ରାଉରକେଲା : ରାଉରକେଲା ଲାଠିକଟା ଥାନା ଅଞ୍ଚଳରେ ଗୋଟିଏ ଦିନରେ ଦୁଇ ଦୁଇଟି ଗଣ-ଦୁଷ୍କର୍ମ ଘଟଣା ପୁରା ସହରରେ ଆଲୋଡନ ସୃଷ୍ଟିକରିଛି। ପ୍ରଥମ ଘଟଣାଟି ଘଟିଛି ଏହି ଥାନା ଅନ୍ତର୍ଗତ ଟଙ୍କଟୋଲା ଜଙ୍ଗଲ ଅଞ୍ଚଳରେ। ଅଭିଯୋଗ ମୁତାବକ, ଜଣେ ନାବାଳିକା ନିଜ ଗାଁ ମାନଚ୍ଚୋରୁ ଫର୍ଟିଲାଇଜର୍ ଟାଉନସିପ୍ ଆଡେ ଯାଉଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଜଙ୍ଗଲ ଆଡକୁ ଜୋର ଜବରଦସ୍ତ ଟାଣିନେଇ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ। ସେହିପରି ଅନ୍ୟ ଘଟଣାଟି ଘଟିଛି କରଲା ଖମଣ ରେଳ ଫାଟକ ନିକଟରେ। ଏହି ଘଟଣାରେ ଯୁବତି ଜଣକ ତାଙ୍କ ଘରକୁ ଆସିଥିବା ଜଣେ ବାନ୍ଧବୀଙ୍କୁ ଛାଡିବାକୁ ଯାଇ ଫେରିବା ବାଟରେ ୫ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଆଭିଯୋଗ ହୋଇଛି। ପୋଲିସ୍ ପ୍ରଥମ ଘଟଣାରେ ୩ଜଣ ଓ ଦ୍ୱିତୀୟ ଘଟଣାରେ ୪ଜଣ ଗିରଫ କରିଛନ୍ତି। ମୋଟ ଉପରେ ଏହି ଦୁଇ ଘଟଣାରେ ୭ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ବୋଲି ରାଉରକେଲା ଡିଏସ୍ ପି ତୁଷାରକାନ୍ତ ଜେନା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ;୧୧ଟି ସ୍ଥାନରେ ଚଢ଼ାଉ
ସୁରେଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Crime
ଅଫିସ୍ରେ ପଶି ଅତିରିକ୍ତ ତହସିଲଦାରଙ୍କୁ ଟଣାଓଟରା କଲେ ମହିଳା
ଜାତିଗତ ପ୍ରମାଣ ପତ୍ର ପାଇନଥିବାରୁ ସିଆର୍ପିଏଫ୍ ଚାକିରି ଆଶାୟୀଙ୍କ ଧୌର୍ଯ୍ୟର ବନ୍ଧ ଭାଙ୍ଗି ଯାଇଥିଲା। ଏହାଛଡ଼ା ନିଜ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
Crime
ଭିଣୋଇ ଓ ସ୍ୱାମୀଙ୍କ ପରେ ଜେଲ୍ ଗଲେ ସ୍କୁଟି ଦିଦି
ଦୁଇ ବର୍ଷ ତଳେ ପଶ୍ଚିମବଙ୍ଗ ଏସ୍ଟିଏଫ୍ ହାତରେ ଧରା ପଡ଼ିଥିଲେ ରୁକ୍ସାନାଙ୍କ ଭିଣୋଇ ଏସ୍.କେ ରସିଦ। କୋଲକାତାରୁ ତାଙ୍କୁ ଗିରଫ କରିଥିଲା ଏସ୍ଟିଏଫ୍ ଟିମ୍। କାର ସହ ୧୦ ଲକ୍ଷ ଟଙ୍କାର ହେରୋଇନ୍ ତାଙ୍କଠାରୁ ଜବତ କରିଥିଲା।
Crime
କାଫେ ଭିତରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ଅଭିଯୁକ୍ତମାନେ ଘଟଣା ବେଳର ଦୃଶ୍ୟକୁ ରେକର୍ଡ କରିଥିଲେ ଓ ଭିଡିଓ ବଦଳରେ ପୀଡ଼ିତାଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରିଥିଲେ।