ସଙ୍କଟ ସମୟରେ ସାହା ହୋଇଥିଲେ ସବ୍ୟସାଚୀ, ସୁନ୍ଦର ଉପହାର ଦେଲେ ରାଜୁ

ଫୁଲବାଣୀ(ତ୍ରିନାଥ ସାହୁ): ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ପାଇଁ ଗୀତ ଗାଇଲେ ଜଣେ ଯୁବ ପ୍ରବାସୀ ଶ୍ରମିକ। କନ୍ଧମାଳ ଜିଲ୍ଲା ମାଦାଗୁଡ଼ା ଗ୍ରାମର ରାଜୁ ପାରାସେଠ ସବ୍ୟସାଚୀଙ୍କ ପାଇଁ ଗୀତ ଗାଇଛନ୍ତି।  ପାରାସେଠ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଦିନ ମଜୁରିଆ ଭାବେ କାମ କରି ଚଳିଥାନ୍ତି । କିନ୍ତୁ ଗୀତ ଗାଇବା ଏବଂ ଭବିଷ୍ୟତରେ ଜଣେ ସଫଳ ଗାୟକ ହେବା ନିଶାରେ କନ୍ଧମାଳରୁ ମୁମ୍ବାଇ ଚାଲିଯାଇଥିଲେ ପାରାସେଠ। ତେବେ ମୁମ୍ବାଇ ଯାଇ ଦିନ ମଜୁରିଆ ଭାବେ […]

790

790

Tapas Behera
  • Published: Monday, 21 December 2020
  • Updated: 21 December 2020, 04:11 PM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ପାଇଁ ଗୀତ ଗାଇଲେ ଜଣେ ଯୁବ ପ୍ରବାସୀ ଶ୍ରମିକ। କନ୍ଧମାଳ ଜିଲ୍ଲା ମାଦାଗୁଡ଼ା ଗ୍ରାମର ରାଜୁ ପାରାସେଠ ସବ୍ୟସାଚୀଙ୍କ ପାଇଁ ଗୀତ ଗାଇଛନ୍ତି।  ପାରାସେଠ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଦିନ ମଜୁରିଆ ଭାବେ କାମ କରି ଚଳିଥାନ୍ତି । କିନ୍ତୁ ଗୀତ ଗାଇବା ଏବଂ ଭବିଷ୍ୟତରେ ଜଣେ ସଫଳ ଗାୟକ ହେବା ନିଶାରେ କନ୍ଧମାଳରୁ ମୁମ୍ବାଇ ଚାଲିଯାଇଥିଲେ ପାରାସେଠ। ତେବେ ମୁମ୍ବାଇ ଯାଇ ଦିନ ମଜୁରିଆ ଭାବେ କାମ କରି ଚଳିବା ସହିତ ଗାୟକ ହେବା ପାଇଁ ସଂଗ୍ରାମ ଜାରି ରଖିଥିବା ବେଳେ କରୋନା ମହାମାରୀ ପାଇଁ କଟକଣା ଲାଗିଯାଇଥିଲା ।

ଏହି ସମୟରେ ସେ ମୁମ୍ବାଇରେ କିଛି ଦିନ ଭୋକ ଉପାସରେ ରହିଥିଲେ । ପରେ ଏବଂ ମୁମ୍ବାଇରୁ ନିଜ ଘରକୁ ଫେରିବା ପାଇଁ ଚାହିଁଥିଲେ । କିନ୍ତୁ ଫେରିପାରୁନଥିଲେ । ଏହି ସମୟରେ ଅଭିନେତା ସବ୍ୟସାଚୀ ତାଙ୍କୁ ମୁମ୍ବାଇରୁ ଫେରାଇ ଆଣିବା ସହିତ ତାଙ୍କୁ ଘରକୁ ପଠେଇବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ କରିଥିଲେ। ଯୁବ ପ୍ରବାସୀ ଜଣକ କିଛି ଦିନ ନିଜ ଗ୍ରାମରେ ରହିବା ପରେ ବର୍ତମାନ ପୁଣି ଗାୟକ ହେବା ନିଶାରେ ଭୁବେନେଶ୍ୱରରେ ଯାଇ ରହୁଛନ୍ତି। ଦିନ ମଜୁରିଆ ଭାବେ କାମ କରି ଚଳୁଛନ୍ତି ଏବଂ ଗାୟକ ହେବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏଭଳି ପରିସ୍ଥିତିରେ ସେ ଅଭିନେତା ସବ୍ୟସାଚୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ତାଙ୍କର ଗୋଟିଏ ଫିଲ୍ମର ଗୀତକୁ ନିଜ ଢଙ୍ଗରେ ଗାଇଛନ୍ତି ଏବଂ ସବ୍ୟସାଚୀଙ୍କୁ କରୋନା ସମୟର ପ୍ରକୃତ ହିରୋ ବୋଲି ବର୍ଣ୍ଣନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos