୩ଦଫା ଦାବିରେ ପଦ୍ମପୁର ୬ ଘଣ୍ଟିଆ ବନ୍ଦ

ରାୟଗଡ଼ା: ୩ଦଫା ଦାବିରେ ରାୟଗଡ଼ା ଜିଲ୍ଲା ପଦ୍ମପୁରରେ ଆଜି ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବ୍ଲକ୍‌ ଉନ୍ନୟନ ପରିଷଦ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ପଦ୍ମପୁରକୁ ଏନଏସି ମାନ୍ୟତା ଦେବା, ସାହିଗୁଡିକରେ ବିଜୁଳ ବ୍ୟବସ୍ଥା  ଓ ମୁଖ୍ୟ ମୁଖ୍ୟ ରାସ୍ତାନିର୍ମାଣ ଭଳି ୩ଦଫା ଦାବିରେ ଏହି ବନ୍ଦ ପାଳନ ଡାକରା ଦିଆଯାଇଛି। ଫଳରେ ଦୋକାନବଜାର ବନ୍ଦ ରହିଛି।