ବାଉଁଶ ବ୍ୟାରିକେଡ୍ ପାଇଁ ଖର୍ଚ୍ଚ ହୋଇଛି ସାଢ଼େ ୮ଲକ୍ଷ!

ବ୍ରହ୍ମପୁର (ଅଶୋକ ବ୍ରହ୍ମା): କରୋନା ମହାମାରୀ ସମୟରେ ହୋଇଥିବା ଗୁମର ଧୀରେ ଧୀରେ ଖୋଲୁଛି। ବଲାଙ୍ଗିର ପରେ ଏବେ ବ୍ରହ୍ମପୁରରେ କରୋନା ମହାଦୁର୍ନୀତି ସାମ୍ନାକୁ ଆସିଛି। କରୋନା ବେଳେ ବ୍ରହ୍ମପୁରରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ହୋଇଥିବା ବାଉଁଶ ବ୍ୟାରିକେଡ୍ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। କେବଳ ବାଉଁଶ ପାଇଁ ନୁହେଁ ବୁଲା ପଶୁଙ୍କୁ ଖାଦ୍ୟ ଦେବା ପାଇଁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। ସୂଚନା ଅଧିକାର […]

berhampur

berhampur

Ranjit Kumar Jena
  • Published: Wednesday, 03 March 2021
  • Updated: 03 March 2021, 08:47 PM IST

Sports

Latest News

ବ୍ରହ୍ମପୁର (ଅଶୋକ ବ୍ରହ୍ମା): କରୋନା ମହାମାରୀ ସମୟରେ ହୋଇଥିବା ଗୁମର ଧୀରେ ଧୀରେ ଖୋଲୁଛି। ବଲାଙ୍ଗିର ପରେ ଏବେ ବ୍ରହ୍ମପୁରରେ କରୋନା ମହାଦୁର୍ନୀତି ସାମ୍ନାକୁ ଆସିଛି। କରୋନା ବେଳେ ବ୍ରହ୍ମପୁରରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ହୋଇଥିବା ବାଉଁଶ ବ୍ୟାରିକେଡ୍ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। କେବଳ ବାଉଁଶ ପାଇଁ ନୁହେଁ ବୁଲା ପଶୁଙ୍କୁ ଖାଦ୍ୟ ଦେବା ପାଇଁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି।

ସୂଚନା ଅଧିକାର ରିପୋର୍ଟ ଅନୁଯାୟୀ, ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ୧୫ଟି ସ୍ଥାନରେ ବାଉଁଶ ବ୍ୟାରିକେଡ୍ ହୋଇଥିଲା। ଏଥିପାଇଁ ୨୨ ଜୁଲାଇରେ ୩ଲକ୍ଷ ୪୨ ହଜାର ୬୦୧ ଓ ସେପ୍ଟେମ୍ବର ୮ରେ ୫ ଲକ୍ଷ ଟଙ୍କା ପୈଠ କରାଯାଇଛି। ୧୫ଟି ସ୍ଥାନ ପାଇଁ ମୋଟ ୮ ଲକ୍ଷ ୪୨ ହଜାର ୬୦୧ ଟଙ୍କା ଖର୍ଚ୍ଚ ଅର୍ଥାତ୍ ଗୋଟିଏ ଗୋଟିଏ ସ୍ଥାନରେ ହାରାହାରି ୫୬ ହଜାର ୧୭୩ ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଛି। ମାତ୍ର ୫-୭ ଖଣ୍ଡ ବାଉଁଶରୁ ତିଆରି ବ୍ୟାରିକେଡ୍ ପାଇଁ ଏତେ ଟଙ୍କା କେମିତି ଖର୍ଚ୍ଚ ହେଲା ବୋଲି ସନ୍ଦେହ ପ୍ରକାଶ କରିବା ସହ, ଏହି ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି ବ୍ରହ୍ମପୁରବାସୀ।

କେବଳ ବାଉଁଶ ବାଡ଼ ନୁହେଁ, ଆରଟିଆଇ ତଥ୍ୟ କହୁଛି, ଲକଡାଉନ ବେଳେ ବୁଲା ପଶୁ ଯଥା କୁକୁର, ଗାଈ ଓ ଷଣ୍ଢ ଆଦିଙ୍କ ପେଟକୁ ବି ଲକ୍ଷ ଲକ୍ଷ ଟଙ୍କା ଯାଇଥିବା ଦର୍ଶାଯାଇଛି। ସରକାରଙ୍କ ପକ୍ଷରୁ ବୁଲା ପଶୁଙ୍କ ପାଇଁ ମୋଟ ୭ ଲକ୍ଷ ୨୦ ହଜାର ଟଙ୍କା ଆସିଥିଲା ଏବଂ ୩୩ ଦିନ ଧରି ଦୈନିକ ୧୦ ହଜାର ଟଙ୍କାର ଖାଦ୍ୟ ବାଣ୍ଟିବାକୁ କୁହାଯାଇଥିଲା। ହେଲେ ଏକ ହୋଟେଲ୍ ସହ ମୂଲଚାଲ ପରେ, ଦୈନିକ ୮ ହଜାର ଟଙ୍କା ହିସାବରେ ମୋଟ ୩ ଲକ୍ଷ ୨୧ ହଜାର ୩୧୫ ଟଙ୍କା ଖର୍ଚ୍ଚ ହୋଇଛି।

ଗଣିତ କହୁଛି, ଦୈନିକ ୮ ହଜାର ହିସାବରେ ୩୩ ଦିନ ଖାଇବାକୁ ଦେଲେ ମୋଟ ୨ ଲକ୍ଷ ୬୪ ହଜାର ଟଙ୍କା ଖର୍ଚ୍ଚ ହେବା କଥା। ତେଣୁ ବାକି ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହେଲା, ସେନେଇ କୌଣସି ତଥ୍ୟ ଦିଆଯାଇନାହିଁ। ସେପଟେ ପଶୁପ୍ରେମୀ ସଂଗଠନ ମଧ୍ୟ ଏତେ ଟଙ୍କା ଖର୍ଚ୍ଚ ହେବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ, ମହାନଗର ନିଗମ ପକ୍ଷରୁ ସେଭଳି ନିୟମିତ ଖାଦ୍ୟ ବଣ୍ଟନ ନଜରକୁ ଆସିନଥିବା ଅଭିଯୋଗ କରିଛନ୍ତି। ଏ ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୌଣସି ଜବାବ ଦିଆଯାଇନାହିଁ। ଅନ୍ୟପକ୍ଷରେ, କମିଶନର କହିଛନ୍ତି ଏ ତମାମ୍ ଅଭିଯୋଗର ତଦନ୍ତ ହେବ।

ଅନ୍ୟ ପକ୍ଷରେ ସୂଚନା ଅଧିକାର କର୍ମୀ କହିଛନ୍ତି, ମହାମାରୀ ସମୟରେ ଲୋକେ ଯେଉଁଠି ଆଉଟପାଉଟୁ ହେଉଥିଲେ, ବାହାରକୁ ବାହାରି ପାରୁନଥିଲେ। ସେହି ସମୟରେ ଏମାନେ ମହାମାରୀର ସୁଯୋଗ ନେଇ ମହାଲୁଟ୍ କରିଛନ୍ତି। ତେଣୁ ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସୂଚନା ଅଧିକାର କର୍ମୀ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos