ବିଭିନ୍ନ ସମସ୍ୟା ନେଇ ରାଜରାସ୍ତାରେ ଚାଷୀ

ଭୁବନେଶ୍ୱର: ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ୱର ଲୋୟର ପିଏମଜିରେ କୃଷକ ଅଧିକାର ଚେତାବନୀ ସମାବେଶ କରାଯାଉଛି।  ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି ତରଫରୁ ଆୟୋଜିତ ଏହି ସମାବେଶରେ ରାଜ୍ୟର ବିଭିନ୍ନ ଅଂଚଳରୁ ଶତାଧିକ ଚାଷୀ ଯୋଗ ଦେଇଛନ୍ତି।  ଆନ୍ଦୋଳନକୁ ପଶ୍ଚିମବଙ୍ଗର ଅଖିଳ ଭାରତୀୟ କିସାନ ସଂଘର୍ଷ ସମନ୍ୱୟ ସମିତି ସମର୍ଥନ କରୁଛି।  ଏହି ଅବସରରେ ସମନ୍ୱୟ ସମିତିର ଏକ ଜନପ୍ରତିନିଧି ଦଳ ପଶ୍ଚିମବଙ୍ଗରୁ ଆସି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।