ଇଂରାଜୀ ନୂଆ ବର୍ଷ ଏକ ହିନ୍ଦୁ ପର୍ବ!

ଦେବେନ୍ଦ୍ର ପୃଷ୍ଟି ଇଂରାଜୀ କ୍ୟାଲେଣ୍ଡରରେ ୨୦୧୯ ବର୍ଷ ସରିବାକୁ ଆଉ ମାତ୍ର କେଇ ଘଣ୍ଟା ବାକି। ରାତି ପାହିଲେ ୨୦୨୦ର ପ୍ରଥମ ଦିନ। ଓଡ଼ିଶା ଓ ଭାରତର ପାଞ୍ଜିରେ ରାତି ପାହିଲେ ନୂଆ ବର୍ଷ ଆସୁ କି ନଆସୁ ଇଂରାଜୀ କ୍ୟାଲେଣ୍ଡରୁ ଶାସନ ଓ ସମାଜ ସଂସ୍କୃତିର ଅଙ୍ଗ ଭାବେ ଗ୍ରହଣ କରିଥିବା ଲୋକମାନଙ୍କ ପାଇଁ ଏହା ହିଁ ନୂଆ ବର୍ଷ। ସେଥିପାଇଁ ନୂଆବର୍ଷକୁ ସ୍ୱାଗତ କରିବାକୁ ସମାଜର ଅନେକ ବର୍ଗର ଲୋକ ଆଗ୍ରହୀ। ଇଂରେଜ ଶାସନ […]

puri

puri

Debendra Prusty
  • Published: Tuesday, 31 December 2019
  • Updated: 31 December 2019, 07:22 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଇଂରାଜୀ କ୍ୟାଲେଣ୍ଡରରେ ୨୦୧୯ ବର୍ଷ ସରିବାକୁ ଆଉ ମାତ୍ର କେଇ ଘଣ୍ଟା ବାକି। ରାତି ପାହିଲେ ୨୦୨୦ର ପ୍ରଥମ ଦିନ। ଓଡ଼ିଶା ଓ ଭାରତର ପାଞ୍ଜିରେ ରାତି ପାହିଲେ ନୂଆ ବର୍ଷ ଆସୁ କି ନଆସୁ ଇଂରାଜୀ କ୍ୟାଲେଣ୍ଡରୁ ଶାସନ ଓ ସମାଜ ସଂସ୍କୃତିର ଅଙ୍ଗ ଭାବେ ଗ୍ରହଣ କରିଥିବା ଲୋକମାନଙ୍କ ପାଇଁ ଏହା ହିଁ ନୂଆ ବର୍ଷ। ସେଥିପାଇଁ ନୂଆବର୍ଷକୁ ସ୍ୱାଗତ କରିବାକୁ ସମାଜର ଅନେକ ବର୍ଗର ଲୋକ ଆଗ୍ରହୀ। ଇଂରେଜ ଶାସନ ଓ ସଂସ୍କୃତିର ପ୍ରଭାବରେ ପ୍ରଭାବିତ ଲୋକମାନେ ସ୍ୱାଧୀନତା ପରେ ମଧ୍ୟ ନିଜ ସଂସ୍କୃତିକୁ ଫେରିପାରି ନାହାନ୍ତି। ବରଂ ସ୍ୱାଧୀନତାର ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଭାରତୀୟ ସଂସ୍କୃତିର ଅନ୍ତର୍ଜାତୀୟକରଣ ସୁଦୃଢ଼ ଓ ସଂପ୍ରସାରିତ ହୋଇଚାଲିଛି। ପିକ୍‌ନିକ୍‌, ଜିରୋ ନାଇଟ୍‌, ପ୍ରମୋଦ ପାର୍ଟି, ମଦ୍ୟପାନ, ମାଂସାହାର, ନାଚଗୀତ ଓ ତାମ୍‌ସାର ପର୍ବ ହୋଇଯାଇଛି ଇଂରାଜୀ ନୂଆ ବର୍ଷ। ଆଜି ହେଉଛି ଉନ୍ମାଦନା ଓ ଉଦ୍ଦିପନାର ରାତି। ଉପଭୋଗ ଓ ଉତ୍ତେଜନାର ରାତି। ଏଇ ନୂଆ ସଂସ୍କାରକୁ ଆଦରି ନେଇଥିବା ଲୋକମାନେ ଅନିଦ୍ରା ରହି ମଧ୍ୟରାତିରେ ସ୍ୱାଗତ କରିବେ ନୂଆ ବର୍ଷକୁ।

କେବଳ ଲୋକେ ନୁହନ୍ତି, ଓଡ଼ିଶା ଓ ଓଡ଼ିଆଙ୍କର ଆରାଧ୍ୟ ଦେବତା, ହିନ୍ଦୁମାନଙ୍କ ବିଶ୍ୱାସର ଅନ୍ୟତମ ମୂର୍ତ୍ତିମାନ ଦେବତା ଜଗତର ନାଥ ଜଗନ୍ନାଥ ମଧ୍ୟ ଅନିଦ୍ରା ରହି ନୂଆବର୍ଷକୁ ସ୍ୱାଗତ କରିବେ, ଭକ୍ତମାନଙ୍କୁ ଦର୍ଶନ ଦେବେ। ସେଥିପାଇଁ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଓ ସହଯୋଗରେ ସଜେଇ ହୋଇଛନ୍ତି ବଡ଼ ଦେଉଳ ଓ ବଡ଼ଦାଣ୍ଡ। ଶ୍ରୀମନ୍ଦିର ପ୍ରଶାସନ ଇଂରାଜୀ ନୂଆ ବର୍ଷ ପାଇଁ ଜଗନ୍ନାଥଙ୍କ ସେବାପୂଜା ନୀତି ନିର୍ଘଣ୍ଟକୁ ଅନୁମତି ପ୍ରଦାନ କରିଛି। ନିର୍ଦ୍ଧାରିତ ନୂଆବର୍ଷ ନୀତି ଅନୁସାରେ ଡିସେମ୍ବର ୩୧ ତାରିଖ ରାତି ୧୦.୩୦ ଘଣ୍ଟା ସୁଦ୍ଧା ଦିଅଁମାନଙ୍କର ପହୁଡ଼ ହେବ। କିନ୍ତୁ ମାତ୍ର ୩ ଘଣ୍ଟା ପରେ ରାତି ଗୋଟାଏରେ ପୁଣି ସର୍ବ ସାଧାରଣଙ୍କୁ ଦର୍ଶନ ଦେବାକୁ ଜାଗି ଉଠିବେ ଜଗନ୍ନାଥ। ଦିଅଁଙ୍କ ନିଦ ଭାଙ୍ଗିଥିବ କି ନାହିଁ ତାହା ଅଲଗା କଥା, କିନ୍ତୁ ସେବାୟତମାନେ ତାଙ୍କୁ ଗାଧୋଇପାଧୋଇ ଦର୍ଶନାର୍ଥୀମାନଙ୍କ ପାଇଁ ସଜ କରେଇଦେବେ।

ଏଠି ପ୍ରଶ୍ନ ଉଠିପାରେ ଜଗନ୍ନାଥଙ୍କ ପ୍ରତି ନୀତିକାନ୍ତିରେ ଶାସ୍ତ୍ର, ପାଞ୍ଜି ଓ ପରମ୍ପରାର ଦ୍ୱାହି ଦେଉଥିବା ସେବାୟତମାନେ ଏଭଳି ଏକ ଅଣହିନ୍ଦୁ ବା ନିର୍ଦ୍ଦିଷ୍ଟ ଭାବେ କହିଲେ ଖୀରସ୍ତାନୀ ସାମାଜିକ ପର୍ବକୁ ହିନ୍ଦୁମାନଙ୍କର ଧାର୍ମିକ ପର୍ବରେ ପରିଣତ କରୁଛନ୍ତି କାହିଁକି? କେଉଁ ଶାସ୍ତ୍ର ଓ ପାଞ୍ଜିରୁ ସେମାନେ ଜଗନ୍ନାଥଙ୍କର ଜାନୁଆରୀ ପହିଲା ପୂଜାବିଧିର ନିର୍ଘଣ୍ଟ ସଂଗ୍ରହ କଲେ? ମାଦଳା ପାଞ୍ଜିରେ କ’ଣ ଇଂରାଜୀ ନୂଆବର୍ଷ ନୀତି ନିର୍ଘଣ୍ଟ ସଂପର୍କରେ କିଛି ବର୍ଣ୍ଣନା ଅଛି? ପୂଜାପଣ୍ଡାଙ୍କ ବାପଗୋସାପ ଅମଳରେ କ’ଣ ଏପରି ହେଉଥିଲା? ଯଦି ନୁହେଁ, ତେବେ କାହିଁକି ଏହି ଆଧୁନିକୀକରଣ? ଜଗନ୍ନାଥ ସମସ୍ତଙ୍କୁ କୋଳେଇ ନିଅନ୍ତି ବୋଲି କ’ଣ ଖୀରସ୍ତାନୀ ସାମାଜିକ ପର୍ବ ଅନୁସାରେ ବି ହିନ୍ଦୁମାନଙ୍କର ଧାର୍ମିକ ସଂସ୍କୃତି ବଦଳିଯିବ? ଯଦି ହଁ, ତେବେ ଜଗନ୍ନାଥଙ୍କୁ ସାରା ଜଗତରେ ଲୋକପ୍ରିୟ କରାଇଥିବା ଓ ତାଙ୍କର ରଥଯାତ୍ରାକୁ ବିଶ୍ୱର ବିଭିନ୍ନ ଦେଶରେ ଆୟୋଜନ କରୁଥିବା ଇସ୍କନ ଭକ୍ତମାନଙ୍କୁ କାହିଁକି ମନ୍ଦିର ପ୍ରବେଶ ନିଷିଦ୍ଧ? ସେମାନେ କ’ଣ ମଣିଷ ନୁହନ୍ତି ନା ଏ ଜଗତର ଅଧିବାସୀ ନୁହନ୍ତି?

ଯଦି କେବଳ ସେବାୟତମାନଙ୍କର ରୋଜଗାର ଓ ପ୍ରଶାସନର ଶ୍ରୀମନ୍ଦିର ହୁଣ୍ଡି ଆୟ ବୃଦ୍ଧି ଉଦ୍ଦେଶ୍ୟରେ ଇଂରାଜୀ ନୂଆବର୍ଷ ପୂଜା ନିର୍ଘଣ୍ଟ ସ୍ଥିର ହୋଇଛି ତେବେ କ’ଣ ବୁଝିବାକୁ ହେବ ଯେ ଜଗନ୍ନାଥ ହେଉଛନ୍ତି କୌଣସି ଅନ୍ତର୍ଜାତୀୟ ପ୍ରଦର୍ଶନୀର ଦର୍ଶନୀୟ ବସ୍ତୁ? ତାହାଙ୍କୁ ଦେଖେଇ ଲୋକମାନଙ୍କୁ ଆକର୍ଷଣ କରାଯାଇ ପାରେ, ସେମାନଙ୍କଠାରୁ ପାଉଣା ଓ ଦକ୍ଷିଣା ଆଦି ଆଦାୟ କରାଯାଇ ପାରେ? ହେଲା ଏବେ ମାନିଯିବା, ଜଗନ୍ନାଥ ପ୍ରଦର୍ଶନୀର ବସ୍ତୁ ନୁହନ୍ତି କି କେବଳ ହିନ୍ଦୁମାନଙ୍କର ଦେବତା ନୁହନ୍ତି, ସେ ହେଉଛନ୍ତି ସମଗ୍ର ବିଶ୍ୱର ଦେବତା, ଖୀରସ୍ତାନ ଓ ମୁସଲମାନଙ୍କର ବି। ତେବେ ଇଂରାଜୀ ନୂଆ ବର୍ଷରେ ଯେମିତି ଜଗନ୍ନାଥ ରାତି ଅନିଦ୍ରା ରହିବେ ହିଜିରାବ୍ଦର ନୂଆବର୍ଷରେ ସେପରି ହେବ କି?

ଜଗନ୍ନାଥଙ୍କ ପାଇଁ ପୁରୀ ପ୍ରସିଦ୍ଧ। ଜଗନ୍ନାଥ ଧାମ ହିନ୍ଦୁମାନଙ୍କର ପ୍ରମୁଖ ଚାରି ଧାମ ମଧ୍ୟରେ ଗୋଟିଏ। ଅନେକ ସମୟରେ ଦାବି ହୋଇଥାଏ ଯେ ଜଗନ୍ନାଥ ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ବଡ଼ଦାଣ୍ଡରେ ଆମିଷ ଦ୍ରବ୍ୟର ବିକ୍ରି ଓ ଉପଭୋଗ ନିଷିଦ୍ଧ ହେଉ। ଏ ଦାବି ଯଥାର୍ଥ। କିନ୍ତୁ ଖାସ୍‌ ନୂଆ ବର୍ଷ ପାଇଁ ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ କଟକ, ପୁରୀ ଓ ଭୁବନେଶ୍ୱର ସହରରେ ରାତି ଗୋଟାଏ ଯାଏ ମଦ ଦୋକାନସବୁ ଖୋଲା ରହିବ। କାରଣ ନୂଆବର୍ଷକୁ ମଦ୍ୟପାନ କରି ସ୍ୱାଗତ କରିବା ଇଂରେଜମାନଙ୍କର ସଂସ୍କୃତି। ଯଦି ରାତି ଗୋଟାଏରେ ମନ୍ଦିର ଖୋଲିଲେ କେହି ଭକ୍ତ ବା ନୂଆବର୍ଷ ପାଳନକାରୀ ମଦ୍ୟପାନ କରି ମନ୍ଦିରକୁ ପ୍ରବେଶ କରିବେ ତେବେ ମନ୍ଦିର ପୁଲିସ ସେମାନଙ୍କ ମୁହଁରେ ପାଇପ୍‌ ଗେଞ୍ଜି ପରୀକ୍ଷା କରିବେ କି? ମନ୍ଦିରକୁ ମଦ୍ୟପାନ କରି ପ୍ରବେଶ କରିବା ଉପରେ କିଛି କଟକଣା ଅଛି କି? ଇଂରାଜୀ ନୂଆ ବର୍ଷ ପାଳନ କରୁଥିବା ହିନ୍ଦୁମାନଙ୍କ ଉପରେ ମଦ୍ୟପାନର କିଛି କଟକଣା ଅଛି କି? ନାହିଁ ନା! ତେବେ, ଓଡ଼ିଶା ସରକାର ତାଙ୍କ ନିଷ୍ପତ୍ତି ବଳରେ ନୂଆ ବର୍ଷରେ ମଦ୍ୟପାନ କରି ଜଗନ୍ନାଥ ଦର୍ଶନକୁ ପ୍ରୋତ୍ସାହନ ଦେବା ଭଳି କଥା ହେଉନି କି? ‘ମୋ ସରକାର’ ସଚିବ ଭିକେ ପାଣ୍ଡିଆନଙ୍କ ଭାଷାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଜଗନ୍ନାଥଙ୍କର ବଡ଼ ଭକ୍ତ। ସେ ଅନ୍ତତଃ ଏ ବିଷୟରେ ବିଚାର କରିବା କଥା। ତାଙ୍କ ସରକାର କେତେ ଠିକ କରିଛନ୍ତି ଓ କେତେ ଭୁଲ୍‌?

ସମୁଦ୍ର ଓ ଜଗନ୍ନାଥ ଗୋଟିଏ ଜାଗାରେ ଅଛନ୍ତି ବୋଲି କ’ଣ ସରକାର ସାଗର-ପ୍ରେମୀ ଓ ଜଗନ୍ନାଥ ଭକ୍ତଙ୍କୁ ଗୋଟିଏ ନିକିତିରେ ତଉଲିବେ? ମଦନିଶାରେ ସମୁଦ୍ରରେ ବୁଡ଼ିଲେ ପ୍ରାଣଯିବାର ଆଶଙ୍କା। ମଦନିଶାରେ ମନ୍ଦିରରେ ପ୍ରବେଶ କଲେ ବା ମନ୍ଦିର ଭିତରେ ବାନ୍ତି କଲେ ମନ୍ଦିର ମାରା ହେବନି? ଏମିତି ଆଶଙ୍କା ନଥାଇପାରେ। କାରଣ ଜଗନ୍ନାଥଙ୍କୁ ଯେଉଁମାନେ ଭଲ ପାଆନ୍ତି ନିଜର ଆରାଧ୍ୟ ମାନନ୍ତି ସେମାନେ କଦାପି ମଦ୍ୟପାନ କରି ମନ୍ଦିର ଯିବେନାହିଁ। କିନ୍ତୁ ଆଜିକାଲିକାର ଆଧୁନିକ ସଂସ୍କୃତି ପାଳିତ ପିଲାମାନେ କେତେବେଳେ କ’ଣ କରିବେ ତାହାର କିଛି ନିଶ୍ଚିତତା ଅଛି? ସେମାନଙ୍କ ଉପରେ ସରକାର ଓ ମନ୍ଦିର ପ୍ରଶାସନର କିଛି ନିୟନ୍ତ୍ରଣ ଅଛି? ଏତେ ବାରଣ ସତ୍ତ୍ୱେ ପରା ମନ୍ଦିର ଭିତର ଫଟୋ ବାରମ୍ବାର ଭାଇରାଲ ହେଉଛି! କ’ଣ ଟିକେ ହୋଇଗଲେ ହଜାର ହଜାର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ମହାପ୍ରାସାଦ ନଷ୍ଟ କରାଯାଉଛି। ଯଦି ମଦ ସେବନ କରିଥିବା ନୂଆବର୍ଷ ପାଳନକାରୀ ଜଗନ୍ନାଥ ଭକ୍ତଙ୍କ ପାଇଁ ସେଭଳି କିଛି ଅଘଟଣ ଘଟେ ତେବେ କାହାର କ୍ଷତି ହେବ? ସେ କ୍ଷତି ଭରଣା କରିବ କିଏ?

କିମ୍ବଦନ୍ତୀ ଅନୁସାରେ ଜଗନ୍ନାଥ କାଳେ ନୀଳମାଧବ ରୂପରେ ଶବର ରାଜା ବିଶ୍ୱାବସୁଙ୍କ ଦ୍ୱାରା ପୂଜା ପାଉଥିଲେ। ସେ ତାଙ୍କୁ ଶବର ପ୍ରଥା ଓ ପରମ୍ପରା ଅନୁସାରେ ପୂଜା କରୁଥିଲେ। ହିନ୍ଦୁ ରାଜ ପ୍ରତିନିଧି ବିଦ୍ୟାପତି ତାଙ୍କୁ ଠାବ କରିବା ପରେ ଓ ରାଜାଙ୍କ ଦ୍ୱାରା ସେଠାରୁ ନୀଳ କନ୍ଦରକୁ ଆଣିବା ପରେ ଜଗନ୍ନାଥଙ୍କ ପୂଜାବିଧିରେ ଅନେକ ପରିବର୍ତ୍ତନ ଘଟିଛି। ଏବେ ଜଗନ୍ନାଥଙ୍କ ପୂଜାରେ ଶବର, ଶାକ୍ତ, ଶୈବ, ଗାଣପତ୍ୟ, ବୌଦ୍ଧ ଆଦି ଅନେକ ସଂପ୍ରଦାୟର ଅନେକ ବିଧି ଯୋଡ଼ା ହୋଇଯାଇଛି। ସେହି ନ୍ୟାୟରେ ଏବେକାର ସେବାୟତ ଓ ପ୍ରଶାସକମାନେ କ’ଣ ସେଥିରେ ଖୀରସ୍ତାନୀ ବିଧି ଯୋଡ଼ିବାକୁ ଯୋଜନା କରିଛନ୍ତି? ବିଦେଶୀ ପରିବା ବୋଲି ଯେଉଁ ମନ୍ଦିରରେ ଆଳୁ ଓ ବିଲାତି ଭୋଗ ଲାଗେ ନାହିଁ ସେହି ମନ୍ଦିରରେ ଇଂରାଜୀ ନୂଆ ବର୍ଷ ପାଇଁ ରାତି ଅଧିଆ ପୂଜା! କଥାଟା ହଜମ ହେଉନି। ଯେଉଁମାନଙ୍କୁ ହେଉଥିବ ସେମାନେ ଏଥିରେ ସମ୍ମତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story