ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କିଛି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଚିତ ଟିଟିଲାଗଡ଼ର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି।
ତେବେ ରାଜ୍ୟରେ ବଢୁଥିବା ଗ୍ରୀଷ୍ମପ୍ରବାହକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଆସନ୍ତା ୨୨ ତାରିଖ ଯାଏ ରାଜ୍ୟରେ ତାପମାତ୍ରା ଅଧିକ ରହିବ। ତେଣୁ ଜଳଛତ୍ର ସହ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଏସ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି।
ସେ କହିଛନ୍ତି,“ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ହିଟ୍ୱେଭ୍ ଜାରି କରାଯାଇଛି। ବିଏସ୍ଏନ୍ଏଲ୍ ମୋବାଇଲ ଉପଭକ୍ତାଙ୍କୁ ଏସ୍ଏମ୍ଏସ୍ ମାଧ୍ୟମରେ ହିଟ୍ୱେଭ୍ ସମ୍ପର୍କରେ ସୂଚନା ଦିଆଯାଉଛି। ଟଣା ଖରାରେ ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି। ନିଜର ସୁରକ୍ଷା ପାଇଁ ପାଣି ବୋତଲ ଓ ଛତା ବ୍ୟବହାର କରିବେ। ବର୍ତ୍ତମାନ ସୁଦ୍ଧା ଅଶୁଂଘାତରେ କାହାର ମୃତ୍ୟୁ ଘଟିଥିବା ନେଇ ସୂଚନା ଆସି ନାହିଁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମଦ ଦେବାକୁ ମନା କରିବାରୁ ମାଡ଼; ବାର୍ କର୍ମଚାରୀ ଗୁରୁତର
ବାର୍ ବନ୍ଦ ହେଉଥିବାରୁ ମଦ ଦେବାକୁ ମନା କଲେ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ହୋଇ ସଂଘବଦ୍ଧ ଭାବେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ୪ ଯୁବକ ।
Crime
ନାବାଳକଙ୍କ ପାଦ ତଳେ ତୁଳସୀ ଲାଗି ଘଟଣା; ମାମଲା ରୁଜୁ କଲା ଶିଶୁ ଆୟୋଗ
ପ୍ୟାଣ୍ଟସାର୍ଟ ପିନ୍ଧି ଚୌକିରେ ବସିଥିବା ଜଣେ ନାବାଳକଙ୍କୁ ଏପରି ପୂଜାର୍ଚ୍ଚନା କରାଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ଶିଶୁ ଆୟୋଗ।
Miscellaneous
ସରକାର ଦେଉଛନ୍ତି ୟୁନିଫର୍ମ ଓ ଜୋତା; ପିଲାଙ୍କୁ ମିଳୁନି, ଡମ୍ପିଂୟାର୍ଡକୁ ଯାଉଛି
ଛୋଟ ଛୋଟ ପିଲାଙ୍କୁ ସ୍କୁଲମୁହାଁ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାଠୁ ଆରମ୍ଭ କରି ୟୁନିଫର୍ମ ଡ୍ରେସ ଓ ଜୋତା ବି ଯୋଗାଇ ଦେଉଛନ୍ତି। ମାତ୍ର ଏହି ଡ୍ରେସ୍ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଯାଉଛି ଡମ୍ଫିୟାର୍ଡ ।
Accident
ଘରକୁ ଫେରୁଥିଲେ ଦୁଇ ଯୁବକ, ରାତି ଅଧରେ ପିଟିଲା ଅଜଣା ଗାଡ଼ି
ଉଭୟ ପାରାଦୀପ ଯାଇଥିବା ବେଳେ ସେଠାରୁ ଘରକୁ ଫେରୁଥିଲେ । ମାତ୍ର ବିଳମ୍ବିତ ରାତିରେ ଉଭୟଙ୍କ ବାଇକ୍କୁ ଏକ ଅଜଣା ଗାଡ଼ି ପିଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା
Miscellaneous
ଜମୁଛି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳ ଭିଡ଼
ଆଜି ରବିବାର ହୋଇଥିବାରୁ ଆମିଷପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମିଛି।