ହୋଟେଲ ଟ୍ରାଇଡେଣ୍ଟକୁ ସମନ ଜାରି

ଭୁବନେଶ୍ୱର: ଡେକାନ୍ କ୍ରୋନିକିଲ୍ ଉପାଧ୍ୟକ୍ଷ ପି.କେ.ଆୟାର ଛଦ୍ମ ନାଁରେ ଲୁଚିବା ମାମଲାରେ କମିଶନରେଟ୍ ପୋଲିସ୍ ହୋଟେଲ ଟ୍ରାଇଡେଣ୍ଟ ବିରୋଧରେ ସମନ ଜାରି କରିଛି। ହୋଟେଲର ଜେନେରାଲ୍ ମ୍ୟାନେଜର ଓ କିଛି କର୍ମଚାରୀଙ୍କୁ ଏହି ସମନ ଜାରି କରାଯାଇଛି । ଏହାସହ ନୂଆପଲ୍ଲୀ ଥାନା ଅଧିକାରୀ ହୋଟେଲର କିଛି କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି । ହୋଟେଲ ଟ୍ରାଇଡେଣ୍ଟରେ ଚିତ୍ରା ଆଦୱାନୀଙ୍କ ନାମରେ ବୁକ୍ ହୋଇଥିବା ଏକ ରୁମରେ ଆୟାର ଦୀର୍ଘଦିନ ୨ ମାସ ଧରି ରହି ଆସୁଥିଲେ । […]

taident

taident

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 02:16 AM IST

Sports

Latest News

ଭୁବନେଶ୍ୱର: ଡେକାନ୍ କ୍ରୋନିକିଲ୍ ଉପାଧ୍ୟକ୍ଷ ପି.କେ.ଆୟାର ଛଦ୍ମ ନାଁରେ ଲୁଚିବା ମାମଲାରେ କମିଶନରେଟ୍ ପୋଲିସ୍ ହୋଟେଲ ଟ୍ରାଇଡେଣ୍ଟ ବିରୋଧରେ ସମନ ଜାରି କରିଛି। ହୋଟେଲର ଜେନେରାଲ୍ ମ୍ୟାନେଜର ଓ କିଛି କର୍ମଚାରୀଙ୍କୁ ଏହି ସମନ ଜାରି କରାଯାଇଛି । ଏହାସହ ନୂଆପଲ୍ଲୀ ଥାନା ଅଧିକାରୀ ହୋଟେଲର କିଛି କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି । ହୋଟେଲ ଟ୍ରାଇଡେଣ୍ଟରେ ଚିତ୍ରା ଆଦୱାନୀଙ୍କ ନାମରେ ବୁକ୍ ହୋଇଥିବା ଏକ ରୁମରେ ଆୟାର ଦୀର୍ଘଦିନ ୨ ମାସ ଧରି ରହି ଆସୁଥିଲେ । ଏଥିପାଇଁ ପୂର୍ବରୁ ପୋଲିସ ହୋଟେଲ ନାଁରେ ଏକ ମାମଲା ରୁଜୁ କରିଛି । ବ୍ୟାଙ୍କ ଠକେଇ ମାମଲାରେ ଅଭିଯୁକ୍ତ ଆୟାରଙ୍କୁ ଗତ ଶୁକ୍ରବାର ରାତିରେ ପୋଲିସ୍ ହୋଟେଲ୍ ଟ୍ରାଇଡେଣ୍ଟରୁ ଗିରଫ କରିଥିଲା । ଏହାପରେ ତାଙ୍କୁ ବାଙ୍ଗାଲୋର ସିବିଆଇକୁ ହସ୍ତାନ୍ତର କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos