ବିଜେପି ପାଇଁ କାହିଁକି ସହଜ ହେବନି ବିଜେପୁର ବାଜି?

ଭୁବନେଶ୍ୱର (ଦେବଦତ୍ତ ରଥ): ବିଜେପୁର ଉପ ନିର୍ବାଚନ ପାଇଁ ତିନୋଟି ଯାକ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପୂରା ମନ ପ୍ରାଣରେ ଲାଗି ପଡ଼ିଛନ୍ତି। ଏହି ନିର୍ବାଚନ ଫଳାଫଳ ତିନୋଟି ଯାକ ଦଳ ପାଇଁ ଗୁରୁତ୍ୱ ବହନ କରୁଛି। ଏମିତିରେ ଅନ୍ୟ ସ୍ଥାନରେ ଉପ ନିର୍ବାଚନ ହେବା ଏବଂ ବିଜେପୁର ଭିତରେ ବହୁ ଫରକ ରହିଛି। କୁନ୍ଦୁଲି ଆଦି ଘଟଣା ଭିତରେ ଶାସକ ବିଜେଡ଼ି ଦଳ ଏହି ଆସନଟିକୁ ଦଖଲ କରିବା ନବୀନଙ୍କ ପାଇଁ […]

Ashok

Ashok

Rakesh Mallick
  • Published: Friday, 09 February 2018
  • Updated: 09 February 2018, 04:52 PM IST

Sports

Latest News

ଭୁବନେଶ୍ୱର (ଦେବଦତ୍ତ ରଥ): ବିଜେପୁର ଉପ ନିର୍ବାଚନ ପାଇଁ ତିନୋଟି ଯାକ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପୂରା ମନ ପ୍ରାଣରେ ଲାଗି ପଡ଼ିଛନ୍ତି। ଏହି ନିର୍ବାଚନ ଫଳାଫଳ ତିନୋଟି ଯାକ ଦଳ ପାଇଁ ଗୁରୁତ୍ୱ ବହନ କରୁଛି। ଏମିତିରେ ଅନ୍ୟ ସ୍ଥାନରେ ଉପ ନିର୍ବାଚନ ହେବା ଏବଂ ବିଜେପୁର ଭିତରେ ବହୁ ଫରକ ରହିଛି। କୁନ୍ଦୁଲି ଆଦି ଘଟଣା ଭିତରେ ଶାସକ ବିଜେଡ଼ି ଦଳ ଏହି ଆସନଟିକୁ ଦଖଲ କରିବା ନବୀନଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇ ରହିଛି। ତେଣେ କଂଗ୍ରେସ ସୁପ୍ତ, ନିଷ୍କ୍ରିୟ କୁହା ଯାଉଥିଲେ ମଧ୍ୟ ଏହି ଆସନଟି ପୂର୍ବରୁ କଂଗ୍ରେସ ହାତରେ ଥିବାରୁ ତାହା କଂଗ୍ରେସ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ହୋଇ ନିଶ୍ଚିତ ରହିଛି। କିନ୍ତୁ ଏ ଭିତରେ ମୃତ ବିଧାୟକଙ୍କ ପତ୍ନୀ ରୀତା ସାହୁଙ୍କୁ ଟିକେଟ୍‌ ଦେଇ ବିଜେଡି ଏକ ଗୋଟି ଚାଳଣ କରିଛି। ଅମିତ ଶାହାଙ୍କ ମିଶନ-୧୨୦ ଯୋଜନାର ମୂଳଦୁଆ ବିଜେପି ବିଜେପୁର ଉପ-ନିର୍ବାଚନରୁ ପକାଇବାକୁ ଚାହୁଁଛି। ବିଜେଡି ମୃତ ବିଧାୟକଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରି ନବୀନଙ୍କ ଲୋକପ୍ରିୟତା ଏବଂ ସହାନୁଭୂତି ଆଧାରରେ ଭୋଟ୍ ଅକ୍ତିଆର କରିବାର ଯୋଜନା ରଖିଛି। କଂଗ୍ରେସ ବିଳମ୍ବରେ ପ୍ରାର୍ଥୀ ଚୟନ କରି ସମାଲୋଚିତ ହୋଇଥିବା ବେଳେ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରି ଏବେ ପାରମ୍ପରିକ ଭୋଟ୍‌ ଆଧାରରେ ଜିତିବାର ଆଶା ରଖି କସରତ ଆରମ୍ଭ କରି ଦେଇଛି। ସେହିପରି ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରି ନିର୍ବାଚନୀ ପ୍ରଚାର ଆରମ୍ଭ କରି ଦେଇଛି। କିନ୍ତୁ ଏ ସବୁ ଭିତରେ ବିଜେପିରେ ସବୁ କିଛି ଠିକ୍ ନଥିବା ଜଣାପଡ଼ୁଛି।

ବାହାରକୁ ବିଜେପି ଜୋରଦାର ଲଢ଼େଇ କରିବ ବୋଲି ଜଣା ପଡୁଥିଲେ ମଧ୍ୟ ଭିତରେ ଭିତରେ ବିଜେପି ଭିତରେ ଅନ୍ତର୍ଦ୍ଵନ୍ଦ୍ୱ ଥିବା ଜଣା ପଡ଼ୁଛି। ତାର ସଦ୍ୟ ନମୂନା ଏବେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ଉପେନ୍ଦ୍ର ଖେତି, କୌସ୍ତୁଭ ସାହୁ, ଶରତ ଦାସ, ବୀରସେନ ସାହୁ ଏବଂ କୈଳାସ ବେହେରା ଏହିପରି ୫ ଜଣଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବାସ୍ତବରେ କଥା ଏତିକିରେ ସମାଧାନ ହେଇନାହିଁ। ଭିତରେ ଭିତରେ ବିଶୃଙ୍ଖଳା କାରଣରୁ ହୁଏତ ଆଗକୁ ଆଉ କେହି ବହିଷ୍କୃତ ହୋଇ ପାରନ୍ତି କିମ୍ବା କେତେ ସ୍ୱୟଂ ଦଳ ଛାଡ଼ି ପାରନ୍ତି। ଦଳରେ ଦୀର୍ଘ ଦିନ ହେଲା କାର୍ଯ୍ୟ କରି ଆସୁଥିବା ପ୍ରକୃତ ସଙ୍ଗଠକ ମାନଙ୍କୁ ଅଣ ଦେଖା କରାଯାଇ ଏକ ଗୋଷ୍ଠୀବାଦ ଭିତରେ ଦାୟିତ୍ୱ ଦିଆଯାଉଛି ବୋଲି ଆଲୋଚନା ହେଉଛି। ସେଠାକାର ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ମତାମତ ନିଆ ନଯାଇ ବାହାର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁତ୍ୱ ଦିଆ ଯାଉଥିବା କୁହାଯାଉଛି। ବରିଷ୍ଠ ନେତା ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତାଙ୍କୁ କ୍ୟାନସର ହେଇଯାଇଛି ବୋଲି କୁଆଡ଼େ ମନ୍ତବ୍ୟ ଦେଇଥିବାରୁ ଦଳର ଅନେକ କାର୍ଯ୍ୟକର୍ତ୍ତାଙ୍କ ମନରେ ଘୋର ଅସନ୍ତୋଷ ରହିଛି। ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ସଧାରଣ ସମ୍ପାଦକ ରଞ୍ଜନ ପଟେଲ ଭଳି କେତେ ଜଣଙ୍କର ସେଠାରେ ଅଯଥା ହସ୍ତକ୍ଷେପ ତଥା କାର୍ଯ୍ୟକର୍ତ୍ତାଙ୍କୁ କଠୋର ବ୍ୟବହାର, ଅଣଦେଖା ଆଦି ସେମାନଙ୍କୁ ବ୍ୟଥିତ କରିଛି। ଦୀର୍ଘ ଦିନ ହେଲା ଦଳ ଭିତରେ ଥାଇ କେତେ ଜଣ ନିଜକୁ ଅସହାୟ,ଅପମାନିତ ଅନୁଭବ କରୁଛନ୍ତି। କୃଷକ ମୋର୍ଚ୍ଚା ଉପ ସଭାପତି ଗୌରହରି ମିଶ୍ର, ହଳପାଣି ମାଝି, ନାରାୟଣ ସାହୁ ଓ ଇଂ ଦେବବ୍ରତ ମିଶ୍ରଙ୍କ ଭଳି ଅନେକ ପ୍ରମୁଖ କାର୍ଯ୍ୟକର୍ତ୍ତା ଅସନ୍ତୁଷ୍ଟ ଅଛନ୍ତି।

ଦଳ ଭିତରେ ଏପରି ବିଶୃଙ୍ଖଳା ରହୁଛି ଯେ ଗତ ୨ ତାରିଖରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭୋଜନ ଖିଆପିଆ ନେଇ ବିଶୃଙ୍ଖଳା ଦେଖା ଦେଇଥିଲା। ବିଜେପୁରରେ 'କୁଳତା' ସମାଜ ଭୋଟ୍‌ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଥିଲେ ମଧ୍ୟ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କର ଏହିଭଳି ପ୍ରସ୍ତାବକୁ ଉପର ସ୍ତରରେ ବିଜେପି ନେତୃତ୍ୱ ଗୁରୁତ୍ୱ ଦେଉ ନଥିବା କୁହାଯାଉଛି। ଯେଉଁ ଭୋଟ୍‌ ବ୍ୟାଙ୍କ ଉପରେ ଏବେ କଂଗ୍ରେସ ନଜର ପକାଇ ଫାଇଦା ହାସଲ କରିବା ଯୋଜନାରେ ଅଛି ବୋଲି ଜଣା ପଡୁଛି। ସର୍ବ ମୋଟରେ କହିବାକୁ ଗଲେ ଏକ କ୍ୟାଡର ଭିତ୍ତିକ ଦଳ ଭାବରେ ପରିଚିତ ଥିବା ବିଜେପି ବିଜେପୁରରେ ଆଉ କ୍ୟାଡର ଭିତ୍ତିକ ହୋଇ ରହି ନାହିଁ। ଗୋଷ୍ଠୀବାଦ ଭିତରେ ସତେ ଯେପରି ଏହା ବ୍ୟକ୍ତି କୈନ୍ଦ୍ରିକ ହୋଇ ଯାଇଛି।

(ଏହା ସଂପୂର୍ଣ୍ଣ ଭାବେ ଲେଖକଙ୍କ ନିଜସ୍ୱ ମତାମତ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story