Advertisment

ବିନା ଭକ୍ତରେ ନବଯୌବନ ଦର୍ଶନ

ପୁରୀ (ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଅନବସର ସରିବା ପରେ ଆଜି ନେତ୍ରୋତ୍ସବରେ ଦେଉଳ ଭିତରେ ଜଗା ବଳିଆଙ୍କ ସହ ଚତୁର୍ଦ୍ଧା ମୂରତୀ ନବଯୌବନ ରୂପରେ ଝଟକୁଛନ୍ତି। ହେଲେ କରୋନା ମହାମାରୀ ସାଜିଛି ପ୍ରତିବନ୍ଧକ। ଆଜି ଅବକାଶ ନୀତି ପରେ ଦଶାବତାର ପଟିଦିଅଁ ଦକ୍ଷିଣି ଘରକୁ ବାହୁଡ଼ା ବିଜେ କରିଥିଲେ। ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ଆଖିଝଲସା ରୂପ ମୋକ୍ଷ ପ୍ରଦାନକାରୀ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦର୍ଶନରୁ ବଞ୍ଚିତ […]

author-image
Ranjit Kumar Jena
ନୀଳଚକ୍ରରେ ଉଡ଼ିଲା ଧବଳ ବର୍ଣ୍ଣ ବାନା

Puri

ପୁରୀ (ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଅନବସର ସରିବା ପରେ ଆଜି ନେତ୍ରୋତ୍ସବରେ ଦେଉଳ ଭିତରେ ଜଗା ବଳିଆଙ୍କ ସହ ଚତୁର୍ଦ୍ଧା ମୂରତୀ ନବଯୌବନ ରୂପରେ ଝଟକୁଛନ୍ତି। ହେଲେ କରୋନା ମହାମାରୀ ସାଜିଛି ପ୍ରତିବନ୍ଧକ। ଆଜି ଅବକାଶ ନୀତି ପରେ ଦଶାବତାର ପଟିଦିଅଁ ଦକ୍ଷିଣି ଘରକୁ ବାହୁଡ଼ା ବିଜେ କରିଥିଲେ।

Advertisment

ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ଆଖିଝଲସା ରୂପ ମୋକ୍ଷ ପ୍ରଦାନକାରୀ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦର୍ଶନରୁ ବଞ୍ଚିତ ଭକ୍ତ ବ୍ୟାକୁଳ ଥିଲେ ବି ଉପାୟଶୂନ୍ୟ। ଦଇତାପତି ମାନେ ସର୍ବାଙ୍ଗ ବନ୍ଦାପନା କରିଥିଲେ। ଏହାପରେ ନେତ୍ରୋତ୍ସବ ବନ୍ଦାପନା ଓ ରାଜନୀତି ହୋଇ ଯାତ୍ରାଙ୍ଗୀ ମହାସ୍ନାନ ହୋଇଥିଲା। ଯଦିଓ ନୀତିରେ ସାମାନ୍ୟ ବିଳମ୍ବ ହୋଇଥିଲା, ହେଲେ ପରେ ସବୁକିଛି ଠିକ୍ ଠାକ୍ ଚାଲିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ଜୋରସରରେ ଆଗେଇ ଚାଲିଛି। ପ୍ରାୟ ଦୁଇ ହଜାର ସେବାୟତ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ସରିଛି। ଯାହାଙ୍କର ନେଗେଟିଭ୍ ରିପୋର୍ଟ ଆସିଛି ସେମାନଙ୍କୁ ପାସ୍ ପ୍ରଦାନ କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ରଥଖଳାରେ ଦଣ୍ଡାୟମାନ ତିନି ରଥର ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Advertisment

ଦରଜୀ ସେବକ ମାନେ ଏବେ କନା ମଣ୍ଡଣିରେ ବ୍ୟସ୍ତ ଅଛନ୍ତି। ଆସନ୍ତାକାଲି ସୁଦ୍ଧା ସେମାନେ କାମ ଶେଷ କରିଦେବେ। ଏଥି ପାଇଁ ପ୍ରାୟ ୧୨୫୦ ମିଟର କନା ବ୍ୟବହାର ହୋଇଛି। ୧୧ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସକାଳ ଧୂପ ସରିଲେ ରଥଖଳାଙ୍କୁ ଆଜ୍ଞମାଳ ବିଜେ ହେବ। ଏହାପରେ ରଥକୁ ସିଂହଦ୍ୱାର ସାମ୍ନାକୁ ଟଣାଯିବ। ଗତଥର ଭଳି ଏଥର ବି ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ବିଶେଷ କରି ବଡ଼ଦାଣ୍ଡ ଉପରେ ଅଧିକ ଫୋକସ୍ ରହିବ। କେହି ନିଜ ଘର ଛାତ ଉପରୁ ରଥଯାତ୍ରା ଦେଖି ପାରିବେ ନାହିଁ। ଜରୁରୀକାଳୀନ ସେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କୌଣସି ପରିସ୍ଥିତିରେ ଯେପରି ଏସଓପି ଉଲ୍ଲଂଘନ ନହୁଏ, ସେଥିପ୍ରତି ଉଭୟ ଜିଲ୍ଲା ଓ ପୋଲିସ ପ୍ରଶାସନ ସଜାଗ ରହିଛି।

ଜୁଲାଇ ୧୨, ସୋମବାର ରଥଯାତ୍ରା ଥିବାରୁ ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ବଳବତ୍ତର ରହିବ। ସହରବାସୀ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ ସାଇତି ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯିବା ସହ ଶନିବାର ପୁରୀ ସହରରେ ସଟଡାଉନ୍ କୋହଳ କରାଯିବାକୁ ନିଷ୍ପତ୍ତି ହୋଇଛି।