ସପ୍ତାହକ ସୁଦ୍ଧା ୬ ଜିଲ୍ଲାର କୋଭିଡ୍ ହସ୍ପିଟାଲରେ ଅଧିକ ବେଡ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାରେ ଥିବା କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର କୋଭିଡ୍ ନିୟନ୍ତ୍ରଣ ଓ ଅର୍ଥନୀତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିବାବେଳେ ୬ ଜିଲ୍ଲାର କୋଭିଡ୍ ହସ୍ପିଟାଲର ବେଡ୍ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ସପ୍ତାହକ ମଧ୍ରରେ ଗଞ୍ଜାମ, […]

corona

corona

Manoranjan Sial
  • Published: Tuesday, 12 May 2020
  • Updated: 12 May 2020, 09:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାରେ ଥିବା କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର କୋଭିଡ୍ ନିୟନ୍ତ୍ରଣ ଓ ଅର୍ଥନୀତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିବାବେଳେ ୬ ଜିଲ୍ଲାର କୋଭିଡ୍ ହସ୍ପିଟାଲର ବେଡ୍ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ସପ୍ତାହକ ମଧ୍ରରେ ଗଞ୍ଜାମ, ବଲାଙ୍ଗିର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବଲାଙ୍ଗିର ଆଦି ଜିଲ୍ଲାର କୋଭିଡ କେୟାର ସେଣ୍ଟରରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ। ଏହି ସବୁ ଜିଲ୍ଲାକୁ ଅଧିକ ସଂଖ୍ୟକ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କରୋନା ବିରୁଦ୍ଧରେ ଏବେ ଏକ ଲମ୍ବା ଯୁଦ୍ଧ ଚାଲିଛି। ପ୍ରବାସୀ ଓଡ଼ିଆମାନେ ବହୁ ସଂଖ୍ୟାରେ ଓଡ଼ିଶା ଫେରୁଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିର୍ମିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରଗୁଡ଼ିକର ଉପଯୁକ୍ତ ପରିଚାଳନା ଓ ଲୋକମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଅର୍ଥନୀତିକୁ ଚଳଞ୍ଚଳ କରାଯିବାର ଆବଶ୍ୟକତା ରହିଛି। ଏଥିପାଇଁ ମାନବିକତା ଓ ବୃତ୍ତିଗତ ଦକ୍ଷତା ସହ ଏହି କଠିନ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କୋଭିଡ୍ ମୁକାବିଲାରେ ସମାଜର ସକ୍ରିୟ ଅଂଶଗ୍ରହଣ ସହିତ ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ବର୍ତ୍ତମାନ ପରିସ୍ଥିତିରେ ଅଧିକ ସଶକ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗଞ୍ଜାମ ଭଳି ଅନ୍ୟ ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରଗୁଡ଼ିକରେ ଅନ୍ତେବାସୀମାନଙ୍କୁ କୋଭିଡ୍ ରୋଗ ପରିଚାଳନା ସମ୍ପର୍କରେ ତାଲିମ ଦିଆଯିବା ଦରକାର। ସେମାନେ ମଧ୍ୟ କୋଭିଡ୍ ସ୍ୱେଚ୍ଛାସେବୀ ଭାବେ ସମାଜକୁ ସେବା ଯୋଗାଇ ପାରିବେ। ଏଥିପାଇଁ ଏକ ସଂକ୍ଷିପ୍ତ ସାଟିଁଫିକେଟ୍ କୋର୍ସ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ କୋଭିଡ୍ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ୩୦୦କୋଟି ଟଙ୍କାର ସୁଧମୁକ୍ତ ଋଣ ଦିଆଯାଇଛି। ମିଶନ ଶକ୍ତିର ମହିଳାମାନେ ୫୦ଲକ୍ଷରୁ ଅଧିକ ମାସ୍କ ପ୍ରସ୍ତୁତ କରି ୪୬ଲକ୍ଷରୁ ଅଧିକ ବଣ୍ଟନ କରିସାରିଲେଣି। ମାଗଣା ରନ୍ଧା ଖାଦ୍ୟ କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳାମାନେ ୧.୬୦କୋଟି ମିଲ୍ ଯୋଗାଇ ସାରିଛନ୍ତି। ଏଥିସହ ସେମାନେ ହସ୍ପିଟାଲକୁ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ, ମାଛ ଚାଷ, କୃଷି, ପରିବାରଗୁଡ଼ିକୁ ସିଧାସଳଖ ରାସନ ଯୋଗାଣ ଆଦି କାର୍ଯ୍ୟକ୍ରମରେ ମହିଳାମାନେ ସାମିଲ ହୋଇଛନ୍ତି ବୋଲି ବୈଠକରୁ ଜଣାପଡ଼ିଥିଲା।

ଏହି ବୈଠକରେ ମୁଖ୍ୟ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ପୁଲିସ ଡିଜି ଓ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story