ମାସ୍କ ନପିନ୍ଧିଲେ ଓଡ଼ିଶାରେ ଦିନକୁ ମୃତ୍ୟୁ ୪୦୦ ଛୁଇଁବ: ୱାଶିଂଟନ୍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ଦୈନିକ ପ୍ରାୟ ୪ହଜାର ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହେଉଥିବା ବେଳେ ମୋଟ ମୃତ୍ୟୁସଂଖା ୭୦୦ଛୁଇଁବାକୁ ବସିଲାଣି। ଏସବୁ ମଧ୍ୟରେ ଆମେରିକାର ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର ପକ୍ଷରୁ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି। ଯାହାକି ଓଡ଼ିଶା ପାଇଁ ସତର୍କ ଘଣ୍ଟ ଓ ରାଜ୍ୟ ସରକାରଙ୍କ ନିମନ୍ତେ ମୁଣ୍ଡବ୍ୟଥାର କାରଣ ହୋଇପାରେ। ଓଡ଼ିଶାର ଲୋକମାନେ ଯଦି ଠିକ୍ ଭାବେ ମାସ୍କ ନପିନ୍ଧିବେ ତା’ହେଲେ ଆସନ୍ତାବର୍ଷ ଜାନୁୟାରୀ ମାସ ବେଳକୁ […]

wasi

wasi

Manoranjan Sial
  • Published: Saturday, 19 September 2020
  • Updated: 19 September 2020, 11:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ଦୈନିକ ପ୍ରାୟ ୪ହଜାର ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହେଉଥିବା ବେଳେ ମୋଟ ମୃତ୍ୟୁସଂଖା ୭୦୦ଛୁଇଁବାକୁ ବସିଲାଣି। ଏସବୁ ମଧ୍ୟରେ ଆମେରିକାର ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର ପକ୍ଷରୁ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି। ଯାହାକି ଓଡ଼ିଶା ପାଇଁ ସତର୍କ ଘଣ୍ଟ ଓ ରାଜ୍ୟ ସରକାରଙ୍କ ନିମନ୍ତେ ମୁଣ୍ଡବ୍ୟଥାର କାରଣ ହୋଇପାରେ। ଓଡ଼ିଶାର ଲୋକମାନେ ଯଦି ଠିକ୍ ଭାବେ ମାସ୍କ ନପିନ୍ଧିବେ ତା’ହେଲେ ଆସନ୍ତାବର୍ଷ ଜାନୁୟାରୀ ମାସ ବେଳକୁ ଦିନକୁ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇବେ ବୋଲି ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ରିପୋର୍ଟରେ ଦର୍ଶାଯାଇଛି।

ୱାଶିଂଟନ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଫର ହେଲଥ୍ ମେଟ୍ରିକସ ଆଣ୍ଡ ଇଭାଲ୍ୟୁସନ(ଆଇଏଚଏମଇ) ପକ୍ଷରୁ ଜାରି ଏକ ଆକଳନ ରିପୋର୍ଟ ଅନୁସାରେ, ୨୦୨୧ ଜାନୁୟାରୀ ୧ ତାରିଖ ସୁଦ୍ଧା ଓଡ଼ିଶାରେ କୋଭିଡ-୧୯ରେ ୧୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବ ଓ ଜାନୁୟାରୀ ମାସ ବେଳକୁ ଦୈନିକ ୪୦୦ ଲୋକ କରୋନାରେ ପ୍ରାଣ ହରାଇବେ। ବର୍ତ୍ତମାନର ପରିସ୍ଥିତିକୁ ବିଶ୍ଲେଷଣ କରି ଏହି ଆକଳନ କରାଯାଇଛି। ଯଦି ରାଜ୍ୟର ଲୋକମାନେ ମାସ୍କ ଠିକ୍ ଭାବେ ପିନ୍ଧିବେ ତା’ହେଲେ ଏହି ମୃତ୍ୟୁ ସଂଖ୍ୟା ହ୍ରାସ ପାଇ ଦିନକୁ ୧୪୩ରେ ସୀମିତ ରହିବ ଓ ଜାନୁୟାରୀ ୧ତାରିଖ ବେଳକୁ କରୋନା ମୃତ୍ୟୁ ସଂଖ୍ୟା ପ୍ରାୟ ମୋଟ ୪୧୭୦ ହେବ। ଆଇଏଚଏମଇ ରିପୋର୍ଟ ଅନୁସାରେ ଦୈନିକ ସଂକ୍ରମଣ ପ୍ରାୟ ୫ହଜାର ହୋଇ ସଂକ୍ରମିତଙ୍କ ସଂଖ୍ୟା ୧.୬୮ଲକ୍ଷରୁ ୩.୯୨ ଲକ୍ଷକୁ ବୃଦ୍ଧି ପାଇବ। ଯେଉଁଥିପାଇଁ ରାଜ୍ୟରେ ୭୧୬୨ଟି ଭେଣ୍ଟିଲେଟର ସମେତ ୮୧୪୪ଟି ଆଇସିୟୁ ବେଡର ଆବଶ୍ୟକ ପଡ଼ିବ।

ୱାଶିଂଟନ ବିଶ୍ୱବିଦ୍ୟାଳୟର ଏହି ଆକଳନ ରିପୋର୍ଟ ଓଡ଼ିଶା ପାଇଁ ଚିନ୍ତାଜନକ ହୋଇଥିଲେ ମଧ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକର ସ୍ଥିତି ତୁଳନାରେ ସାମାନ୍ୟ ଆଶ୍ୱସ୍ତିକର ହୋଇଛି। ରିପୋର୍ଟ ଅନୁସାରେ ଜାନୁୟାରୀ ମାସ ବେଳକୁ ଛତିଶଗଡ଼ରେ ୩୩୫୨୦, ଝାଡ଼ଖଣ୍ଡରେ ୧୭୮୪୦ଜଣ, ଆନ୍ଧ୍ରପ୍ରଦେଶରେ ୫୪୮୫୨ଜଣ ଲୋକ ପ୍ରାଣ ହରାଇଥିବେ। ଜାନୁୟାରୀ ୧ତାରିଖ ସୁଦ୍ଧା ଭାରତରେ ମୋଟ ୬.୪୬ଲକ୍ଷ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଥିବ ବୋଲି ଏହି ରିପୋର୍ଟରେ ଆକଳନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story