ଜଗନ୍ନାଥଙ୍କ ଜମି ପୁରୀଠୁଁ ୧୫ ଗୁଣ ଅଧିକ

ନୂଆଦିଲ୍ଲୀ: ଭଗବାନ ଜଗନ୍ନାଥଙ୍କ ଜମି କେତେ? ରାଜ୍ୟ ଓ ରାଜ୍ୟ ବାହାରେ କେତେ ଜମି ରହିଛି? ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଅରୁଣ ମିଶ୍ର, ଏମଆର ଶାହ ଏବଂ ଏସ ରବୀନ୍ଦ୍ର ଭଟ୍ଟ ଶୁଣାଣି କରିଛନ୍ତି। ଆମିକସ କ୍ୟୁରୀ ଆଇନଜୀବୀ ରଣଜିତ କୁମାରଙ୍କ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଜଗନ୍ନାଥଙ୍କ ନାମରେ ମୋଟ ୬୦, ୪୧୮ ଏକର ଜମି ରହିଛି। ଏହି ସବୁ ଜମି ରାଜ୍ୟ ଓ ରାଜ୍ୟ ବାହାରେ ରହିଛି। […]

Jagannath-Puri-temple-123

Jagannath-Puri-temple-123

Subhransu Sekhar
  • Published: Friday, 08 November 2019
  • Updated: 08 November 2019, 04:17 PM IST

Sports

Latest News

ନୂଆଦିଲ୍ଲୀ: ଭଗବାନ ଜଗନ୍ନାଥଙ୍କ ଜମି କେତେ? ରାଜ୍ୟ ଓ ରାଜ୍ୟ ବାହାରେ କେତେ ଜମି ରହିଛି? ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଅରୁଣ ମିଶ୍ର, ଏମଆର ଶାହ ଏବଂ ଏସ ରବୀନ୍ଦ୍ର ଭଟ୍ଟ ଶୁଣାଣି କରିଛନ୍ତି। ଆମିକସ କ୍ୟୁରୀ ଆଇନଜୀବୀ ରଣଜିତ କୁମାରଙ୍କ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି।

ଜଗନ୍ନାଥଙ୍କ ନାମରେ ମୋଟ ୬୦, ୪୧୮ ଏକର ଜମି ରହିଛି। ଏହି ସବୁ ଜମି ରାଜ୍ୟ ଓ ରାଜ୍ୟ ବାହାରେ ରହିଛି। ଠାକୁରଙ୍କ ନାମରେ ଥିବା ସମ୍ପତ୍ତି ପୁରୀ ସହରର ୧୫ ଗୁଣ ଅଧିକ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପୁରୀ ସହରର କ୍ଷେତ୍ରଫଳ ୧୬.୩୩ ବର୍ଗ କିଲୋମିଟର ହୋଇଥିବାବେଳେ ଜଗନ୍ନାଥଙ୍କ ଜମି ପରିମାଣ ହେଉଛି ୬୦,୪୧୮ ଏକର ବା ୨୪୪.୫ ବର୍ଗ କିଲୋମିଟର। ଏହି ଜମିରୁ ମନ୍ଦିର ପ୍ରଶାସନ ଏଯାଏଁ ୩୪,୨୦୧ ଏକର ଜମିର ପଟ୍ଟା ହାସଲ କରିଛନ୍ତି। ଜଗନ୍ନାଥଙ୍କ ଜମି ମଧ୍ୟରେ ଅନେକ କୋଇଲା ଖଣି ମଧ୍ୟ ରହିଛି। ହେଲେ ଯେଉଁମାନେ ଠାକୁରଙ୍କ ଜମିରେ କୋଇଲା ଖଣି ପାଇଁ ଲାଇସେନ୍ସ ନେଇଛନ୍ତି, ସେମାନେ ମନ୍ଦିରକୁ କର ଦେଉନଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି।

ଆଗାମୀ ୬ ମାସ ମଧ୍ୟରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଜଗନ୍ନାଥଙ୍କ ଜମି କିଭଳି ବ୍ୟବହାର ହେଉଛି ଏବଂ କିଭଳି ସେହି ଜମିରୁ ରୋଜଗାର ହେଉଛି ସେ ବାବଦରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos