ଏଲପିଜି କ୍ଷେତ୍ରକୁ ମଜବୁତ‌୍‍ କରିବା ପାଇଁ ଭାରତ ଓ ଘାନା ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଭାରତ ଓ ଘାନା ମଧ୍ୟରେ ଥିବା ସମ୍ପର୍କ ଆହୁରି ନିବିଡ଼ ହେବ। ଏଲପିଜି କ୍ଷେତ୍ରକୁ ମଜବୁତ‌୍‍ କରିବା ପାଇଁ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ ଓ ଘାନାର ଜାତୀୟ ପେଟ୍ରୋଲିୟମ୍‌ ପ୍ରାଧିକରଣ (ଏନ‌୍‍ପିଏ) ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଇଣ୍ଡିଆନ ଅଏଲର ଏଲପିଜି ପରିଚାଳନାର ମୁଖ୍ୟ ଅଧିକାରୀ ଏଲ୍‌କେଏସ୍‌ ଚୌହ୍ୱାନ ଓ ଘାନା ଏନପିଏର କାର୍ଯ୍ୟକାରୀ ମୁଖ୍ୟ ସୁଲେମାନା ତାମପୁଲିଙ୍କ ମଧ୍ୟରେ ଏହି ଏମଓୟୁ […]

petrol

petrol

Manoranjan Sial
  • Published: Wednesday, 22 January 2020
  • Updated: 22 January 2020, 08:07 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଭାରତ ଓ ଘାନା ମଧ୍ୟରେ ଥିବା ସମ୍ପର୍କ ଆହୁରି ନିବିଡ଼ ହେବ। ଏଲପିଜି କ୍ଷେତ୍ରକୁ ମଜବୁତ‌୍‍ କରିବା ପାଇଁ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ ଓ ଘାନାର ଜାତୀୟ

ପେଟ୍ରୋଲିୟମ୍‌ ପ୍ରାଧିକରଣ (ଏନ‌୍‍ପିଏ) ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଇଣ୍ଡିଆନ ଅଏଲର ଏଲପିଜି ପରିଚାଳନାର ମୁଖ୍ୟ ଅଧିକାରୀ ଏଲ୍‌କେଏସ୍‌ ଚୌହ୍ୱାନ ଓ ଘାନା ଏନପିଏର କାର୍ଯ୍ୟକାରୀ ମୁଖ୍ୟ ସୁଲେମାନା ତାମପୁଲିଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି।

ଭାରତ ସରକାର ଏଲପିଜି ନେଟ‌୍‍ୱାର୍କର ସଂପ୍ରସାରଣ କରୁଛନ୍ତି। ଏହି କ୍ଷେତ୍ରରେ ଘାନା ନିଜ ଉପାୟରେ ଘରୋଇ, ବାଣିଜ୍ୟିକ ଓ ଶିଳ୍ପରେ ସୁରକ୍ଷିତ, ସ୍ୱଚ୍ଛ ଏବଂ ପରିବେଶ ସହଯୋଗୀ ଏଲପିଜିର ବ୍ୟବହାର କରି ଏହାର ଚାହିଦାକୁ ବଢାଇବା ପାଇଁ ଭାରତକୁ ସହାୟତା କରିବା ନିମନ୍ତେ ଇଚ୍ଛାପ୍ରକାଶ କରିଥିଲା। ଏହି ବୁଝାମଣା ପତ୍ର ଫଳରେ ଭାରତ, ଘାନାର ରାଷ୍ଟ୍ରୀୟ ଏଲପିଜି ପ୍ରମୋସୋନ ପଲିସିର କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସାହାଯ୍ୟ କରିବ।

ଏହି ଚୁକ୍ତି ସ୍ୱାକ୍ଷରିତ ହେବା ଦ୍ୱାରା ଇଣ୍ଡିଆନ ଅଏଲ ବିଭିନ୍ନ ଉପାୟରେ ଯଥା ଏଲପିଜି ବଟଲିଂ ପ୍ଲାଣ୍ଟ, ମୂଲ୍ୟ ନିର୍ଦ୍ଧାରଣ, ଲାଇସେନ୍ସ, ଭାଷା ଋଣନୈତିକ ଆଧାରରେ ଘାନାରେ ସ୍ୱାସ୍ଥ୍ୟର ବିକାଶ ଏବଂ ପରିବେଶକୁ ସୁରକ୍ଷା ରଖିବାରେ ସହଯୋଗ କରିବ। ଏହାସହ ନୂଆ ଏଲପିଜି ମୂଲ୍ୟ ଶୃଙ୍ଖଳାରେ ଘାନାର ଭିତିଭୂମି କ୍ଷେତ୍ରରେ ମଧ୍ୟ ସହାଯ୍ୟ କରିବ। ଏହାବ୍ୟତୀତ ଘାନାର ଡାଉନଷ୍ଟ୍ରିମ୍‌ ପେଟ୍ରୋଲିୟମ୍‌ କ୍ଷେତ୍ରରେ ଏକ ବାଣିଜ୍ୟିକ ସହଯୋଗୀ ଭାବରେ ଭାଗ ନେଲେ ଏହି ଏମଓୟୁ ଇଣ୍ଡିଆନ ଅଏଲକୁ ପ୍ରଶାସନିକ ସହାୟତା ମଧ୍ୟ ପ୍ରଦାନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos