କଙ୍ଗାରୁ କୋର୍ଟରେ ଦୁଇ ଯୁବକଙ୍କୁ ଇଲେକ୍‌ଟ୍ରିକ୍‌ ସକ୍

<p>ବ୍ରହ୍ମପୁର: ସଭ୍ୟ ସମାଜରେ ପୁଣି ବସିଲା କଙ୍ଗାରୁ କୋର୍ଟ। ଏଥର ଏହି ଅଭିଯୋଗ ଆସିଛି &nbsp;ଗଞ୍ଜାମ ଜିଲ୍ଲାରୁ। ଏଠାକାର ଆର୍ଜିପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ବଡ଼ ଆର୍ଜିପଲ୍ଲୀରୁ ଆସିଛି ଏହି ଅଭିଯୋଗ। &nbsp;ଜଣେ ମହିଳାଙ୍କ ବ୍ୟାଗ୍&zwnj;ରୁ&nbsp; ସାଢ଼େ ୫ହଜାର ଟଙ୍କା ଚୋରାଇ ଜୁଆ ଖେଳିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ବାନ୍ଧି ଇଲେକ୍&zwnj;ଟ୍ରିକ୍&zwnj; ସକ୍ ଦିଆଯିବା ନେଇ ଅଭିଯୋଗ ହୋଇଥିବା ବେଳେ ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି।</p> <p>ଅଭିଯୋଗ ଅନୁସାରେ, ଆର୍ଜିପଲ୍ଲୀର କାଳିଆ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କ ବ୍ୟାଗ୍&zwnj;ରୁ ଟଙ୍କା ଚୋରି ହୋଇଥିଲା। ଏହି ଅଭିଯୋଗରେ ସେ ନିଜ ସାଥୀଙ୍କ ସହ ମିଶି ନିଜର ଜଣେ ସମ୍ପର୍କୀୟ ଓ ତାଙ୍କ ବନ୍ଧୁଙ୍କୁ ଏକ ମଠ ପରିସରରେ ହାତ ବାନ୍ଧି ବସାଇଥିଲେ। ତା&rsquo;ପରେ ସେଠାରେ ସେ ଦୁହିଁଙ୍କୁ ଇଲେକ୍&zwnj;ଟ୍ରିକ୍&zwnj; ସକ୍&zwnj; ଦିଆଯାଇଥିଲା। ଏସମ୍ପର୍କରେ ଜଣା ପଡ଼ିବା ପରେ ପୋଲିସ ୨ଜଣ ପୀଡ଼ିତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।&nbsp; ସକ୍ ଦେଇଥିବା ଅଭିଯୁକ୍ତମାନେ ଫେରାର୍ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।</p>

Ordigital Desk
  • Published: Thursday, 12 October 2017
  • Updated: 12 October 2017, 09:01 AM IST

Sports

Latest News

<p>ବ୍ରହ୍ମପୁର: ସଭ୍ୟ ସମାଜରେ ପୁଣି ବସିଲା କଙ୍ଗାରୁ କୋର୍ଟ। ଏଥର ଏହି ଅଭିଯୋଗ ଆସିଛି &nbsp;ଗଞ୍ଜାମ ଜିଲ୍ଲାରୁ। ଏଠାକାର ଆର୍ଜିପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ବଡ଼ ଆର୍ଜିପଲ୍ଲୀରୁ ଆସିଛି ଏହି ଅଭିଯୋଗ। &nbsp;ଜଣେ ମହିଳାଙ୍କ ବ୍ୟାଗ୍&zwnj;ରୁ&nbsp; ସାଢ଼େ ୫ହଜାର ଟଙ୍କା ଚୋରାଇ ଜୁଆ ଖେଳିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ବାନ୍ଧି ଇଲେକ୍&zwnj;ଟ୍ରିକ୍&zwnj; ସକ୍ ଦିଆଯିବା ନେଇ ଅଭିଯୋଗ ହୋଇଥିବା ବେଳେ ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି।</p><p>ଅଭିଯୋଗ ଅନୁସାରେ, ଆର୍ଜିପଲ୍ଲୀର କାଳିଆ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କ ବ୍ୟାଗ୍&zwnj;ରୁ ଟଙ୍କା ଚୋରି ହୋଇଥିଲା। ଏହି ଅଭିଯୋଗରେ ସେ ନିଜ ସାଥୀଙ୍କ ସହ ମିଶି ନିଜର ଜଣେ ସମ୍ପର୍କୀୟ ଓ ତାଙ୍କ ବନ୍ଧୁଙ୍କୁ ଏକ ମଠ ପରିସରରେ ହାତ ବାନ୍ଧି ବସାଇଥିଲେ। ତା&rsquo;ପରେ ସେଠାରେ ସେ ଦୁହିଁଙ୍କୁ ଇଲେକ୍&zwnj;ଟ୍ରିକ୍&zwnj; ସକ୍&zwnj; ଦିଆଯାଇଥିଲା। ଏସମ୍ପର୍କରେ ଜଣା ପଡ଼ିବା ପରେ ପୋଲିସ ୨ଜଣ ପୀଡ଼ିତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।&nbsp; ସକ୍ ଦେଇଥିବା ଅଭିଯୁକ୍ତମାନେ ଫେରାର୍ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos