ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୭୪ ବର୍ଷରେ ପାଦ ଥାପିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜ ଟୁଇଟର ହ୍ୟାଣ୍ଡେଲରେ ପ୍ରଥମେ ଓଡ଼ିଆ ଓ ତା’ପରେ ଇଂରାଜୀରେ ଲେଖି ନବୀନଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। Thank you Narendra Modi Ji for your wishes. https://t.co/5Ms5mXqyVP — Naveen Patnaik (@Naveen_Odisha) October 16, 2019 ସେ ଲେଖିଛନ୍ତି ‘ଓଡିଶାର ମୁଖ୍ୟମନ୍ତ୍ରୀ […]

naveen modi

naveen modi

Subhransu Sekhar
  • Published: Wednesday, 16 October 2019
  • Updated: 16 October 2019, 11:10 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୭୪ ବର୍ଷରେ ପାଦ ଥାପିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜ ଟୁଇଟର ହ୍ୟାଣ୍ଡେଲରେ ପ୍ରଥମେ ଓଡ଼ିଆ ଓ ତା’ପରେ ଇଂରାଜୀରେ ଲେଖି ନବୀନଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

https://twitter.com/Naveen_Odisha/status/1184330400211984384

ସେ ଲେଖିଛନ୍ତି ‘ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଜୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା । ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି’ । ନବୀନ ମଧ୍ୟ ମୋଦିଙ୍କ ଟୁଇଟର ଜାବବ ଦେଇ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କୁ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ତେବେ ବାତ୍ୟା ଫୋନି ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଲାଗି ଜନ୍ମଦିନ ପାଳନ ନ କରିବାକୁ ମନସ୍ଥ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସମର୍ଥକମାନଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ପରିବର୍ତ୍ତେ ଅନାଥାଶ୍ରମ, ଦିବ୍ୟାଙ୍ଗଙ୍କ ପାଖକୁ ଯାଇ ସେମାନଙ୍କ ପାଇଁ କିଛି କରିବାକୁ ପରାମର୍ଶ ଦେଇଛନ୍ତି। ସାଥୀରେ ପିଲାଙ୍କୁ ମଧ୍ୟ ନେବାକୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos