ମାଇକ୍ରୋ ଫାଇନାନସ୍ ଅର୍ଥ ଫେରସ୍ତ ଦାବିରେ ସିବିଆଇ ଅଫିସରେ ଜମାକାରୀଙ୍କ ମେଳି

ଭୁବନେଶ୍ୱର: ମାଇକ୍ରୋ ଫାଇନାନ୍ସ ଲିମିଟେଡ୍ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ଗତକାଲି ଗଂଜାମ, ଖୋର୍ଦ୍ଧା, ଗଜପତି, କେନ୍ଦ୍ରାପଡା, ନବରଙ୍ଗପୁର ଓ ଜଗତସିଂହପୁର ଜିଲ୍ଲାର ଜମାକାରୀ ଓ ଏଜେଣ୍ଟ ସିବିଆଇ ଏସଆଇଟି ଅଫିସରେ ରୁଣ୍ଡ ହେବା ସହ ଦାବି ରଖିଛନ୍ତି। ଆସନ୍ତା ୭ ତାରିଖ ଭିତରେ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ତୁରନ୍ତ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ନ କଲେ ସଂସ୍ଥାର ସମସ୍ତ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଜମାକାରୀଙ୍କୁ ଟଙ୍କା ଫେରାଇ ଦିଆଯିବ […]

micro

micro

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 02:47 AM IST

Sports

Latest News

ଭୁବନେଶ୍ୱର: ମାଇକ୍ରୋ ଫାଇନାନ୍ସ ଲିମିଟେଡ୍ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ଗତକାଲି ଗଂଜାମ, ଖୋର୍ଦ୍ଧା, ଗଜପତି, କେନ୍ଦ୍ରାପଡା, ନବରଙ୍ଗପୁର ଓ ଜଗତସିଂହପୁର ଜିଲ୍ଲାର ଜମାକାରୀ ଓ ଏଜେଣ୍ଟ ସିବିଆଇ ଏସଆଇଟି ଅଫିସରେ ରୁଣ୍ଡ ହେବା ସହ ଦାବି ରଖିଛନ୍ତି। ଆସନ୍ତା ୭ ତାରିଖ ଭିତରେ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ତୁରନ୍ତ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ନ କଲେ ସଂସ୍ଥାର ସମସ୍ତ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଜମାକାରୀଙ୍କୁ ଟଙ୍କା ଫେରାଇ ଦିଆଯିବ ବୋଲି ପୂର୍ବରୁ ସଂସ୍ଥା ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବା ନେଇ ସଂସ୍ଥା ବାରମ୍ୱାର ଦିନ ଗଡାଇ ଚାଲିଛି। ଏହା ସହିତ ସଂସ୍ଥାର ବିଭିନ୍ନ ଶାଖାର ପରିଚାଳକ, ଏରିଆ ମ୍ୟାନେଜର ଓ ୟୁନିଟ ମ୍ୟାନେଜରଙ୍କୁ ଗିରଫ କରିବା ସମସ୍ତ ଶାଖା କାର୍ଯ୍ୟାଳୟ ଉପରେ ଚଢଉ କରିବା ଓ ସମ୍ପତ୍ତି ଜବତ କରିବା ପାଇଁ ମଧ୍ୟ ଜମାକାରୀ ଦାବି କରିଛନ୍ତି। ମାଇକ୍ରୋଫ।ଇନାନ୍ସ ବିଭିନ୍ନ ସ୍କିମରେ ଜମାକାରୀଙ୍କଠାରୁ ପ୍ରାୟ ୧୨ ଶହ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସିବିଆଇ ସଂସ୍ଥାର ମୁଖ୍ୟ ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos