ପାରାଦୀପ ପୌର ପରିଷଦ ୬ ନମ୍ବର ଓ୍ୱାର୍ଡରେ ଚାଲିଛି ଉପନିର୍ବାଚନ

ପାରାଦୀପ: ପାରାଦୀପ ପୌର ପରିଷଦର ୬ ନମ୍ବର ଓ୍ୱାର୍ଡର ଉପନିର୍ବାଚନ ଲାଗି ଆଜି ମତଦାନ ଚାଲିଛି। ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି।  ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ। ଏହି ଓ୍ୱାର୍ଡ ପାଇଁ ମୋଟ ୧୬,୮୮ ଭୋଟର ରହିଛନ୍ତି।

ମତଦାନ ପାଇଁ ଦୁଇଟି ବୁଥ୍ କରାଯାଇଛି। ସେହିଭଳି ଶାନ୍ତି ଶୃଙ୍ଖଳା ପାଇଁ ୨ ପ୍ଲାଟୁନ୍  ପୋଲିସ ଫୋର୍ସ ମୁତୟନ କରାଯାଇଛି। ୬ ନମ୍ବର ଓ୍ୱାର୍ଡ ପାଇଁ ଉପନିର୍ବାଚନରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେଉଛି। ପୂର୍ବରୁ ଏହି ଓ୍ୱାର୍ଡ ବିଜେଡି ଦଖଲରେ ଥିଲା। ଗତ ମେ’ ୩୦ ତାରିଖରେ କାଉନସିଲର ମଞ୍ଜୁଲତା ଜେନାଙ୍କ ମୃତ୍ୟୁ ପରେ ଏଠାରେ ଉପ ନିର୍ବାଚନ କରାଯାଉଛି।