ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବାରୁ ରାଜ୍ୟରେ ବଢ଼ୁଛି ସଂକ୍ରମଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ସଂକ୍ରମଣ ହାର ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ବେଶ୍ ଧୀମା ରହିଛି। ମାତ୍ର ଓଡ଼ିଶାରେ ୫୦ ପ୍ରତିଶତ ସଂକ୍ରମଣ ମାମଲା କେବଳ କରୋନା ସଂକ୍ରମିତଙ୍କ ସଂସ୍ପର୍ଶ(କଣ୍ଟାକ୍ଟ ଟ୍ରେସିଂ)ରେ ଆସୁଥିବା ଯୋଗୁ ହୋଇଛି। ତେବେ ଲୋକମାନେ ଯଦି ବ୍ୟକ୍ତିଗତ ଦାୟିତ୍ୱ ନେଇ ସାମାଜିକ ଦୂରତ୍ୱ ବଜାୟ ନରଖିବେ ସଂକ୍ରମଣ ହାର ବେଶ୍ ଅଧିକ ହେବାର ଆଶଙ୍କା ରହିଛି ବୋଲି ରାଜ୍ୟ ସରକାର ସତର୍କ କରାଇ ଦେଇଛନ୍ତି। ଏହାସହିତ ଓଡ଼ିଶାରେ ସଂକ୍ରମଣର ହାର, […]

salini-pandit

salini-pandit

Manoranjan Sial
  • Published: Wednesday, 29 April 2020
  • Updated: 29 April 2020, 05:36 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ସଂକ୍ରମଣ ହାର ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ବେଶ୍ ଧୀମା ରହିଛି। ମାତ୍ର ଓଡ଼ିଶାରେ ୫୦ ପ୍ରତିଶତ ସଂକ୍ରମଣ ମାମଲା କେବଳ କରୋନା ସଂକ୍ରମିତଙ୍କ ସଂସ୍ପର୍ଶ(କଣ୍ଟାକ୍ଟ ଟ୍ରେସିଂ)ରେ ଆସୁଥିବା ଯୋଗୁ ହୋଇଛି। ତେବେ ଲୋକମାନେ ଯଦି ବ୍ୟକ୍ତିଗତ ଦାୟିତ୍ୱ ନେଇ ସାମାଜିକ ଦୂରତ୍ୱ ବଜାୟ ନରଖିବେ ସଂକ୍ରମଣ ହାର ବେଶ୍ ଅଧିକ ହେବାର ଆଶଙ୍କା ରହିଛି ବୋଲି ରାଜ୍ୟ ସରକାର ସତର୍କ କରାଇ ଦେଇଛନ୍ତି। ଏହାସହିତ ଓଡ଼ିଶାରେ ସଂକ୍ରମଣର ହାର, ଲକ୍ଷଣ ଓ ସ୍ଥିତି କ’ଣ ରହିଛି ସେ ନେଇ ମଧ୍ୟ ଗ୍ରାଫିକ୍ସ ମାଧ୍ୟମରେ ସରକାର ସୂଚନା ଦେଇଛନ୍ତି।

ରାଜ୍ୟ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି ସରକାରଙ୍କ ପକ୍ଷରୁ ନିୟମିତ ବୁଲେଟିନରେ ସୂଚନା ଦେଇ କହିଛନ୍ତି, ଓଡ଼ିଶାରେ ଆଜିସୁଦ୍ଧା ମୋଟ ୧୨୨ଜଣ ପଜେଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୧୮% ଅର୍ଥାତ୍ ୨୨ଜଣଙ୍କ ମଧ୍ୟରେ କୋଭିଡ-୧୯ର ଲକ୍ଷଣ ଦେଖାଦେଇଥିବାବେଳେ ୮୨% (୧୦୦ଜଣ) ରୋଗୀଙ୍କ ଦେହରେ ବିଲକୁଲ୍ ଲକ୍ଷଣ ନଥିଲା। ସେହିପରି ଓଡ଼ିଶାରେ କରୋନା ସଂକ୍ରମଣ ବିଦେଶ ଫେରନ୍ତାଙ୍କ ମାଧ୍ୟମରେ ୫% ମାମଲା ଆସିଥିବାବେଳେ ବାହାର ରାଜ୍ୟ ଫେରନ୍ତାଙ୍କ ମାଧ୍ୟମରେ ୪୫% ସଂକ୍ରମିତ ହୋଇଛନ୍ତି। ବାକି ୫୦ ପ୍ରତିଶତ ମାମଲା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ହୋଇଛି। ତେଣୁ ଲକଡାଉନ୍ କୋହଳ ହେବାପରେ ମଧ୍ୟ ସମସ୍ତଙ୍କର ବ୍ୟକ୍ତିଗତ ଦାୟିତ୍ୱ ବଢ଼ିଛି। ଅତିକମରେ ୨ ମିଟର ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଶ୍ରୀମତୀ ପଣ୍ଡିତ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ରାଜ୍ୟରେ ମୋଟ ୧୨୨ଜଣ ସଂକ୍ରମିତଙ୍କ ମଧ୍ୟରୁ ୩୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ବାକି ୮୨ଜଣଙ୍କ ମଧ୍ୟରୁ ମାତ୍ର ୬ଜଣଙ୍କ ଦେହରେ କାଶର ଲକ୍ଷଣ ରହିଛି। ଅନ୍ୟମାନେ ପ୍ରାୟତଃ ଚିକିତ୍ସା ଆବଶ୍ୟକ କରୁନାହାନ୍ତି। କିନ୍ତୁ ସେମାନଙ୍କ ମାଧ୍ୟମରେ ସଂକ୍ରମଣର ଆଶଙ୍କା ରହିଥିବାରୁ ସେମାନଙ୍କୁ ହସ୍ପିଟାଲରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos