ନେଇ ଗଲେ ୧ଲକ୍ଷ ୬୦ହଜାର ଟଙ୍କା

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପ୍ରହରରେ ବ୍ୟବସାୟୀଙ୍କଠାରୁ ୧ଲକ୍ଷ ୬୦ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି।  ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଅମଲାପଡ଼ା ଅଞ୍ଚଳରେ।  ଆଜି  ସକାଳ ପ୍ରାୟ ୧୧ଟା ୩୦ରେ ଅମଲାପଡ଼ା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ରାଜକିଶୋର ପଡ଼ାର ଯୋଗେନ୍ଦ୍ର ବେହେରା ନାମକ ଜଣେ ବ୍ୟବସାୟୀ  ଟଙ୍କା ଉଠାଇ ବାଇକରେ ଫେରୁଥିବା ବେଳେ ଦୁଇଟି ବାଇକରେ ୪ଜଣ ଦୁର୍ବୁତ୍ତ ଅସି ତାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟି ନେଇଛନ୍ତି। ବ୍ୟବସାୟୀ ଜଣକ ଏ ନେଇ ଅନୁଗୋଳ ଥାନାର ଅଭିଯୋଗ କରିବା ପରେ ପୋଲିସ ଦୁର୍ବୁତ୍ତମାନଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି ।