ଭୁବନେଶ୍ୱର: ସମୃଦ୍ଧ ଜୀବନ ମଲ୍ଟି ଷ୍ଟେଟ ମଲ୍ଟି ପର୍ପୋଜ୍ କୋ-ଅପରେଟିଭ୍ ସୋସାଇଟି ଉପରେ ଆଜି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଚଢ଼ାଉ କରାଯାଇଛି। ସଂସ୍ଥା ବିରୋଧରେ ବେଆଇନ୍ ଟଙ୍କ। କାରବାରର ଅଭିଯୋଗ ଆସିବା ପରେ ଏହି ଚଢ଼ାଉ କରାଯାଇଛି। ଅର୍ଥନୈତିକ ଅପରାଧ ଶାଖା ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ସଂସ୍ଥାର ନୟାପଲ୍ଲୀ ଆଇଆଅରସି ଭିଲେଜ ସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ସଂସ୍ଥାର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯିବା ସହ ଜବତ କରାଯାଇଛି। ପ୍ରକୃତରେ ଏହି ସଂସ୍ଥା ସାଧାରଣ ଲୋକଙ୍କଠାରୁ ଟଙ୍କ। ଆଦାୟ କରିବାର ଅନୁମତି ପାଇଛି ନା ନାହିଁ, ସଂସ୍ଥା କେବେ ଠାରୁ କେଉଁ ଠାରେ ପଞ୍ଜୀକୃତ ହୋଇଛି, ବର୍ତ୍ତମାନ ସୁଦ୍ଧା ସଂସ୍ଥା କେଉଁଠି କାର୍ଯ୍ୟାଳୟ ଖୋଲି କାରବାର କରୁଛି, ଏ ସମସ୍ତ ବିଷୟରେ ଅଧିକାରୀମାନେ ତର୍ଜମା ଚଳାଇଛନ୍ତି। ତର୍ଜମା ପରେ ସଂସ୍ଥାର କାଗଜପତ୍ର ଠିକ୍ ନ ଥିଲେ କର୍ମକର୍ତ୍ତାଙ୍କୁ ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କେରଳରୁ ବନ୍ଧା ହେଲେ ଅଭିଯୁକ୍ତ, ବର୍ଷେ ତଳେ ପତ୍ନୀଙ୍କୁ ହାଣି ଫେରାର ହୋଇଥିଲେ
ବର୍ଷେ ତଳେ ବ୍ରହ୍ମପୁର ସହରରେ ଅତି ନିର୍ମମ ଭାବେ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହାପରେ ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ। ମାତ୍ର ବର୍ଷେ ପରେ ପୁଲିସ୍ ଜାଲରେ ପଡ଼ିଛନ୍ତି ଅଭିଯୁକ୍ତ।
Crime
କୋଟିପତି ଉପଜିଲ୍ଲାପାଳଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗତକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା
Accident
ନିଜ ବିଲକୁ ଯାଇଥିଲେ ଚାଷୀ, ମାରିଲା କରେଣ୍ଟ
ପାଚିଲା ଧାନ ଦେଖିବାକୁ ନିଜ ବିଲକୁ ଯାଇଥିଲେ ଚାଷୀ। ମାତ୍ର ଘଟିଗଲା ଅଘଟଣ । ପଡ଼ୋଶୀଙ୍କ ତାର ବାଡ଼ରେ ହାତ ପଡ଼ିଯିବାରୁ ମାରିଲା କରେଣ୍ଟ ଓ ସେଠାରେ ହିଁ ସେ ଟଳି ପଡ଼ିଲେ।
Accident
ସାଙ୍ଗଙ୍କ ସହ ସମୁଦ୍ରରେ ଗାଧୋଉଥିଲେ, ଭାସିଗଲେ ଯୁବକ
ସମୁଦ୍ରରେ ସ୍ନାନ ବେଳେ ବୁଡିଗଲେ ଯୁବକ । ବହୁ ଖୋଜାଖୋଜି ପରେ ବି ମିଳୁନି ପତ୍ତା।