ଆନନ୍ଦପୁର (ମୁନା ସିଂହ): ନିର୍ବାଚନ ଦାୟିତ୍ୱ ସାରି ଘରକୁ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସାଧୀନ ଥିବା ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଆନନ୍ଦ ବେହେରା। ତାଙ୍କ ଘର ବାଙ୍ଗରକୋଟା ଗାଁରେ। ସେ ଦାନଗଦି ବ୍ଲକ୍ରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।
ଆନନ୍ଦଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଏଥିରେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିଲା। ତା’ସହିତ ତାଙ୍କ ଛାତିରେ ମଧ୍ୟ ମାଡ଼ ହୋଇଥିଲା। ସେ କଟକରେ କିଛି ଦିନ ଧରି ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ। ଆଜି ପୁଣି ଥରେ ଡାକ୍ତରଙ୍କୁ ଦେଖା କରିବାକୁ ସେ କଟକ ଯାଉଥିଲେ। ତେବେ ବାଟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆନନ୍ଦ ତାଙ୍କ ପରିବାରରେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତେଣୁ ତାଙ୍କ ପରିବାରକୁ ସରକାର ସହାୟତା କରିବାକୁ ଦାବି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ରାଜା ଚକ୍ରଙ୍କ ନାଁରେ ୧୪ ମାମଲା: ତଦନ୍ତରେ କରୁଛନ୍ତି ଅସହଯୋଗ, ଗିରଫ ହୋଇପାରନ୍ତି ପତ୍ନୀଙ୍କ ସମେତ ୪ ସହଯୋଗୀ
ଗିରଫଦାରୀ ଉପରେ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ଆଜି ଉଠାଇ ନେବାପରେ ସେମାନେ ଗିରଫ ହେବା ନିଶ୍ଚିତ ହୋଇଯାଇଛି ।

Miscellaneous
ହୋଲଡିଂ ଟ୍ୟାକ୍ସ କ୍ଲିଅର କଲେ କିଟ୍ ଓ ସୋଆ!
ଖବର ପ୍ରସାରଣ ପରେ ବିଏମସି ତରଫରୁ କୁହାଯାଇଛି, 7 ଦିନ ତଳ ପର୍ଯ୍ୟନ୍ତ ଯେଉଁମାନେ ଖିଲାପକାରୀ ଥିଲେ, ତାଙ୍କ ନାଁ ସାର୍ବଜନୀନ କରାଯାଇଥିଲା।

Miscellaneous
ବାରବାଟୀ କଳଙ୍କ: ଅପ୍ରତ୍ୟାଶିତ ଯାନ୍ତ୍ରିକ ତ୍ରୁଟି କହି ଦୋଷ ଠେଲି ଦେଲା ଓସିଏ: ଜେନେରେଟର ପାଇଁ ଶକ୍ତି ବିଭାଗ ଦେଇଥିଲା କ୍ଲିଅରାନ୍ସ
ମ୍ୟାଚ ପାଇଁ ଷ୍ଟାଡିୟମରେ ଥିବା ଜେନେରରେଟର ବ୍ୟବସ୍ଥାର ତଦାରଖ ଓ ପ୍ରମାଣପତ୍ର ମଧ୍ୟ ରାଜ୍ୟ ଶକ୍ତି ବିଭାଗ ଦେଇଥିଲା ବୋଲି କହି ଓସିଏ ପରୋକ୍ଷରେ ଏହି ବୈଷୟିକ ତ୍ରୁଟି ନିମନ୍ତେ ଶକ୍ତି ବିଭାଗ ଆଡ଼କୁ ଦୋଷ ଠେଲିବାକୁ ପ୍ରୟାସ କରିଛି ।

Guest Column
ବାଘ-ମଣିଷ ନା ବାଘ-ସରକାର ବିବାଦ
ଯମୁନାଗଡ଼ ଗାଁର ମୁଣ୍ଡା ଆଦିବାସୀଙ୍କ ଅଭିଯୋଗ ଥିଲା ଯେ ସେମାନଙ୍କ ପବିତ୍ର ଦେବସ୍ଥଳୀ ‘ଜାୟାର’ ଓ ସମାଧିସ୍ଥଳୀ ‘ସାସାନ ପିଳି’କୁ ରାଜ୍ୟ ସରକାର ‘ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ’ ନାମରେ ଡ୍ରୋଜର ମେସିନ ଲଗାଇ ଧ୍ଵଂସ କରିଦେଇଛନ୍ତି। ତାହା ପୁଣି ଏପରି ସମୟରେ ଯେତେବେଳେ କି ଆହ୍ଲାବାଦର କୁମ୍ଭମେଳାରେ ନିଜ ପିତୃପୁରୁଷଙ୍କ ଆତ୍ମାର ସଦଗତି ଲାଗି ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମଗ୍ର ଦେଶର ଅନେକ ନେତା ହାଜର ହୋଇ ବୁଡ଼ ଦେଉଛନ୍ତି।
Politics
ବିଧାନସଭାରେ କଳଙ୍କିତ ଅଧ୍ୟାୟ: ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି, ତାରା ନିଲମ୍ବିତ
ଓଡ଼ିଶାରେ ମିଶିବା ଏକ ଐତିହାସିକ ଭୁଲ୍ ବୋଲି କହି ରାଜ୍ୟ ବିଭାଜନ ବୟାନ ଦେଇଥିବା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଆଜି ୪ଦିନ ପରେ ପୁଣିଥରେ ମୁହଁ ଖୋଲିଛନ୍ତି । ସେ ତାଙ୍କର ଆଭିମୁଖ୍ୟରେ ଅଟଳ ଅଛନ୍ତି ଓ ମତ ପରିବର୍ତ୍ତନ କରିବେ ନାହିଁ ବୋଲି ଆଜି ରୋକଠୋକ୍ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।