ହଳଦିପଡ଼ିଆ ବସ୍ତିରେ ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଅଂଚଳରେ ଥିବା ହଳଦିପଡ଼ିଆ ବସ୍ତିରେ ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ଏବେ ଅନ୍ୟ ଆକ୍ରମଣକାରୀଙ୍କୁ ଧରିବାକୁ ପୋଲିସ ଖାନତଲାସି ଜାରି ରଖିଛି। ଗତକାଲିର ଉତ୍ତେଜନା ପରେ ଏବେ ସେଠାରେ ସ୍ଥିତି କିଛିଟା ନିୟନ୍ତ୍ରଣକୁ ଆସିଛି।

police bitten

police bitten

Rakesh Mallick
  • Published: Tuesday, 09 June 2015
  • Updated: 09 June 2015, 04:55 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଅଂଚଳରେ ଥିବା ହଳଦିପଡ଼ିଆ ବସ୍ତିରେ ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ଏବେ ଅନ୍ୟ ଆକ୍ରମଣକାରୀଙ୍କୁ ଧରିବାକୁ ପୋଲିସ ଖାନତଲାସି ଜାରି ରଖିଛି। ଗତକାଲିର ଉତ୍ତେଜନା ପରେ ଏବେ ସେଠାରେ ସ୍ଥିତି କିଛିଟା ନିୟନ୍ତ୍ରଣକୁ ଆସିଛି।police1

ଗତକାଲି ପ୍ରଥମେ ବଚସା ପରେ ପୋଲିସକୁ ଆକ୍ରମଣ କରିଥିଲେ ବସ୍ତି ବାସିନ୍ଦା। ଏହି ଘଟଣା ପରେ ସେଠାରେ ଏବେ ଚାପା ଉତ୍ତେଜନା ଲାଗି ରହିଥିଲା। ହଳଦିପଡିଆ ବସ୍ତିର ସନ୍ତୋଷ ଜେନା ନାମକ ଜଣେ ବିବାହିତ ବ୍ୟକ୍ତି ନିଜର ସମ୍ପର୍କୀୟ ଜଣେ ଯୁବତୀଙ୍କୁ ଧରି ଫେରାର ହୋଇଯାଇଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ସେବେଠାରୁ ସନ୍ତୋଷଙ୍କୁ ଖୋଜା ପଡିଥିଲା। ଗତକାଲି ତାଙ୍କୁ ପାଇବାପରେ ବସ୍ତି ଲୋକେ ଏକ ଗଛରେ ବାନ୍ଧିବା ସହ ମାଡ ମାରିଥିବା ଅଭିଯୋଗ ହୋଇଥିଲା।

policeଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସନ୍ତୋଷଙ୍କୁ ଉଦ୍ଧାର କରିବା ସମୟରେ ପୋଲିସ୍ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ଏହାପରେ ଲୋକେ ପୋଲିସ୍ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଲାଗିରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos