ବିଧାନସଭାରେ ଚାଷୀ ଦରଦ, ହୋହଲ୍ଲା ଓ ଧାରଣାରେ ଗଲା ଦ୍ୱିତୀୟ ଦିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୋହାଲ୍ଲା, ନାରାବାଜି, ସ୍ଲୋଗାନ। ଚାଷୀ ସମସ୍ୟାକୁ ନେଇ ହୁଲସ୍ତୁଲ ବିଧାନସଭା ପ୍ରଶ୍ନକାଳ। ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ପାଟିତୁଣ୍ଡରେ କମ୍ପିଲା ଗୃହ। ବାଚସ୍ପତି ଚେୟାରରେ ବସୁ ବସୁ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ ୩ ଦଳର ସଦସ୍ୟ। ଫଳରେ ଗୃହକୁ ମୁଳତବୀ ରଖିଥିଲେ ବାଚସ୍ପତି। ଶାସକ ଦଳ ସଦସ୍ୟ ଗାନ୍ଧି ମୂର୍ତ୍ତି ନିକଟରେ ଧାରଣା ଦେଇଥିବା ବେଳେ ବିଧାନସଭା ପରିସରରେ ପୋଷ୍ଟର ଓ ବ୍ୟାନର ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି। ଦିନ […]

assembly

assembly

Niranjan Mishra
  • Published: Friday, 25 November 2022
  • Updated: 25 November 2022, 09:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୋହାଲ୍ଲା, ନାରାବାଜି, ସ୍ଲୋଗାନ। ଚାଷୀ ସମସ୍ୟାକୁ ନେଇ ହୁଲସ୍ତୁଲ ବିଧାନସଭା ପ୍ରଶ୍ନକାଳ। ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ପାଟିତୁଣ୍ଡରେ କମ୍ପିଲା ଗୃହ। ବାଚସ୍ପତି ଚେୟାରରେ ବସୁ ବସୁ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ ୩ ଦଳର ସଦସ୍ୟ। ଫଳରେ ଗୃହକୁ ମୁଳତବୀ ରଖିଥିଲେ ବାଚସ୍ପତି।

ଶାସକ ଦଳ ସଦସ୍ୟ ଗାନ୍ଧି ମୂର୍ତ୍ତି ନିକଟରେ ଧାରଣା ଦେଇଥିବା ବେଳେ ବିଧାନସଭା ପରିସରରେ ପୋଷ୍ଟର ଓ ବ୍ୟାନର ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି। ଦିନ ସାଢେ ୧୧ଟା ଯାଏଁ ଦୁଇ ଦଳ ମଧ୍ୟରେ ଚାଲିଥିଲା ଏଭଳି ପ୍ରତିଯୋଗିତା। ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ପୁଣି ଦେଖିବାକୁ ମିଳିଥିଲା ସମାନ ସିନ୍। ଫଳରେ ଗୃହ ଚାଲିପାରିନଥିଲା। ଏହାପରେ ରାଜଭବନ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ ବିଜେଡି ସଦସ୍ୟ। ଚାଷୀଙ୍କ ପ୍ରତି କେନ୍ଦ୍ର ସରକାର ଅବହେଳା କରିଥିବା ଦର୍ଶାଇ ରାସ୍ତାରେ ଗର୍ଜି ଥିଲେ।

ରାଜ୍ୟପାଳଙ୍କୁ ଭେଟି ଦଳ ପକ୍ଷରୁ ଦାବିପତ୍ର ବି ଦେଇଥିଲେ। ଠିକ୍ ଏଇ ସମୟରେ ବିଜେପି ସଦସ୍ୟମାନେ ବି ଆରମ୍ଭ କରିଥିଲେ ପଦଯାତ୍ରା। ଲୋୟର ପିଏମ୍‌ଜି ସତ୍ୟାଗ୍ରହସ୍ଥଳକୁ ଚାଲିଚାଲି ଯାଇଥିଲେ ଦଳୀୟ ବିଧାୟକ। ସେଠାରେ ଧାରଣା ଦେବା ସହ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ଏମ୍ଏସ୍‌ପି, ଫସଲ ବୀମା ଯୋଜନାରେ କେନ୍ଦ୍ର ବୀମା ଟଙ୍କା ହଡ଼ପ, ସାର ଅଭାବ, ଉଷୁନା ଚାଉଳରେ ଏଫ୍‌ସିଆଇର ପାତରଅନ୍ତର ନୀତି ନେଇ ବିଜେଡି କେନ୍ଦ୍ରକୁ ଟାର୍ଗେଟ କରିଥିବା ବେଳେ ମଣ୍ଡି ଅବ୍ୟବସ୍ଥା, ଇନ୍‌ପୁଟ ସବସିଡି ପ୍ରଦାନରେ ବିଲମ୍ବ ଓ ଫସଲ ବୀମା କାର୍ଯ୍ୟକାରୀରେ ସରକାରଙ୍କ ବିଫଳତା ଓ ଚାଷୀଙ୍କୁ ଶହେ ଟଙ୍କା ବୋନସ୍ ନମିଳିବା ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରତି ଆକ୍ରମଣ କରିଥିଲା ବିଜେପି। କଂଗ୍ରେସ ମଧ୍ୟ ମଉକା ନଛାଡି ଚାଷୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି।

ସେପଟେ ବହୁ ଚର୍ଚ୍ଚିଚ ଅର୍ଚ୍ଚନା ନାଗ ଘଟଣାକୁ ନେଇ ଗତକାଲି ଗୃହ କମ୍ପିଥିବା ବେଳେ ଆଜି ଦେଖିବାକୁ ମିଳିଥିଲା ଚାଷୀ ଝଡ଼। ତେବେ ଅର୍ଚ୍ଚନା ପ୍ରସଙ୍ଗକୁ ଡାଇଭର୍ଟ ପାଇଁ ବିଜେଡି ଚାଷୀ ପ୍ରସଙ୍ଗ ଉଠାଇଥିବା ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ।

ଏସବୁ ଭିତରେ ବିଧାନସଭାରେ ଦେଖିବାକୁ ମିଳିଛି ପଦ୍ଣପୁର ଉପନିର୍ବାଚନର ପ୍ରଭାବ। ଚାଷୀଙ୍କୁ ଆଳ କରି ସବୁ ଦଳ ରାଜନୈତିକ ଫାଇଦା ମାରିବା ଚକ୍କରରେ ଅଛନ୍ତି। ତେବେ ଚାବି ପଦ୍ମପୁର ଭୋଟରଙ୍କ ହାତରେ। ସେମାନଙ୍କ ମତ କାହା ସପକ୍ଷରେ ଯାଉଛି ତାହା ଫଳାଫଳ ହିଁ କହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story