ରାଉରକେଲାରେ କୋଭିଡ୍ କେୟାର ଓ ଟିଏମ୍‌ସି ସେଣ୍ଟରରେ ବେଡ୍ ବଢ଼ିଲା

ରାଉରକେଲା (ପବନ ତିୱାରୀ): ମହାମାରୀ ‘କରୋନା’ ଭୟଙ୍କର ହେବା ପୂର୍ବରୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସତର୍କ ହେଉଛି। ‘କରୋନା’ର ମୁକାବିଲା ପାଇଁ କୋଭିଡ୍ କେୟାର ଓ ଟିଏମ୍‌ସି ସେଣ୍ଟରରେ ବେଡ୍ ସଂଖ୍ୟା ବୃଦ୍ଧି କରୁଛି। ଏଠାରେ ରୋଗୀଙ୍କୁ ସବୁ ପ୍ରକାର ସୁବିଧା ଓ ସୁଯୋଗ ଦିଆଯାଉଛି। ଆର୍ଏମ୍ସିର ତତ୍ପରତା ଦେଖି ଲୋକଙ୍କ ମନରେ ଛାନିଆ ପଶି ଯାଇଛି। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ଷମ ଥିବା ୨୪୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟରକୁ […]

rkl

rkl

Manoranjan Sial
  • Published: Monday, 13 July 2020
  • Updated: 13 July 2020, 09:42 PM IST

ରାଉରକେଲା (ପବନ ତିୱାରୀ): ମହାମାରୀ ‘କରୋନା’ ଭୟଙ୍କର ହେବା ପୂର୍ବରୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସତର୍କ ହେଉଛି। ‘କରୋନା’ର ମୁକାବିଲା ପାଇଁ କୋଭିଡ୍ କେୟାର ଓ ଟିଏମ୍‌ସି ସେଣ୍ଟରରେ ବେଡ୍ ସଂଖ୍ୟା ବୃଦ୍ଧି କରୁଛି। ଏଠାରେ ରୋଗୀଙ୍କୁ ସବୁ ପ୍ରକାର ସୁବିଧା ଓ ସୁଯୋଗ ଦିଆଯାଉଛି। ଆର୍ଏମ୍ସିର ତତ୍ପରତା ଦେଖି ଲୋକଙ୍କ ମନରେ ଛାନିଆ ପଶି ଯାଇଛି।

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ଷମ ଥିବା ୨୪୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟରକୁ ବୃଦ୍ଧି କରାଯାଇଛି। ୩ଟି ପୃଥକ୍ ପୃଥକ୍ କୋଠାରେ ମୋଟ୍ ୭୮୦ ଶଯ୍ୟା ବିଶିଷ୍ଟ କୋଭିଟ୍ କେୟାର ସେଣ୍ଟର ସ୍ଥାପନ କରାଯାଇଛି। ଏଠାରେ ‘କରୋନା’ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଏହି ସେଣ୍ଟରରେ ଖାଦ୍ୟ, ପାନୀୟଠାରୁ ଆରମ୍ଭ କରି ସାନିଟାଇଜେସନ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହ ବିପିୟୁଟି ପରିସରରେ ଥିବା ମଲ୍ଟି ପର୍ପୋଜ୍ ବିଲ୍ଡିଂ ପରିସରରେ ଏକ ଉତ୍ସର୍ଗୀକୃତ କୋଭିଡ୍ ପଞ୍ଜୀକରଣ କେନ୍ଦ୍ର ଆର୍ଏମ୍ସି ପକ୍ଷରୁ ଖୋଲାଯାଇଛି। ବାହାରୁ ଆସୁଥିବା ଲୋକେ ପ୍ରଥମେ ଏଠାକୁ ଆସିବେ। ସେଠାରେ ନିଜର ସମ୍ପୂର୍ଣ୍ଣ ତଥ୍ୟ ଦେଇ ପଞ୍ଜୀକରଣ କରିବେ। ତା’ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହୋମ୍ କ୍ୱାରାଣ୍ଟାଇନ ବା ସରକାରୀ କ୍ୱାରାଣ୍ଟାଇନ୍ରେ ଯିବେ। ଯାହାଦ୍ୱାରା କୋଭିଡ୍ ପରିଚାଳନା ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳିତ ହେଉଛି।

ଏହାଛଡ଼ା ସହରର ବିଭିନ୍ନ ସ୍ଥାନରେ ମୋଟ୍ ୫୫୦ ଶଯ୍ୟା ବିଶିଷ୍ଟ ଟେମ୍ପରାରୀ ମେଡିକାଲ କ୍ୟାମ୍ପ (ଟିଏମ୍‌ସି) କରାଯାଇଛି। କୋଭିଡ୍ ଲକ୍ଷଣ ବିହୀନ ଲୋକେ, ଯେଉଁମାନଙ୍କର ହୋମ୍ କ୍ୱାରାଣ୍ଟାଇନ ଲାଗି ବ୍ୟବସ୍ଥା ନାହିଁ, ସେମାନେ ଏଠାରେ ୧୪ ଦିନ ରହିବେ। ବର୍ତ୍ତମାନର ଆବଶ୍ୟକତାକୁ ନଜରରେ ରଖି ସହରର ଆହୁରି ୩ଟି ସ୍ଥାନରେ ମୋଟ୍ ୬୦୦ ଶଯ୍ୟା ବିଶିଷ୍ଟ ଟିଏମ୍ସି ଅତି ସ୍ୱଳ୍ପ ଦିନ ମଧ୍ୟରେ ସ୍ଥାପନ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଖୁବ୍ କମ୍ ସମୟ ମଧ୍ୟରେ ଏହା ମଧ୍ୟ କାର୍ଯ୍ୟକ୍ଷମ ହେବ। ଆବଶ୍ୟକ ସ୍ଥଳେ ବର୍ତ୍ତମାନ ଥିବା କୋଭିଡ୍ କେୟାର ସେଣ୍ଟରରେ ଅତିରିକ୍ତ ଶଯ୍ୟା ଲାଗି ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos