ଛୁଟି ବାତିଲ କଲେ ଡିଜିପି

ଭୁବନେଶ୍ୱର: ଡିଜିପି ସଞ୍ଜିବ ମାରିକ ଛୁଟି ବାତିଲ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବରୁ ଡିଜିପି ଛୁଟି ପାଇଁ ଆବେଦନ କରିଥିଲେ । ଯାହାକୁ ପରବର୍ତ୍ତି ସମୟରେ ସେ ବାତିଲ କରିଦେଇଥିଲେ । ବ୍ୟକ୍ତିଗତ ପାରିବାରିକ କାମ ପାଇଁ ଛୁଟି ଆବେଦନ କରିଥିଲି । ଏଠାରେ ବହୁତ କାମ ଥିବାରୁ ଛୁଟି ବାତିଲ କରିଦେଲି ବୋଲି ଡିଜିପି ମାରିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଡିଜିପି ଛୁଟି ଆବେଦନ କରିବା ପରେ ଏହାକୁ […]

Sanjib-Marik

Sanjib-Marik

Rakesh Mallick
  • Published: Monday, 08 June 2015
  • Updated: 08 June 2015, 09:57 AM IST

ଭୁବନେଶ୍ୱର: ଡିଜିପି ସଞ୍ଜିବ ମାରିକ ଛୁଟି ବାତିଲ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବରୁ ଡିଜିପି ଛୁଟି ପାଇଁ ଆବେଦନ କରିଥିଲେ । ଯାହାକୁ ପରବର୍ତ୍ତି ସମୟରେ ସେ ବାତିଲ କରିଦେଇଥିଲେ । ବ୍ୟକ୍ତିଗତ ପାରିବାରିକ କାମ ପାଇଁ ଛୁଟି ଆବେଦନ କରିଥିଲି । ଏଠାରେ ବହୁତ କାମ ଥିବାରୁ ଛୁଟି ବାତିଲ କରିଦେଲି ବୋଲି ଡିଜିପି ମାରିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଡିଜିପି ଛୁଟି ଆବେଦନ କରିବା ପରେ ଏହାକୁ ନେଇ ଚର୍ଚ୍ଚ ଜୋର ଧରିଥିଲା । ଯଦି ଡିଜିପି ଛୁଟିରେ ରହିବେ ତାଙ୍କ ଦାୟିତ୍ୱ କିଏ ତୁଲାଇବେ ତାହାକୁ ନେଇ ଆଲୋଚନା ହେଉଥିଲା । ତେବେ ଡିଜିପି ଛୁଟିରେ ରହିଲେ ତାଙ୍କ ଦାୟିତ୍ୱରେ କିଏ କାର୍ଯ୍ୟ କରିବ ସେଥିପାଇଁ ଆଇନ ରହିଛି । ମୁଖ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀ ଏହି ଦାୟିତ୍ୱରେ ରହିଥାନ୍ତି । ଏହି କ୍ରମରେ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ବିଜୟ ଶର୍ମା ଦାୟିତ୍ୱ ତୁଲାଇଥାନ୍ତି । ଗତମାସ ଡିଜିପି ଆଇନ ପରୀକ୍ଷା ଦେବାକୁ ଯାଇଥିବାବେଳେ ବିଜୟ ଶର୍ମା ଦାୟିତ୍ୱ ତୁଲାଇ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos