ପୋଲ ତଳକୁ ବାଇକ୍‌ ଖସି ଦୁଇ ମୃତ, ୨ ଗୁରୁତର

ଦେବଗଡ଼: ଦେବଗଡ଼ ଜିଲ୍ଲା ବଳମ ଗାଁ ନିକଟ କଳାଜିରା ପୁରୁଣା ପୋଲରୁ ଏକ ବାଇକ୍‌ ଖସିପଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ମୃତକ ମାନେ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି।

ଗୋଟିଏ ବାଇକ୍‌ରେ ୪ ଜଣ ନିକଟସ୍ଥ ଗାଁକୁ ଯାଉଥିବାବେଳେ କଳାଜିରା ପୋଲରୁ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।