ତୃତୀୟ ଥର ପାଇଁ ବିଧାୟକ ହେଲେ ପଦ୍ମନାଭ ବେହେରା

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲାଙ୍କୁ ୧୩ ହଜାର୭୧ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏଥିସହ ସେ ତୃତୀୟ ଥର ପାଇଁ ବୀରମହାରାଜପୁର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଦଳର ନେତା ଓ କର୍ମୀ ପଦ୍ମନାଭ ବେହେରାଙ୍କୁ ଶୁଭେଚ୍ଛା ଜଣାଇବା ସହ ବୀରମହାରାଜପୁରରେ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜୟ ପରେ  ପଦ୍ମନାଭ ବେହେରା କହିଛନ୍ତି,“ […]

BJD

BJD

Jyoshna Pradhan
  • Published: Saturday, 25 May 2019
  • Updated: 25 May 2019, 01:00 PM IST

Sports

Latest News

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲାଙ୍କୁ ୧୩ ହଜାର୭୧ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏଥିସହ ସେ ତୃତୀୟ ଥର ପାଇଁ ବୀରମହାରାଜପୁର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଅନ୍ୟପକ୍ଷରେ ଦଳର ନେତା ଓ କର୍ମୀ ପଦ୍ମନାଭ ବେହେରାଙ୍କୁ ଶୁଭେଚ୍ଛା ଜଣାଇବା ସହ ବୀରମହାରାଜପୁରରେ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ବିଜୟ ପରେ  ପଦ୍ମନାଭ ବେହେରା କହିଛନ୍ତି,“ ମୁଁ ବୀରମହାରାଜପୁର ବାସୀଙ୍କ ନିକଟରେ ଚିର କୃତଜ୍ଞ। ସେମାନେ ଭୋଟ୍‌ ମାଧ୍ୟମରେ ଯେଭଳି ଆଶୀର୍ବାଦ ଦେଇଛନ୍ତି ସେମାନଙ୍କ କଥା ସାରା ଜୀବନ ମନେ ପଡ଼ିବ। ମୋର ପ୍ରଥମ ପ୍ରାଥମିକତା ନିଶ୍ଚିତ ଭାବେ ରହିବ ସମସ୍ତଙ୍କୁ ପିଇବା ପାଣିର ବ୍ୟବସ୍ଥା କିପରି କରାଯିବ। ଏହା ସବୁ ଜମିକୁ ଜଳସେଚନବ ବ୍ୟବସ୍ଥା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos