ଆଗରେ କଟକଣା, ପଛରେ ଫୁଲ୍ ବେପାର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍ ପାଇଁ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ବାକି ସବୁ ବେପାର ବନ୍ଦ୍। ହେଲେ କଡ଼ା କଟକଣା ଯୋଗୁଁ ରାଜ୍ୟରେ ଚୋରା ମଦ କାରବାର ବଢ଼ି ଚାଲିଛି । ଗତ ସପ୍ତାହକ ମଧ୍ୟରେ ରାଜଧାନୀ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ଜବତ ହୋଇଛି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ । ତେବେ ପୁଲିସ ଓ ଅବକାରୀ ବିଭାଗ ନଜରକୁ କେବଳ ହାତଗଣତି କେତୋଟି ଘଟଣା ଆସିଥିଲେ ବି ନଜର ବାହାରେ କିନ୍ତୁ […]

Handa

Handa

Tapas Behera
  • Published: Monday, 27 April 2020
  • Updated: 27 April 2020, 08:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍ ପାଇଁ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ବାକି ସବୁ ବେପାର ବନ୍ଦ୍। ହେଲେ କଡ଼ା କଟକଣା ଯୋଗୁଁ ରାଜ୍ୟରେ ଚୋରା ମଦ କାରବାର ବଢ଼ି ଚାଲିଛି । ଗତ ସପ୍ତାହକ ମଧ୍ୟରେ ରାଜଧାନୀ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ଜବତ ହୋଇଛି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ । ତେବେ ପୁଲିସ ଓ ଅବକାରୀ ବିଭାଗ ନଜରକୁ କେବଳ ହାତଗଣତି କେତୋଟି ଘଟଣା ଆସିଥିଲେ ବି ନଜର ବାହାରେ କିନ୍ତୁ ବେଧଡ଼କ ଚାଲିଛି ଏ କଳା ବେପାର।

ରାଜଧାନୀର ଖଣ୍ଡିଗିରି, ନୟାପଲ୍ଲୀ, ଉପକଣ୍ଠ ତମାଣ୍ଡୋରେ ଗତ କିଛି ଦିନ ଧରି ବିପୁଳ ପରିମାଣରେ କାରବାର ହେଉଥିବା ମଦକୁ ଜବତ କରାଯାଇଛି। ମାର୍ଚ୍ଚ ୨୪ରୁ ସାରା ଦେଶରେ ଲକଡାଉନ୍ ଘୋଷଣା ପରେ ସବୁ ବ୍ୟବସାୟ ଭଳି ମଦ ଦୋକାନରେ ବି ଝୁଲିଛି ତାଲା । ହେଲେ ଗୋଟିଏ ପଟେ ପ୍ରବଳ ଚାହିଦା, ଅନ୍ୟପଟେ ବଜାରରେ ଉତ୍କଟ ଅଭାବ କାରଣରୁ ଏମିତି ଗଳାବାଟ ଦେଇ ଜୋରସରରେ ଚାଲୁଛି ମଦ ବେପାର।  ଉଦବେଗର ବିଷୟ ଏବେ ଲକଡାଉନ୍ ପାଇଁ ଛକ ଛକରେ ପୁଲିସ ବ୍ଲକିଂ-ଚେକିଂ ଓ କର୍ଡନ ପରେ ବି ଖୋଦ୍ ରାଜଧାନୀରେ ଖୁଲ୍ଲାମଖୁଲ୍ଲା ଚାଲିଛି ଏ ବ୍ୟବସାୟ।

ଦୁଇ ଦିନ ତଳେ ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡ଼ଇା ଅଞ୍ଚଳରେ ବି ସକ୍ରିୟା ଥିବା ଏକ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିବା ବେଳେ ସେଠାରୁ ବିପୁଳ ମଦ ଜବତ  କରାଯାଇଛି। ମୋଟ ୪୨ ଜଣଙ୍କୁ ଗିରଫ କରାଯାଇଛି। ଆଜି ନୂଆପଡ଼ା ସାଇପଲା ଜଙ୍ଗଲରେ ଏକ ଦେଶୀମଦ କାରଖାନା ଉପରେ ଚଢାଉ କରି ୪ ଜଣଙ୍କୁ ଗିରଫ କରାଯାଇଛି।

ତେବେ କଟକଣା ପରେ ବି କାହିଁକି ଚୋରାରେ ଏମିତି ବେଧଡ଼କ ଚାଲିଛି ମଦ କାରବାର। ବିଶେଷଜ୍ଞଙ୍କ ମତରେ ମଦ ପ୍ରତି ପ୍ରବଳ ଚାହିଦା ଓ ଅନ୍ୟପଟେ ଲକ୍‌ଡାଉନ୍ କାରଣରୁ କିଛି ଅସାଧୁ ବ୍ୟବସାୟୀ ଲାଭଖୋର ଉଦ୍ଦେଶ୍ୟ ରଖି ଏଭଳି ଅନୈତିକ କାର୍ଯ୍ୟ ପ୍ରତି ଆଗଭର ହେଉଛନ୍ତି। ସେହିଭଳି ପୂର୍ବତନ ଡିଜିପିଙ୍କ ମତରେ ଲକଡାଉନ୍ ସମୟରେ ମାଲ ଗାଡ଼ିକୁ ଅନୁମତିରୁ ଫାଇ ନେଉଛନ୍ତି କିଛି ଆନ୍ତଃରାଜ୍ୟ ଚୋରା ମଦ ବେପାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos