ବିଏମ୍‌ସିର ନୂଆ ଟ୍ୟାକ୍ସକୁ ବିରୋଧ

ଭୁବନେଶ୍ୱର: ପରିମଳ ଦେୟ ନାଁରେ ବିଏମସିର ନୂଆ ଟ୍ୟାକ୍ସ ଆଦାୟ ନିଷ୍ପତ୍ତିକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। ରାଜଧାନୀର ଲୋୟର ପିଏମଜିରେ ବିଭିନ୍ନ ସଂଗଠନ ପକ୍ଷରୁ ଏନେଇ ପ୍ରତିବାଦ କରାଯାଉଛି।

ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଧାରଣା କି ଧର୍ମଘଟ ପାଇଁ ବିଭିନ୍ନ ଦେୟ ଧାର୍ଯ୍ୟ କରିଥିଲା  ବିଏମସି।  ଧାରଣା ପାଇଁ ସର୍ବନିମ୍ନ ଦୈନିକ ଦେୟ ୫୦୦ ଟଙ୍କା ଆଦାୟ ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ୧୦୦ ରୁ ୫୦୦ ଲୋକଙ୍କ ପାଇଁ ଦୈନିକ ହଜାରେ ଓ ୫ ଶହରୁ ଅଧିକ ପ୍ରତ୍ୟେକ ବ୍ୟକ୍ତି ପିଛା ୫ ଟଙ୍କା ଲେଖାଏଁ ଅତିରିକ୍ତ ଦେବାକୁ ହେବ।  ଏହା ପ୍ରଶାସନିକ ଓ ପରିମଳ ଦେୟ ଆକାରରେ ଦେବାକୁ ହେବ ବୋଲି ବିଏମସି ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ତେବେ ଏହାକୁ ବିରୋଧ କରାଯାଇଛି।