ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚି ଯାଇଛି।
ଏହି ଯେଉଁ ୬ ଜଣଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଓ ରାୟଗଡ଼ାର ଜଣେ ଲେଖାଏଁ ଅଛନ୍ତି। ଉଭୟ ଜିଲ୍ଲାରେ ଏହା ହେଉଛି ପ୍ରଥମ କରୋନା ମୃତ୍ୟୁ। ଆଉ ଉଭୟ ହେଉଛନ୍ତି ପୁରୁଷ।
Regret to inform the demise of 6 Covid positive cases while under treatment in hospital.
1. Male patient aged 80 years of Rayagada district. Also suffering from Chronic Obstructive Pulmonary Disease.
2. Male patient aged 56 years of Ganjam district.
— H & FW Dept Odisha (@HFWOdisha) July 8, 2020
କେନ୍ଦ୍ରାପଡ଼ାରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ତାଙ୍କୁ ୪୯ ବର୍ଷ ହୋଇଥିଲା। ସେ ଡାଇବେଟିସ୍ରେ ମଧ୍ୟ ପୀଡ଼ିତ ଥିଲେ। ସେହିଭଳି ରାୟଗଡ଼ାରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସେ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଥିଲେ।
3. Male patient aged 49 years of Kendrapara district. Also suffering from Diabetes.
4. Male patient aged 55 years of Bhubaneswar.
5. Male patient aged 64 years of Ganjam. Also suffering from Diabetes.
6. Female patient aged 50 years of Ganjam. Also suffering from Diabetes.
— H & FW Dept Odisha (@HFWOdisha) July 8, 2020
ମୋଟ ୪୮ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭ ଜଣ ରହିଛନ୍ତି। ଖୋର୍ଦ୍ଧାରୁ ୮ ଜଣ ଥିବା ବେଳେ କଟକରୁ ୫ ଓ ବରଗଡ଼, ସୁନ୍ଦରଗଡ଼, ଅନୁଗୋଳ, ପୁରୀ, ଯାଜପୁର ଏବଂ ଗଜପତିରୁ ଜଣେ ଲେଖାଏଁ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।