ଭଦ୍ରକ: ୭ ଦଫା ଦାବି ନେଇ ଭଦ୍ରକ ଜିଲ୍ଲା ଭଟ୍ଟତିରା ରେଳ ଷ୍ଟେସନଠାରେ ସର୍ବହରା ଚାଷୀ କମିଟି ପକ୍ଷରୁ ଆଜି କରାଯାଇଥିଲା ରେଳ ରୋକ। ଦାବି ପୂରଣ ନ ହେବାଯାଏ ଆନ୍ଦୋଳନ ଚାଲିବ ବୋଲି କମିଟିର ପକ୍ଷରୁ କୁହାଯାଇଥିଲା । ଅପରାହ୍ନରେ ଭଦ୍ରକ ଜିଲ୍ଳାପାଳ ଲକ୍ଷ୍ମୀ ନାରାୟଣ ମିଶ୍ର ଆନ୍ଦୋଳନକାରୀ ଚାଷୀ ମାନଙ୍କୁ ଭେଟି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ତା ସହିତ ଆସନ୍ତା ମେ ୨୧ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କ ଦାବି ନେଇ ଏକ ବୈଠକ କରାଯିବ ବୋଲି କହିଥିଲେ। ଏହାପରେ ସର୍ବହରା ଚାଷୀ କମିଟି ଆନ୍ଦୋଳନ ପ୍ରତ୍ୟାହାର କରିଥିଲ।
କମିଟିର ଦାବି ଗୁଡିକ ମଧ୍ୟରେ ରହିଛି ୫ଟି ମୌଜାର ଜମିକୁ ପୁନଃ ମୂଲ୍ୟୟନ କରିବା, ଜମି ହରାଇଥିବା ପରିବାରଙ୍କୁ ନିଯୁକ୍ତି ଦେବା, ଭଟ୍ଟତିରାଠାରେ ରେଳଡବା ସଫେଇ କାର୍ଯ୍ୟ ଆରମ୍ଭ କରିବା, ପୂର୍ବ ପ୍ରତିଶୃତିକୁ ପାଳନ କରିବା, ଗୋଚର ଓ ଶଶ୍ମାନ ଜମି ଯୋଗାଇବା ଏବଂ ବନ୍ଦରକୁ ଜମି ଏବଂ ବନ୍ଦରକୁ ଜମି ଦେଇଥିବା ପରିବାରକୁ ଆଉ ଜମି ଅଧିଗ୍ରହଣ ନ କରିବା ଓ ଏହି ଅଞ୍ଚଳରରୁ ନିଆଯାଇଥିବା ଜମିକୁ ଫେରସ୍ତ କରିବା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Special
ଚିନ୍ତାରେ ଚିନ୍ତାମଣିପୁର ଗ୍ରାମବାସୀ
୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ରାଜ୍ୟରେ ସରକାର କରିଥିଲା। କିନ୍ତୁ ତା’ ମଧ୍ୟରେ କଟକ ଜିଲ୍ଲାରେ ଥିବା ଚିନ୍ତାମଣିପୁର ଗାଁ ଲୋକଙ୍କ ସମସ୍ୟା ଦୂର ହୋଇପାରିଲା ନାହିଁ।

Guest Column
ଏକ ରାଜନୈତିକ ବିପର୍ଯ୍ୟୟ ଓ ଉତ୍ତୀର୍ଣ୍ଣ ହେବାର ସଂକଳ୍ପ
କେବଳ ଗୋଟିଏ ବିକଳ୍ପ ଭାବେ ଅନ୍ୟ ଏକ ରାଜନୈତିକ ଦଳ ମୁଣ୍ଡ ଟେକି ଉଠିଲେ ହୁଏତ ବିଜେଡିର ବିଦ୍ରୋହୀମାନେ ସେଥିରେ ସାମିଲ ହୋଇ ଆଗକୁ ପାଦ ବଢ଼ାଇବାର ବିଚାର କରିପାରନ୍ତେ।

Politics
ବିଜେଡି କାହାର: ପାଣ୍ଡିଆନ-ବବିଙ୍କ ପାଖରେ ଦଳୀୟ ପାଣ୍ଠି , ଆକ୍ସନ ନେବାକୁ ନବୀନ ଅକ୍ଷମ
ବିଜେଡି ଏବେ କାହାର ଓ କାହା ନିୟନ୍ତ୍ରଣରେ ଅଛି? ନବୀନ ପଟ୍ଟନାୟକଙ୍କ ବର୍ତ୍ତମାନର ଆଭିମୁଖ୍ୟ ଓ ଅସହାୟତାକୁ ଦେଖିବା ପରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ ।

Politics
ବିଚରା ନବୀନ, ଅସହାୟତା ଜଳଜଳ: ପାଣ୍ଡିଆନଙ୍କ ପାଇଁ ମାମଲାତି କଲେ ୪ ସାଂସଦ, ଅସ୍ଥିରତା ପଛରେ ବବି
ନବୀନ ନିବାସରେ ସୋମବାର ‘ପାଣ୍ଡିଆନ ଗୋ-ବ୍ୟାକ୍’ ନାରା ଦେବା ପରେ ଚିହିଁକି ଉଠିଛନ୍ତି ଦଳର ୪ଜଣ ରାଜ୍ୟସଭା ସାଂସଦ।

Guest Column
ବିଶ୍ୱବିଦ୍ୟାଳୟ ସ୍ୱାୟତ୍ତତାରେ ରହିଛି ଉତ୍କର୍ଷ ସମ୍ଭାବନା
୨୦୨୫-୨୬ ବଜେଟ ଅଧିବେଶନର ୨୫ଶ ଦିବସରେ ଦୀର୍ଘ ସାଢେ ୧୨ ଘଣ୍ଟାର ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ ୨୦୨୪ ପାରିତ ହେବା ଯୁଗାନ୍ତକାରୀ। ପ୍ରାୟ ଦୁଇ ଦଶନ୍ଧି ପରେ ରାତି ତମାମ ସରଗରମ ଆଲୋଚନା କରାଗଲା। ଅପରାହ୍ନ ୪ରୁ ଭୋର ୪ଟା ୨୯ ପର୍ଯ୍ୟନ୍ତ ଜୋରଦାର ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ ୨୦୨୪ ପାରିତ ହେବା ଏକ ଭଲ ପଦକ୍ଷେପ।