ବିଶ୍ୱ ଚେସ୍ ଚାମ୍ପିଅନସିପ୍‌ ପାଇଁ ପଦ୍ମିନୀଙ୍କ ଯୋଗ୍ୟତା

ଭୁବନେଶ୍ୱର: ଓଡ଼ିଆ ଚେସ୍ ଖେଳାଳି ପଦ୍ମିନୀ ରାଉତ ଆଉ ଏକ ବିଜୟ ହାସଲ କରିଛନ୍ତି। ସୁରତ ଜାତୀୟ ମହିଳା ପ୍ରିମିୟର୍ ମହିଳା ଚେସ୍ ଚାମ୍ପିଅନସିପ୍‌ରେ ପଦ୍ମିନୀ ୬.୫ ପଏଣ୍ଟ ସହ ଚାମ୍ପିଅନସିପକୁ ନିଜ ନାଁରେ କରିଛନ୍ତି । ଏହା ପଦ୍ମିନୀଙ୍କ ଲଗାତାର ଚତୁର୍ଥ ଜାତୀୟ ସ୍ତରୀୟ ଟାଇଟଲ।

ଏହି ସଫଳତା ସହ ପଦ୍ମିନୀ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ପଦ୍ମିନୀଙ୍କ ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।