କଟକ: ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ପି.କେ. ଆୟାର ଗିରଫ ଘଟଣାରେ କମିଶନରେଟ ପୋଲିସ ପକ୍ଷରୁ ଚିତ୍ରା ଆଥୱାନୀଙ୍କୁ ସମନ ଜାରି କରାଯାଇଥିଲା । ଚିତ୍ରା ଆଗୁଆ ଜାମିନ ପାଇଁ ହାଇକୋର୍ଟରେ କରିଥିବା ଆବେଦନରେ ତାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି । ହାଇକୋର୍ଟ ଚିତ୍ରଙ୍କୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଅଗଷ୍ଟ ୭ ତାରିଖରେ ତାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ହେବ । ତେବେ ତଦନ୍ତ ଅଧିକାରୀଙ୍କ ନିକଟରେ ବୟାନ ରେକର୍ଡ କରିବାକୁ ହାଇକୋର୍ଟ ତାଙ୍କ ରାୟରେ ଚିତ୍ରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଡେକାନ କ୍ରୋନିକାଲ ଉପାଧ୍ୟକ୍ଷ ଆୟାର ଭୁବନେଶ୍ୱରରେ ହୋଟେଲ ଟ୍ରାଇଡେଣ୍ଟରେ ଛଦ୍ମ ନାମରେ ରହୁଥିବା ବେଳେ ଗିରଫ ହୋଇଥିଲା । ହୋଟେଲରେ ସେ ରହୁଥିବା ରୁମଟି ଚିତ୍ରାଙ୍କ ନାମରେ ବୁକ ହୋଇଥିଲା । ଏହା ଜଣାପଡିବା ପରେ କମିଶନରେଟ ପୋଲିସ ପକ୍ଷରୁ ଚିତ୍ରାଙ୍କୁ ପଚରାଉଚରା ଲାଗି ସମନ ଜାରି କରାଯିବା ସତ୍ତ୍ୱେ ସେ ହାଜିର ହୋଇ ନ ଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
କେମିତି ନାକ ଫୁଲ ଯୋଗୁ ଧରାପଡ଼ିଲେ ହତ୍ୟାକାରୀ?
ମହିଳା ଜଣଙ୍କ ନାକରେ ପିନ୍ଧିଥିବା ଗୋଟିଏ ସୁନା ପିନ୍ ବା ନାକ ଫୁଲ ସହାୟତାରେ ପୁଲିସ୍ ପୂରା ଘଟଣା ଉପରୁ ପରଦା ହଟାଇବାକୁ ସକ୍ଷମ ହୋଇଛି।

Crime
ପୁଲିସ ବିଭାଗରେ ଟେଣ୍ଡର ଅନିୟମିତତା: ସିଏଜିଙ୍କ ଆପତ୍ତି ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ, ୬କୋଟି ଟଙ୍କା କ୍ଷତି
ରାଜ୍ୟରେ ସିସିଟିଏନଏସ( କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ଆଣ୍ଡ ସିଷ୍ଟମ) ପାଇଁ ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ ନିମନ୍ତେ ରାଜ୍ୟ ପୁଲିସର ‘ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ’(ଏସସିଆରବି) ୨୦୨୧ ନଭେମ୍ବର ମାସରେ ଡାକିଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି ।

Crime
ଲଘୁ ଖଣିଜ ଚୋରି ପାଇଁ ବାଟ ଛାଡ଼ିଥିଲେ ଅଫିସର: ସିଏଜି
ତହସିଲଦାରମାନଙ୍କ ଅବହେଳାରୁ ଧର୍ମଶାଳା ଡଙ୍କାରୀ କଳାପଥର ଖଣିରୁ ଅନୁମତି ବାହାରେ 58.66 କୋଟି ଟଙ୍କାର ପଥର ଖୋଳି ନିଆଗଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କାରଣରୁ ଏପର୍ଯ୍ୟନ୍ତ ଏହି ବକେୟା ଦେୟ ଆଦାୟ ହୋଇପାରିଲା ନାହିଁ।

Crime
ଝିଅର ସ୍କୁଲ ଶିକ୍ଷୟିତ୍ରୀଙ୍କ ସହ ଅବୈଧ ସମ୍ପର୍କ ରଖି କେମିତି ଫସିଲେ ବାପା?
ଧୂର୍ତ୍ତ ଶିକ୍ଷୟିତ୍ରୀ ଜଣଙ୍କ ନିଜ ଛାତ୍ରୀଙ୍କ ବାପାଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟ କରିଛନ୍ତି।

Crime
କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?
ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।