କୋଇଲି ବୈକୁଣ୍ଠରେ ଶ୍ରୀ ସୁଦର୍ଶନଙ୍କ ଦାରୁ

  ପୁରୀ: ଚାରି ଦିନର ଯାତ୍ରା ପରେ ଆଜି ସକାଳେ ଶ୍ରୀ ମନ୍ଦିରର କୋଇଲି ବୈକୁଣ୍ଠରେ ପହଞ୍ଚିଛନ୍ତି ସୁଦର୍ଶନଙ୍କ ଦାରୁ। ଶ୍ରୀ ମନ୍ଦିରର ଉତ୍ତର ଦ୍ୱାର ଦେଇ ପ୍ରବେଶ କରିଥିଲେ ସୁଦର୍ଶନଙ୍କ ଦାରୁକୁ ବୋହି ଆଣିଥିବା ଶଗଡ଼ି। ଚଳିତ ନବକଳେବରରେ କୋଇଲି ବୈକୁଣ୍ଠରେ ପହଞ୍ଚିବାରେ ଶ୍ରୀ ସୁଦର୍ଶନଙ୍କ ଦାରୁ ହେଉଛନ୍ତି ପ୍ରଥମ। ଗଡ଼କଣ୍ଟୁଣିଆରୁ ତିନି ଦିନର ଯାତ୍ରା ପରେ ଗତକାଲି ସଂଧ୍ୟାରେ ପୁରୀରେ ପହଞ୍ଚିଥିଲେ ସୁଦର୍ଶନଙ୍କ ଦାରୁ। ଚଳିତ ନବକଳେବରର ପ୍ରଥମ ଦାରୁ ଭାବେ ସୁଦର୍ଶନଙ୍କ ଦାରୁ […]

sudarshana daru

sudarshana daru

Rakesh Mallick
  • Published: Friday, 24 April 2015
  • Updated: 24 April 2015, 06:03 AM IST

 

ପୁରୀ: ଚାରି ଦିନର ଯାତ୍ରା ପରେ ଆଜି ସକାଳେ ଶ୍ରୀ ମନ୍ଦିରର କୋଇଲି ବୈକୁଣ୍ଠରେ ପହଞ୍ଚିଛନ୍ତି ସୁଦର୍ଶନଙ୍କ ଦାରୁ। ଶ୍ରୀ ମନ୍ଦିରର ଉତ୍ତର ଦ୍ୱାର ଦେଇ ପ୍ରବେଶ କରିଥିଲେ ସୁଦର୍ଶନଙ୍କ ଦାରୁକୁ ବୋହି ଆଣିଥିବା ଶଗଡ଼ି। ଚଳିତ ନବକଳେବରରେ କୋଇଲି ବୈକୁଣ୍ଠରେ ପହଞ୍ଚିବାରେ ଶ୍ରୀ ସୁଦର୍ଶନଙ୍କ ଦାରୁ ହେଉଛନ୍ତି ପ୍ରଥମ।

ଗଡ଼କଣ୍ଟୁଣିଆରୁ ତିନି ଦିନର ଯାତ୍ରା ପରେ ଗତକାଲି ସଂଧ୍ୟାରେ ପୁରୀରେ ପହଞ୍ଚିଥିଲେ ସୁଦର୍ଶନଙ୍କ ଦାରୁ। ଚଳିତ ନବକଳେବରର ପ୍ରଥମ ଦାରୁ ଭାବେ ସୁଦର୍ଶନଙ୍କ ଦାରୁ ପୁରୀରେ ପହଞ୍ଚିବା ପରେ ଏହାକୁ ଦିଆଯାଇଥିଲା ଭବ୍ୟ ସ୍ୱାଗତ।

ମାର୍ଚ୍ଚ ୨୯ ତାରିଖରେ ଶ୍ରୀମନ୍ଦିରରୁ ଆରମ୍ଭ ହୋଇଥିଲା ବନଯାଗ ଯାତ୍ରା। ଏପ୍ରିଲ ୧୨ ତାରିଖରେ ଚଳିତ ନବକଳେବରର ପ୍ରଥମ ଦାରୁ ଭାବେ ସୁଦର୍ଶନଙ୍କ ଦାରୁ ଘୋଷଣା କରିଥିଲା ଶ୍ରୀ ମନ୍ଦିର ପ୍ରଶାସନ। ଏପ୍ରିଲ ୧୫ ତାରିଖରେ ସୁଦର୍ଶନ ଦାରୁଙ୍କ ମହାସ୍ନାନ ପରେ ବନଯୋଗ ପାଇଁ କରାଯାଇଥିଲା ଅଙ୍କୁରାରୋପଣ। ୧୬ ତାରିଖରୁ ଆରମ୍ଭ ହୋଇଥିଲା ଯଜ୍ଞ। ଦୁଇ ଦିନ ଧରି ଏହି ଯଜ୍ଞ ଚାଲିବା ପରେ ୧୭ ତାରିଖରେ ପୂର୍ଣ୍ଣାହୂତି ପଡ଼ିଥିଲା। ଏହା ପରେ ଦାରୁଙ୍କ ଛେଦନ ଆରମ୍ଭ ହୋଇଥିଲା। ଦାରୁ ଛେଦନ ପରେ ୧୮ ତାରିଖରେ ଦାରୁ ଚଉପଟି ଓ ଶଗଡ଼ି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦ ତାରିଖରେ ପ୍ରସ୍ତୁତ ହୋଇଯାଇଥିଲା ଦାରୁ ଚଉପଟ ଓ ଶଗଡ଼ି। ଏପ୍ରିଲ ୨୧ ତାରିଖରେ ଶ୍ରୀ ସୁଦର୍ଶନଙ୍କ ଦାରୁ ଗଡ଼କଣ୍ଟୁଣିଆ ଛାଡ଼ି ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ସେହିଦିନ ରାତିରେ ପିପିଲି ହନୁମାନ ବାଟିକାରେ ଦାରୁ ରହିଥିଲେ। ୨୨ ତାରିଖରେ ମଧୁବନ କଲ୍ୟାଣ ମଣ୍ଡପରେ ସାମାନ୍ୟ ରହଣି ପରେ ପରେ ସଂଧ୍ୟାରେ ବୀରଗୋବିନ୍ଦପୁରରରେ ପହଞ୍ଚିଥିଲେ। ଗତକାଲି ସକାଳେ ଶଗଡ଼ି ବୀରଗୋବିନ୍ଦପୁରରୁ ହରେକୃଷ୍ଣପୁର ଯାଇଥିଲେ। ସଂଧ୍ୟାରେ ପୁରର ଆଲମଚଣ୍ଡୀ ମନ୍ଦିରରେ ପହଞ୍ଚି ଥିଲେ। ଗଡ଼କଣ୍ଟୁଣିଆରୁ ତିନି ଦିନ ଧରି ୫୨ କିଲୋମିଟର ବାଟ ଅତିକ୍ରମ କରିବା ପରେ ପୁରୀରେ ପହଞ୍ଚିଥିଲେ ସୁଦର୍ଶନଙ୍କ ଦାରୁ। ବାଟସାରା ସୁଦର୍ଶନଙ୍କ ଦାରୁକୁ ଦିଆଯାଇଥିଲା ଭବ୍ୟ ସ୍ୱାଗତ।

ଆଜି ସକାଳେ ଆଲମଚଣ୍ଡୀ ମନ୍ଦିରରୁ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ଶ୍ରୀ ସୁଦର୍ଶନଙ୍କ ଦାରୁ। ବଡ଼ଦାଣ୍ଡ ଦେଇ ଶ୍ରୀ ମନ୍ଦିରର ଉତ୍ତର ଦ୍ୱାରକୁ ଶଗଡ଼ିକୁ ନିଆଯାଇଥିଲା। ଏଥିପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତସମାଗମ ହୋଇଥିଲା। ଭକ୍ତମାନେ ଆନନ୍ଦ ସହକାରେ ଶ୍ରୀ ସୁଦର୍ଶନଙ୍କ ଦାରୁ ଶଗଡ଼ିକୁ ଟାଣି ଟାଣି ମନ୍ଦିର ନିକଟକୁ ନେଇ ଯାଇଥିଲେ। ଘଣ୍ଟ ଘଣ୍ଟା ଧ୍ୱାନୀ ସହ ହରିବୋଲ ଓ ଜୟ ଜଗନ୍ନାଥ ଶବ୍ଦରେ ପୂରା ପରିବେଶ ପ୍ରକମ୍ପିତ ହୋଇଯାଇଥିଲା। ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଉତ୍ତର ଦ୍ୱାର ଦେଇ କୋଇଲି ବୈକୁଣ୍ଠରେ ପହଞ୍ଚିଥିଲେ ସୁଦର୍ଶନଙ୍କ ଦାରୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos