ତଥ୍ୟ ଓ ଗବେଷଣା ପାଇଁ ଜେ-ପଲ୍ ସହ ଏମଓୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଦାରିଦ୍ର‌୍ୟ ଦୂରୀକରଣ ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ କରୁଥିବା ସରକାରୀ କାର୍ଯ୍ୟକ୍ରମର ସୁଫଳ ନିମନ୍ତେ ‘ଜେ-ପଲ୍ ଦକ୍ଷିଣ ଏସିଆ’ ଗବେଷଣା ଲବ୍ଧ ତଥ୍ୟଭିତ୍ତିକ ଓ ବୈଷୟିକ ସହଯୋଗ ଯୋଗାଇ ଦେବ। ରାଜ୍ୟ ସରକାରଙ୍କ ଫାଇଭ-ଟି କାର୍ଯ୍ୟକ୍ରମ ଅନୁରୂପ ନୀତି ନିର୍ଦ୍ଧାରଣରେ ଗବେଷଣାଭିତ୍ତିକ ସହଯୋଗ ଯୋଗାଇବା ଉଦ୍ଦେଶ୍ୟରେ ଆଜି ଓଡ଼ିଶା ସରକାର ଓ ଜେ-ପଲ୍ ଦକ୍ଷିଣ ଏସିଆ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନର ସୁରେଶ […]

mou

mou

Manoranjan Sial
  • Published: Thursday, 31 October 2019
  • Updated: 31 October 2019, 10:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଦାରିଦ୍ର‌୍ୟ ଦୂରୀକରଣ ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ କରୁଥିବା ସରକାରୀ କାର୍ଯ୍ୟକ୍ରମର ସୁଫଳ ନିମନ୍ତେ ‘ଜେ-ପଲ୍ ଦକ୍ଷିଣ ଏସିଆ’ ଗବେଷଣା ଲବ୍ଧ ତଥ୍ୟଭିତ୍ତିକ ଓ ବୈଷୟିକ ସହଯୋଗ ଯୋଗାଇ ଦେବ। ରାଜ୍ୟ ସରକାରଙ୍କ ଫାଇଭ-ଟି କାର୍ଯ୍ୟକ୍ରମ ଅନୁରୂପ ନୀତି ନିର୍ଦ୍ଧାରଣରେ ଗବେଷଣାଭିତ୍ତିକ ସହଯୋଗ ଯୋଗାଇବା ଉଦ୍ଦେଶ୍ୟରେ ଆଜି ଓଡ଼ିଶା ସରକାର ଓ ଜେ-ପଲ୍ ଦକ୍ଷିଣ ଏସିଆ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଜେ-ପଲ୍ ଦକ୍ଷିଣ ଏସିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୋଭିନୀ ମୁଖାର୍ଜୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ‘ଫାଇଭ-ଟି’ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛତା, ସାମୁହିକ ଉଦ୍ୟମ ଓ ବୈଷୟିକ ବିଦ୍ୟାର ପ୍ରୟୋଗ କରି ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ଦାରିଦ୍ର‌୍ୟ ଦୂରୀକରଣ ପାଇଁ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମର ସୁଫଳ ଯେପରି ସର୍ବାଧିକ ହିତାଧିକାରୀ ପାଇପାରିବେ ସେ ଦିଗରେ ଜେ-ପଲ୍ ଗବେଷଣା ଲବ୍ଧ ତଥ୍ୟଭିତ୍ତିକ ଓ ବୈଷୟିକ ସହଯୋଗ ଯୋଗାଇ ଦେବ। ଶ୍ରମ,ଶିକ୍ଷା,ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାର ତଥ୍ୟ ସଂଗ୍ରହ କରି ଜେ-ପଲ୍ ଏହାର ମୂଲ୍ୟାଙ୍କନ କରିବ। ପୃଷ୍ଟିହୀନତା, ମହିଳା ସଶକ୍ତିକରଣ, ଦାଦନ ଶ୍ରମି ସମସ୍ୟା, ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟଦକ୍ଷତା ଓ କୃଷି ଉତ୍ପାଦକତା ଆଦି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ନୀତି ସମ୍ପର୍କରେ ନିୟମିତ ଆଲୋଚନା କରାଯାଇ ସାଧାରଣ ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ। ଏସବୁ କାର୍ଯ୍ୟକ୍ରମର ମୂଲ୍ୟାୟନ ଓ ସୁପରିଚାଳନା ପାଇଁ ଦକ୍ଷତାବୃଦ୍ଧି ତାଲିମ୍ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos