ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍ଡାଉନ ନିୟମକୁ କଡ଼ାକଡ଼ି ପାଳନ ଲାଗି ଥାନାଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା। ଆଇପିସି ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହି କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଲକ୍ଡାଉନ ନିୟମ ଉଲ୍ଲଂଘନ କଲେ ଉଲଘଂନକାରୀଙ୍କୁ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ର ଧାରା ୫୧ରୁ ୬୦ ଏବଂ ଆଇପିସିର ୧୮୮ ଧାରାରେ ଥାନା ଧିକାରୀମାନେ ମାମଲା ରୁଜୁ କରିପାରିବେ ବୋଲି ଗୃହ ବିଭାଗ ପକ୍ଷରୁ ଚିଠିରେ ସ୍ପଷ୍ଟ କରାଯାଇଛି।
ଏହି ଆଇନ ଅନୁସାରେ ସାଧାରଣ ଜନତାଙ୍କ ସହ ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ବି ଏଥିରେ ସାମିଲ ରହିବେ। କର୍ତ୍ତବ୍ୟରେ ଅବହେଳା ଓ ଲକ୍ଡାଉନ ନିୟମକୁ ଖିଲାପ କଲେ, ସେମାନଙ୍କ ବିରୋଧରେ ବି ମାମଲା ରୁଜୁ କରିପାରିବେ ଥାନାଧିକାରୀ।
ତୁରନ୍ତ ଏହି ନିର୍ଦ୍ଦେଶ ଲାଗୁ କରିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।