କଟକ(ଓଡ଼ିଶା ରିପୋର୍ଟର): ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ହାଇକୋର୍ଟରେ ଆଜିର ଶୁଣାଣି ଶେଷ ହୋଇଛି । ଆସନ୍ତା ନଭେମ୍ବର ୪ରେ ହେବ ପରବର୍ତ୍ତୀ ଶୁଣାଣି । ଅଦାଲତ ଅବମାନନା ପ୍ରସଙ୍ଗରେ ୧୪ ଜଣିଆ ବିଚାରପତିଙ୍କୁ ନେଇ ହାଇକୋର୍ଟ ଫୁଲ୍ ବେଞ୍ଚରେ ହୋଇଥିଲା ଶୁଣାଣି। ଶୁଣାଣି ସମୟରେ ହାଜର ହୋଇ ପକ୍ଷ ରଖିବାକୁ ଅଧିକ ୪ ସପ୍ତାହର ସମୟ ମାଗିଥିଲେ ହାଇକୋର୍ଟ ବାର୍ ସମେତ ଅନ୍ୟ ପ୍ରତିପକ୍ଷ ।
ହାଇକୋର୍ଟ ବାର ସାଧାରଣ ପରିଷଦରେ ଆଜି ବସିବ ରାଜ୍ୟର ବିଭିନ୍ନ ବାର ଆସୋସିଏସନର ବୈଠକ। ଏଥିରେ ବାର ଆସୋସିଏସନର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ। ମାସ ମାସ ଧରି ଲାଗିରହିଥିବା ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ବିଚାର ପ୍ରକ୍ରିୟାରେ ସମସ୍ୟା ଉପୁଜୁଥିବାରୁ ଏଥିରେ ହସ୍ତକ୍ଷେପ କରିଥିଲେ ହାଇକୋର୍ଟ । ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଗତ ୧୫ ତାରିଖରେ ଶୁଣାଣି କରିଥିଲେ ହାଇକୋର୍ଟର ଫୁଲ୍ ବେଞ୍ଚ। ଏ ନେଇ ବିଭିନ୍ନ ବାର୍ ଆସୋସିଏସନ୍କୁ ନୋଟିସ୍ ଦେଇଥିଲେ। ହାଇକୋର୍ଟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଆାଇନ ସଚିବଙ୍କୁ ମଧ୍ୟ ନୋଟିସ ଜାରି ହୋଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Guest Column
ସତ ସ୍ୱୀକାର କରୁନାହାନ୍ତି ନବୀନ ପଟ୍ଟନାୟକ
ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟଗତ କାରଣରୁ ନବୀନ ନିର୍ବାଚନରେ ପ୍ରଚାର ନକରି ତାଙ୍କର ଏକମାତ୍ର ବିଶ୍ୱସ୍ତ ସରକାରୀ ଚାକିରୀ ଛାଡ଼ି ବିଜେଡିକୁ ଆସିଥିବା ଜଣେ ଅଣଓଡ଼ିଆ ଅଫିସର ଉପରେ ପ୍ରଚାରର ସମସ୍ତ ଦାୟିତ୍ୱ ଦେଇଥିବା ଲୋକମାନଙ୍କର ପୂରା ବିଶ୍ୱାସ ହୋଇଗଲା। ଏହି ଅଣଓଡ଼ିଆ ସରକାରୀ ଅଫିସର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ୫ ବର୍ଷ କାଳ ଯାହାସବୁ କରିଥିଲେ, ସେଥିରେ ଲୋକମାନଙ୍କର ବିଶ୍ୱାସ ହୋଇଗଲା ଯେ, ଯଦି ଏଥର ନବୀନଙ୍କୁ ପୁଣିଥରେ କ୍ଷମତା ପ୍ରଦାନ କରାଯାଏ, ତେବେ ବାସ୍ତବରେ ଏହି ଅଣଓଡ଼ିଆ ଅଫିସର ଜଣକ ରାଜ୍ୟର ପ୍ରକୃତ ମୁଖ୍ୟମନ୍ତ୍ରୀ ହୋଇଯିବେ।
Entertainment
ଜାନୁଆରୀ ୨ରୁ ତରଙ୍ଗ ପ୍ଲସ୍ରେ ନୂଆ ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ’ର ଷ୍ଟ୍ରିମିଂ
ୱେବ୍ ସିରିଜ୍ ’ଚିଟ୍ ଫଣ୍ଡ’ର କାହାଣୀ ରଞ୍ଜନ ଶତପଥୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମୟଙ୍କ ଶତପଥୀ ଚିତ୍ରନାଟ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।
Events & Festivals
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଖୁବ୍ ଶୀଘ୍ର ହେବ ପରୀକ୍ଷାମୂଳକ ବ୍ୟବସ୍ଥା
ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା। ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୨୮ କିମ୍ବା ୨୯ ତାରିଖରେ ପରୀକ୍ଷାମୂଳକ ବ୍ୟବସ୍ଥା କରାଯିବ ।
Crime
ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ
ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି।
Crime
ବିବାହିତ ହୋଇ ବି ପାଲଟିଥିଲେ ପ୍ରେମ ପକ୍ଷୀ; ଦେଖାଦେଲା ଝଡ଼, ମିଳିଲା ଝୁଲନ୍ତା ମୃତଦେହ
ଘର ସଂସାର ଥାଇ ବି ଅନ୍ୟ ପ୍ରେମରେ ହେଉଥିଲେ ମତୁଆଲା। ମାତ୍ର ଦୁନିଆ ଏହି କଳଙ୍କିତ ପ୍ରେମକୁ ଗ୍ରହଣ କରି ନ ଥିଲା। ଫଳରେ ଉଭୟ ଫେରାର ହୋଇ ଯାଇଥିଲେ। ଆଉ ଫେରାର ହେବାର ପ୍ରାୟ ସପ୍ତାହେ ପରେ ମିଳିଛି ଉଭୟଙ୍କ ଝୁଲନ୍ତା ମୃତଦେହ।