ଇଡି ପଞ୍ଝାରୁ ଖସିବାକୁ ଉଦ୍ୟମ ଚାଲିଛି, ସନ୍ଦେହରେ କମିଶନରେଟ ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ସଂପୃକ୍ତ ପ୍ରଭାବଶାଳୀଙ୍କ ଛାତି ଏବେ ଧଡ଼ଧଡ଼। ସମନ ପାଇଥିବା ବଡ଼ବଡ଼ିଆଙ୍କ ଆଜିଠୁ ଇଡିରେ ହାଜିରା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩ କୋଟିର ବ୍ଲାକମେଲ୍ ଅଭିଯୋଗ ଆଣିଥିବା ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଏବଂ ନାଗ-ଚାନ୍ଦ ଦଂପତିଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିବା କୋଟିପତି ବିଜନେ୍ସମ୍ୟାନ୍ ଅମୀୟକାନ୍ତ ଦାସଙ୍କୁ ସବାଲଜବାବ କରିଛନ୍ତି ଇଡି ଅଧିକାରୀ। ଆସନ୍ତାକାଲି ଶ୍ରଦ୍ଧାଞ୍ଜଳି ହାଜର ହେବାର ସମ୍ଭାବନା ରହିଛି। ଇଡି ଠାରୁ ସମନ […]

ED

ED

Niranjan Mishra
  • Published: Tuesday, 22 November 2022
  • Updated: 22 November 2022, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ସଂପୃକ୍ତ ପ୍ରଭାବଶାଳୀଙ୍କ ଛାତି ଏବେ ଧଡ଼ଧଡ଼। ସମନ ପାଇଥିବା ବଡ଼ବଡ଼ିଆଙ୍କ ଆଜିଠୁ ଇଡିରେ ହାଜିରା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩ କୋଟିର ବ୍ଲାକମେଲ୍ ଅଭିଯୋଗ ଆଣିଥିବା ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଏବଂ ନାଗ-ଚାନ୍ଦ ଦଂପତିଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିବା କୋଟିପତି ବିଜନେ୍ସମ୍ୟାନ୍ ଅମୀୟକାନ୍ତ ଦାସଙ୍କୁ ସବାଲଜବାବ କରିଛନ୍ତି ଇଡି ଅଧିକାରୀ। ଆସନ୍ତାକାଲି ଶ୍ରଦ୍ଧାଞ୍ଜଳି ହାଜର ହେବାର ସମ୍ଭାବନା ରହିଛି। ଇଡି ଠାରୁ ସମନ ପାଇଥିବା ୧୫ ଜଣିଆ ଭିତରୁ ପରେ କାହାର ପାଳି ପଡ଼ିବ ତାହାକୁ ଅପେକ୍ଷା। ଇଡି ପଞ୍ଝାରୁ କିମିତି ଖସିବେ ଏବେ ସେମାନଙ୍କ ଭିତରେ ପଡ଼ିଛି ଭାଳେଣୀ। ସେପଟେ ଏହି ହାଇ ପ୍ରୋଫାଇଲ୍ ମାମଲାରେ ଇଡିକୁ କମିଶନରେଟ୍ ପୁଲିସ୍‌ ପକ୍ଷରୁ ସଂପୂର୍ଣ୍ଣ ସହଯୋଗ ମିଳୁନଥିବା ଚର୍ଚ୍ଚା ହେଉଛି।

ଅମୀୟକାନ୍ତ ଦାସ ଏ.କେ. ଆସୋସିଏସଟ୍ସର ମାଲିକ। ସେ ଆଜି ସକାଳ ପ୍ରାୟ ୯ଟାରେ ହାଜର ହୋଇଥିଲେ ଇଡି ଅଫିସରେ। କୁହାଯାଉଛି, ନାଗ-ଚାନ୍ଦ ଦମ୍ପତିଙ୍କୁ ଏହି ବ୍ୟବସାୟୀ ଦେଇଛନ୍ତି ୧୦ ଲକ୍ଷ ଟଙ୍କା। ୨୦୨୧ରୁ ୨୦୨୨ ମଧ୍ୟରେ ୧୦ ଲକ୍ଷ ଟଙ୍କା ପୈଠ କରିଛନ୍ତି ବ୍ୟାଙ୍କ ଆକାଉଣ୍ଟରେ। ହେଲେ କେଉଁ ସ୍ୱାର୍ଥରେ ?

ସକାଳ ୯ଟାରୁ ୮ ଘଣ୍ଟା ଧରି ତାଙ୍କୁ ଘାଣ୍ଟିଥିଲା ଇଡି। ସେଠାରୁ ବାହାରିବା ପରେ ଅମୀୟ କହିଛନ୍ତି, ଅର୍ଚ୍ଚନାକୁ ମୁଁ ଫେସ୍‌ବୁକ୍‌ରୁ ଚିହ୍ନିଛି। ୨ଟି କିସ୍ତିରେ ୭ ଲକ୍ଷରୁ ଅଧିକ ଟଙ୍କା କେବଳ ମେଡ଼ିକାଲ୍ ବାବଦକୁ ସେ ଦେଇଛନ୍ତି।

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଠାରୁ ମଧ୍ୟ ବ୍ଲାକ୍‌ମେଲ ସମ୍ପର୍କରେ ତଥ୍ୟ ଆଦାୟ କରିଛି ଇଡି। କାରଣ ସେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ବିରୋଧରେ ୩ କୋଟି ଟଙ୍କା ପାଇଁ ବ୍ଲାକମେଲ୍ ଅଭିଯୋଗ ଆଣି ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ଦିଗରେ ତଥ୍ୟ ଆଦାୟ କରିବା ସହ ଆର୍ଥିକ କାରବାର ହୋଇଛି ନା ନାହିଁ, ସେନେଇ ଇଡ଼ି ଅକ୍ଷୟଙ୍କୁ ପଚରାଉଚରା କରିଥିବା କୁହାଯାଉଛି।

ଅନ୍ୟପକ୍ଷରେ ଗିରଫଦାରି ଭୟରେ ଶ୍ରଦ୍ଧାଞ୍ଜଳି ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଚର୍ଚ୍ଚା ହେଉଛିିା

କିନ୍ତୁ ପୂରା ଘଟଣାରେ ପୁଲିସର ଆଭିମୁଖ୍ୟକୁ ନେଇ ଏବେ ଚର୍ଚ୍ଚାା କୁହାଯାଉଛି, ଇଡ଼ିକୁ ସମ୍ପୂର୍ଣ୍ଣ ସହଯୋଗ କରୁନି କମିଶନରେଟ୍ ପୁଲିସ। ଖଗେଶ୍ୱରକୁ ଜେଲ୍‌ରୁ କୋର୍ଟ ଏବଂ କୋର୍ଟରୁ ଜେଲ୍ ନେବା ଯାଏଁ କେବଳ ଏସକର୍ଟ ଦେଉଛନ୍ତି ସିଆର୍‌ପିଏଫ୍ ଯବାନ। ଅର୍ଚ୍ଚନାଙ୍କ ଏଣ୍ଡେଭର୍ କାର୍ ଜବତ ବେଳେ ବି ପୁଲିସ ସହଯୋଗ କରିନଥିବା କୁହାଯାଉଛି। କାର୍‌କୁ କିଏ ଆଣି ଥୋଇଥିଲା, ତାର ସିସିଟିଭି ଫୁଟେଜ୍ ପାଇଁ ଇଡ଼ି ପକ୍ଷରୁ ପୁଲିସକୁ କୁହାଯାଇଥିଲେ ବି ଅନ୍ଧାରରେ କିଏ ପାର୍କିଂ କଲା ଜଣାପଡୁନି ବୋଲି ପୁଲିସ କହୁଛି।

ସେହିପରି ନାଗ-ଚାନ୍ଦ ଦମ୍ପତିଙ୍କଠାରୁ ଜବତ ସାମଗ୍ରୀର ତାଲିକା ଇଡ଼ି ମାଗିଥିଲେ ବି କମିଶନରେଟ୍ ପୁଲିସ ଏହାକୁ ଦେବାରେ ବିଳମ୍ବ କରୁଥିବା କୁହାଯାଉଛି। ସମାନ ଦଫାରେ ଛନ୍ଦି ହୋଇଥିବା ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ଗିରଫଦାରୀ କ୍ଷେତ୍ରରେ ବି ପୁଲିସର ଭୂମିକାକୁ ନେଇ ନାନା ଚର୍ଚ୍ଚା ହେଉଛି। କାରଣ ଅର୍ଚ୍ଚନାଙ୍କୁ ଗିରଫ କରିଥିଲେ ବି ଜଗବନ୍ଧୁକୁ ବାନ୍ଧିବାରେ ବିଳମ୍ବ କରିଥିଲା ପୁଲିସ। ଖଗେଶ୍ୱରଙ୍କ ତ ପୁଲିସ ପତ୍ତା ହିଁ ପାଇପାରିନଥିଲା। ଯେଉଁଠି ଇଡି ଜଣଙ୍କ ପରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ରିମାଣ୍ଡରେ ଆଣି ପଚରାଉଚରା କଲା, ସେହିସ୍ଥଳରେ କମିଶନରେଟ ପୁଲିସ ଚୁପ୍ ରହିଲା। ଏହି ହାଇପ୍ରୋଫାଇଲ୍ ବ୍ଲାକ୍‌ମେଲ ଲିଙ୍କକୁ ମଧ୍ୟ ଖୋଳାତାଡ଼ କରିଲା ନାହିଁ ପୁଲିସ। ଯେତେବେଳେ କି ଇଡି ଜଣଙ୍କ ପରେ ଜଣଙ୍କୁ ନୋଟିସ୍ କରି ଘନଘନ ଜେରା କରିବାରେ ଲାଗିଛି।

ତେବେ ଏ ନେଇ କମିଶନରେଟ୍ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story