିକାଂଶ ଆହତଙ୍କୁ କଟକ ପଠାଇବାକୁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ସେପଟେ ଅଘଟଣ ପରେ କେନ୍ଦ୍ରାପଡ଼ା ମେଡିକାଲରେ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଆହତଙ୍କ ପରିଜନଙ୍କ କାନ୍ଦରେ ଡାକ୍ତରଖାନାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story