ହିଣ୍ଡାଲକୋରେ ଦୁର୍ଘଟଣା: ୪ ଆହତ, ୨ ଗୁରୁତର

ସମ୍ବଲପୁର: ସମ୍ବଲପୁରର ହୀରାକୁଦ ସ୍ଥିତ ହିଣ୍ଡାଲକୋର ସ୍ମେଲଟର ପ୍ଲାଣ୍ଟରେ ଆଜି ଅପରାହ୍ନରେ ଦୁର୍ଘଟଣା ଘଟି ୪ ଜଣ ଆହତ ହୋଇଛନ୍ତି। ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ଦୁଇ ଜଣ ଶ୍ରମିକ ଘରୋଇ ଠିକାଦାର ସଂସ୍ଥା ସୌରଭ କନଷ୍ଟ୍ରକସନ୍ ଦ୍ୱାରା ନିଯୁକ୍ତ ହୋଇଥିଲେ। ହିଣ୍ଡାଲକୋର ଅନ୍ୟ ଦୁଇ ଆହତ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।