ବଙ୍ଗାଳିବସ୍ତିରେ ଅଗ୍ନିକାଣ୍ଡ, ଜଳିଗଲା ୩୫ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

<p>କଟକ: କଟକ ଜିଲ୍ଲା ମଙ୍ଗୁଳିର ନିର୍ଗୁଣ୍ଡି ଟୋଲଗେଟ ନିକଟ ବଙ୍ଗାଳିବସ୍ତିରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୩୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ କଟକ ଓ ଚୌଦ୍ୱାରର ୫ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।&nbsp; ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇ ନାହାଁନ୍ତି। କିନ୍ତୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଆଶଙ୍କା କରାଯାଉଛି।</p> <p>ଜଣଙ୍କ ଘରେ ପ୍ରଥମେ ଡିବିରିରୁ ନିଆଁ ଲାଗି ପରେ ଏହି ନିଆଁ ଚାହୁଁ ଚାହୁଁ ପାଖପଡୋଶୀ ଘରକୁ ବ୍ୟାପି ଯାଇଥିଲା ବୋଲି କୁହାଯାଉଛି। ଲୋକଙ୍କ ଫୋନ୍ ସତ୍ତ୍ୱେ ଅଗ୍ନିଶମ ବାହିନୀ ପହଞ୍ଚିବାରେ ବିଳମ୍ବ ହୋଇଥିବାରୁ ନିଆଁର ପ୍ରକୋପ ଅଧିକ ହୋଇଥିଲା ବୋଲି ଅଗ୍ନିବିପନ୍ନମାନେ ଅଭିଯୋଗ କରିଛନ୍ତି। ଅଗ୍ନିକାଣ୍ଡ ପରେ ରାତିତମାମ ଖୋଲା ଆକାଶ ତଳେ ଲୋକେ ପଡ଼ିରହିଥିଲେ। କୌଣସି ସରକାରୀ ଅଧିକାରୀ ଘଟଣାସ୍ଥଳକୁ ଯାଇ ନ ଥିବା କୁହାଯାଉଛି।</p>

Ordigital Desk
  • Published: Saturday, 20 May 2017
  • Updated: 20 May 2017, 07:48 AM IST

Sports

Latest News

<p>କଟକ: କଟକ ଜିଲ୍ଲା ମଙ୍ଗୁଳିର ନିର୍ଗୁଣ୍ଡି ଟୋଲଗେଟ ନିକଟ ବଙ୍ଗାଳିବସ୍ତିରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୩୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ କଟକ ଓ ଚୌଦ୍ୱାରର ୫ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।&nbsp; ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇ ନାହାଁନ୍ତି। କିନ୍ତୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଆଶଙ୍କା କରାଯାଉଛି।</p><p>ଜଣଙ୍କ ଘରେ ପ୍ରଥମେ ଡିବିରିରୁ ନିଆଁ ଲାଗି ପରେ ଏହି ନିଆଁ ଚାହୁଁ ଚାହୁଁ ପାଖପଡୋଶୀ ଘରକୁ ବ୍ୟାପି ଯାଇଥିଲା ବୋଲି କୁହାଯାଉଛି। ଲୋକଙ୍କ ଫୋନ୍ ସତ୍ତ୍ୱେ ଅଗ୍ନିଶମ ବାହିନୀ ପହଞ୍ଚିବାରେ ବିଳମ୍ବ ହୋଇଥିବାରୁ ନିଆଁର ପ୍ରକୋପ ଅଧିକ ହୋଇଥିଲା ବୋଲି ଅଗ୍ନିବିପନ୍ନମାନେ ଅଭିଯୋଗ କରିଛନ୍ତି। ଅଗ୍ନିକାଣ୍ଡ ପରେ ରାତିତମାମ ଖୋଲା ଆକାଶ ତଳେ ଲୋକେ ପଡ଼ିରହିଥିଲେ। କୌଣସି ସରକାରୀ ଅଧିକାରୀ ଘଟଣାସ୍ଥଳକୁ ଯାଇ ନ ଥିବା କୁହାଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos