‘ପାଟଣାଗଡ଼’ ଫିଲ୍ମ ରିଲିଜ୍‌ ଉପରେ ରୋକ୍‌ ଲଗାଇଲେ ବମ୍ବେ ହାଇକୋର୍ଟ, କାହିଁକି ଜାଣନ୍ତୁ

କଟକ(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ବୋମା ବିସ୍ଫୋରଣ ଉପରେ ଆଧାରିତ ଫିଲ୍ମ ‘ପାଟଣାଗଡ଼’ ରିଲିଜ ପୂର୍ବରୁ ଲାଗିଲା ଅଙ୍କୁଶ। ଫିଲ୍ମ ଉପରେ ଅଙ୍କୁଶ ଲଗାଇଲେ ମୁମ୍ବାଇ ହାଇକୋର୍ଟ। ପୁଞ୍ଜିଲାଲଙ୍କ ପତ୍ନୀ ଦାୟର କରିଥିବା ମାମଲା ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ସିନେମା ପ୍ରଯୋଜକ, ନିର୍ଦ୍ଦେଶକ ଓ ଅନ୍ୟମାନଙ୍କୁ ନୋଟିସ କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନୋଟିସ ହୋଇଛି। ଫିଲ୍ମକୁ ନେଇ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେର ଏନେଇ […]

p-908-1

p-908-1

Tapas Behera
  • Published: Monday, 24 February 2020
  • Updated: 24 February 2020, 05:11 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ବୋମା ବିସ୍ଫୋରଣ ଉପରେ ଆଧାରିତ ଫିଲ୍ମ ‘ପାଟଣାଗଡ଼’ ରିଲିଜ ପୂର୍ବରୁ ଲାଗିଲା ଅଙ୍କୁଶ। ଫିଲ୍ମ ଉପରେ ଅଙ୍କୁଶ ଲଗାଇଲେ ମୁମ୍ବାଇ ହାଇକୋର୍ଟ। ପୁଞ୍ଜିଲାଲଙ୍କ ପତ୍ନୀ ଦାୟର କରିଥିବା ମାମଲା ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ସିନେମା ପ୍ରଯୋଜକ, ନିର୍ଦ୍ଦେଶକ ଓ ଅନ୍ୟମାନଙ୍କୁ ନୋଟିସ କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନୋଟିସ ହୋଇଛି। ଫିଲ୍ମକୁ ନେଇ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେର ଏନେଇ ବମ୍ବେ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ଫିଲ୍ମଟି ତେଲଗୁ ଏବଂ ଓଡ଼ିଆରେ ହେଉଥିବାରୁ ଏହାର ବିଚାର ବମ୍ବେ ହାଇକୋର୍ଟ ଅଧୀନରେ ଆସୁଛି। ଫିଲ୍ମର ସବ୍‌ଟାଇଟଲ ଇଂଲିସ ରହିଛି।

ବମ୍ବେ ହାଇକୋର୍ଟର ସିବିଏଫ୍‌ସିର ଅର୍ଡ଼ର ଓ ଫିଲ୍ମକୁ ନେଇ ଚ୍ୟାଲେଞ୍ଜ କରିଥିଲେ। ତେବେ ଆଜି ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଯାଇଛି। ସେହିପରି ହାଇକୋର୍ଟ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ସମ୍ପୃକ୍ତ ଅଭିଯୁକ୍ତର ଟ୍ରାଏଲ ନ ସରିଛି ସେ ପର୍ଯ୍ୟନ୍ତ ଫିଲ୍ମଟି ରିଲିଜ୍‌ ହୋଇପାରିବ ନାହିଁ। ଏହି ମାମଲାରେ ଶ୍ରୀଦ୍ଧର ମାର୍ଥା, ଅତୁଲ କୁଲକର୍ଣ୍ଣି, ମନୋଜ ମିଶ୍ର, ସୁନିତା କ୍ରିଷ୍ଣନନ୍‌ ଏବଂ ଆଇପିଏସ ଅରୁଣ ବୋଥ୍ରାଙ୍କୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୮ ଫେବୃୟାରୀ ୨୩ ତାରିଖରେ ଗିଫ୍ଟ ପ୍ୟାକେଟ୍‌ ଖୋଲିବା କ୍ଷଣି ବିସ୍ଫୋରଣରେ ଉଜୁଡ଼ିଯାଇଥିଲା ପାଟଣାଗଡ଼ର ରୀମାରାଣୀଙ୍କ ସଂସାର। ସ୍ୱାମୀଙ୍କ ସହ ଚାଲିଗଲା ୨ଟି ଜୀବନ। ଆଉ ଏଭଳି ମୃତ୍ୟୁର ଉପହାର ପୁଞ୍ଜିଲାଲ ପଠାଇଥିବା ପୁଲିସ ତଦନ୍ତ କରି ଜାଣିବା ପରେ ସେ ଏବେ ଜେଲରେ।

ଏହି ଘଟଣା ସମଗ୍ର ରାଜ୍ୟରେ ଖେଳାଇ ଦେଇଥିଲା ଚାଞ୍ଚଲ୍ୟ। ଏହାକୁ ଆଧାର କରି ନିର୍ମାଣ ହୋଇଥିଲା ଫିଲ୍ମ ପୁଞ୍ଜିଲାଲ। ଫିଲ୍ମର ପୁଞ୍ଜିଲାଲ୍ ମେହେରଙ୍କ ଭୂମିକାରେ ଥିଲେ ଓଲିଉଡ୍‌ କଳାକାର ମନୋଜ ମିଶ୍ର। ଘଟଣାର ପର୍ଦ୍ଦାଫାସ କରିଥିବା କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ଥିଲେ ବଲିଉଡ୍‌ କଳାକାର ଅତୁଲ କୁଲ୍‌କର୍ଣ୍ଣୀ। ସେହିପରି ତେଲୁଗୁ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଚେହେରା ତାନିକେଲା ଭରନୀ ମଧ୍ୟ ଥିଲେ। ଯାହାକୁ ନେଇ ବମ୍ବେ ହାଇକୋର୍ଟରେ ମାମଲା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos