କରଞ୍ଜିଆ(ସତ୍ୟବ୍ରତ ବେହେରା): ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ଅଙ୍ଗରପଦା ଛକ ନିକଟରେ ତେଲ ଟ୍ୟାଙ୍କର ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ପିକଅପ୍ ଭ୍ୟାନ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସେକ୍ ମୁନା। ତାଙ୍କ ଘର ଭଦ୍ରକ ଜିଲ୍ଲା କଣ୍ଟାବଣିଆ ଅଞ୍ଚଳରେ।
ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନାଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ତେଲ ଟ୍ୟାଙ୍କର ବାରିପଦା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପିକ୍ଅପ୍ ଭ୍ୟାନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ପିକ୍ଅପ୍ ଭ୍ୟାନ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ପିକ୍ଅପ୍ ଭ୍ୟାନ୍ଟି ଯଶୀପୁରରୁ ଭଦ୍ରକ ଯାଉଥିଲା।
ଆଜି ସକାଳେ ମୃତ ଡ୍ରାଇଭରଙ୍କ ପରିବାର ଲୋକେ ପହଞ୍ଚିବା ପରେ ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଇଛି। ଏଥିସହ ଦୁର୍ଘଟଣା ଘଟାଇଥିବା ତେଲ ଟ୍ୟାଙ୍କରକୁ ପୁଲିସ୍ ଜବତ କରିଛି। ଦୁର୍ଘଟଣା ପରେ ତେଲ ଟ୍ୟାଙ୍କର ଡ୍ରାଇଭର ଫେରାର୍ ହୋଇଯାଇଛି। ପୁଲିସ୍ ଘଟଣା ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାଘ ଛାଲ ବିକ୍ରି ପାଇଁ ନେଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ
୪ ଜଣ ତସ୍କର କଲରାପତରିଆ ବାଘ ଚାଲ ବିକ୍ରି ପାଇଁ ଯାଉଥିଲେ। ଏ ସମ୍ପର୍କରେ ଜାଣିପାରି ବାରିପଦା ବନଖଣ୍ଡ ଓ ଶିମିଳିପାଳର ସ୍ଵତନ୍ତ୍ର ଟିମ୍ ମିଳିତ ଭାବେ ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ ଚଢ଼ଉ କରିଥିଲା।
Politics
ଅଫେରା ପଥରେ ବିଜେପିର ଭେଟ୍ରାନ୍ ଲିଡର ସମୀର ଦେ
ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ସମୀର ଦେ।
Guest Column
୨୦୩୬ ମସିହାର ଓଡ଼ିଶା କେଉଁଭଳି ହେବ?
ପ୍ରଦୂଷଣ ହେତୁ ଆଜି ଅଞ୍ଚଳରେ ଅନେକ ଲୋକ ଯକ୍ଷ୍ମା ବେମାରୀରେ ପଡିଛନ୍ତି। ଅନେକ ଏହିହେତୁ ମରିଯାଉଛନ୍ତି। ଚାଷ ଭଲ ହେଉ ନାହିଁ। ଚୂନ ଗୁଣ୍ଡ ପଡ଼ିବାରୁ କୌଣସି ଫସଲ ଭଲ ହେଉନାହିଁ। ପାଚିବା ପୂର୍ବରୁ ଫଳ ଝଡ଼ିଯାଉଛି। ଲୋକେ ଚଳିବେ ବା କେମିତି? ଅଞ୍ଚଳରେ ପାଣି ମଧ୍ୟ ଭଲରେ ମିଳୁନାହିଁ, ନା ପିଇବା ଲାଗି ନା ବ୍ୟବହାର ଲାଗି। ଘର ବାହାରକୁ ବାହାରିଲେ ମୁହଁ ଧଳା ଦେଖାଯାଉଛି।
Crime
ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡାକ୍ତର
ରେଡ୍ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।